Shehbaz Sharif:ଶେହବାଜ ସରିଫଙ୍କ ଉପରେ ହସିଲେ ପୁଟିନ, ଇଣ୍ଟରନେଟ୍‌ରେ ଭାଇରାଲ ହେଲା ଭିଡିଓ

ପୁଣି ଲୋକହସା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଶେହବାଜ ସରିଫଙ୍କ ଉପରେ ହସିଲେ ପୁଟିନ । ଇଣ୍ଟରନେଟ୍‌ରେ ଭାଇରାଲ ହେଲା ଭିଡିଓ । ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲୋକହସା ହେବାର ଆଉ ଏକ ଭିଡ

04 September 2025 06:45 PM IST
Shehbaz Sharif:ଶେହବାଜ ସରିଫଙ୍କ ଉପରେ ହସିଲେ ପୁଟିନ, ଇଣ୍ଟରନେଟ୍‌ରେ ଭାଇରାଲ ହେଲା ଭିଡିଓ

ପୁଣି ଲୋକହସା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଶେହବାଜ ସରିଫଙ୍କ ଉପରେ ହସିଲେ ପୁଟିନ । ଇଣ୍ଟରନେଟ୍‌ରେ ଭାଇରାଲ ହେଲା ଭିଡିଓ । ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲୋକହସା ହେବାର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସରିଫ୍‌ ଇୟରଫୋନ୍ ଲଗାଇ ନପାରି ହଟହଟ୍ଟା ହେଉଥିବା ଦେଖାଯାଉଛି । ଆଉ ସରିଫଙ୍କ ଏହି ଅସହାୟତାକୁ ଦେଖି ମୁରୁକି ମୁରୁକି ହସିଛନ୍ତି ରାଷ୍ଟ୍ରପତି ପୁଟିନ ।

ଚୀନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଲୋକହସା ହେବାର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସରିଫ୍‌ ଇୟରଫୋନ୍ ଲଗାଇ ନପାରି ହଟହଟ୍ଟା ହେଉଥିବା ଦେଖାଯାଉଛି । ଆଉ ସରିଫଙ୍କ ଏହି ଅସହାୟତାକୁ ଦେଖି ମୁରୁକି ମୁରୁକି ହସିଛନ୍ତି ରାଷ୍ଟ୍ରପତି ପୁଟିନ ।

ଭାଇରାଲ ଭିଡିଓ ଦେଖାଯାଉଛି, ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦ୍ୱିପାକ୍ଷିକ ବୈଠକ କରୁଛନ୍ତି । ବୈଠକ ବେଳେ ସରିଫ୍ ତାଙ୍କର ଟ୍ରାନ୍ସଲେସନ ଇୟରଫୋନ୍ ଲଗାଇ ପାରୁନାହାନ୍ତି, ଆଉ ହଡବଡେଇ ଯାଉଛନ୍ତି । ସରିଫ୍ ବାରମ୍ବାର ଇୟରଫୋନ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି । ପୁଟିନ ଏହା ଦେଖି ହସିବା ସହ କେମିତି ଇୟରଫୋନକୁ କାନରେ ଲଗାଇବାକୁ ହେବ ତାହା ଇସାରାରେ ବୁଝାଉଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ । ୨୦୨୨ ଉଜବେକିସ୍ତାନରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ବି ସମାନ ସମସ୍ୟାରେ ପଡିଥିଲେ ଶେହବାଜ ସରିଫ । ସରିଫଙ୍କ ଇୟରଫୋନ ବାରମ୍ବାର ଖସିଥିଲା । ସେତେବେଳେ ବି ପୁଟିନ ତାଙ୍କୁ ଦେଖି ହସିଥିଲେ । ଶେହବାଜ ସରିଫ୍ ଏଭଳି ଲୋକହସା ହେବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଳ ମାଳ ମିମ୍ସ । ଏମିତିକି ୟୁଜରମାନେ ଏହାକୁ ଅନ୍ତର୍ଜାତୀୟ ବେଇଜତି ବୋଲି କହି ପାକିସ୍ତାନ ପିଏମଙ୍କୁ କଟାକ୍ଷ କରିଛନ୍ତି ।

Disclaimer: This content has been automatically aggregated from television for informational purposes. To read the original article, please visit television.