Sept 21 Clash:ତାରିଖ ଗୋଟିଏ, ହେଲେ ପରୀକ୍ଷା ଅନେକ...ରାଜ୍ୟର ଲକ୍ଷଲକ୍ଷ ଚାକିରି ଆଶାୟୀଙ୍କ ସହ ଖେଳ !

ତାରିଖ ଗୋଟିଏ, ହେଲେ ପରୀକ୍ଷା ଅନେକ । ରାଜ୍ୟର ଲକ୍ଷଲକ୍ଷ ଚାକିରି ଆଶାୟୀଙ୍କ ସହ ଖେଳ ! ସେପ୍ଟେମ୍ବର ୨୧ରେ ଏଏସଓ ଓ ସିଜିଏଲ୍ ପରୀକ୍ଷା । ସେହିଦିନ ପୋଲିସର ବି ପରୀକ୍ଷା ରହିଛି । ଗୋଟିଏ ତାରିଖରେ ଏକାଧିକ ପରୀକ୍ଷାକୁ ନେଇ ଅସନ୍ତୋଷ । ନିଯୁକ

20 August 2025 09:40 PM IST
Sept 21 Clash:ତାରିଖ ଗୋଟିଏ, ହେଲେ ପରୀକ୍ଷା ଅନେକ...ରାଜ୍ୟର ଲକ୍ଷଲକ୍ଷ ଚାକିରି ଆଶାୟୀଙ୍କ ସହ ଖେଳ !

ତାରିଖ ଗୋଟିଏ, ହେଲେ ପରୀକ୍ଷା ଅନେକ । ରାଜ୍ୟର ଲକ୍ଷଲକ୍ଷ ଚାକିରି ଆଶାୟୀଙ୍କ ସହ ଖେଳ ! ସେପ୍ଟେମ୍ବର ୨୧ରେ ଏଏସଓ ଓ ସିଜିଏଲ୍ ପରୀକ୍ଷା । ସେହିଦିନ ପୋଲିସର ବି ପରୀକ୍ଷା ରହିଛି । ଗୋଟିଏ ତାରିଖରେ ଏକାଧିକ ପରୀକ୍ଷାକୁ ନେଇ ଅସନ୍ତୋଷ । ନିଯୁକ୍ତି ଆୟୋଗଙ୍କ ମଧ୍ୟରେ ନାହିଁ କି ସମନ୍ୱୟ ?

ସେପ୍ଟେମ୍ବର ୨୧- OPSCର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ବା ଏଏସଓ ପରୀକ୍ଷା। ସେହିଦିନ ହିଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ବାରା କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେବଲ ପ୍ରିଲିମିନାରୀ ଗ୍ରୁପ-ବି ଏବଂ ଗ୍ରୁପ-ସି ପରୀକ୍ଷା। ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ ଚିଠି । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଦ୍ବାରା କମ୍ବାଇଣ୍ଡ ପୋଲିସ ସର୍ଭିସ ବା ସବ-ଇନସପେକ୍ଟର ପାଇଁ ବି ୨୧ ଓ ୨୨ ଦୁଇଦିନ ଧରି ଏକଜାମ୍ । ଅର୍ଥାତ ତାରିଖ ଗୋଟିଏ ହେଲେ ପରୀକ୍ଷା ଅନେକ। କେବଳ ସେପ୍ଟେମ୍ବର ୨୧ରେ ହିଁ ରହିଛି ଏକାଧିକ ପରୀକ୍ଷା। ଯାହାକୁ ନେଇ ଅନିଶ୍ଚିତତା ଭିତରେ ଲକ୍ଷ ଲକ୍ଷ ଚାକିରି ଆଶାୟୀ।

କାରଣ ଯିଏ ଏଏସଓ ପାଇଁ ଆବେଦନ କରିଛି ସିଏ ସିଜିଏଲ୍ ପରୀକ୍ଷା ପାଇଁ ବି ପ୍ରସ୍ତୁତି କରୁଛି । ଗୋଟିଏ ତାରିଖରେ ଦୁଇଟି ପରୀକ୍ଷା ପଡ଼ୁଥିବାରୁ ଏବେ କେଉଁଟି ଦେବେ ଓ କେଉଁଟା ଛାଡ଼ିବେ ତାକୁ ନେଇ ମନରେ ଯେତିକି ଆଶଙ୍କା ସେତିକି ଅସନ୍ତୋଷ । ଗୋଟିଏ ରାଜ୍ୟରେ ଭିନ୍ନ ଭିନ୍ନ ଆୟୋଗଙ୍କ ମଧ୍ୟରେ ଗୋଟିଏ ତାରିଖରେ ଏକାଧିକ ନିଯୁକ୍ତି ପରୀକ୍ଷାକୁ ନେଇ ଆଶାୟୀଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଛି। ପ୍ରଶ୍ନ ଉଠୁଛି ଗୋଟିଏ ତାରିଖରେ କିଭଳି ଏକାଧିକ ପରୀକ୍ଷା ରଖାଗଲା ? ରାଜ୍ୟର ବିଭିନ୍ନ ନିଯୁକ୍ତି ଆୟୋଗଙ୍କ ମଧ୍ୟରେ ନାହିଁ କି ସମନ୍ବୟ ? ଲକ୍ଷଲକ୍ଷ ସରକାରୀ ଚାକିରି ଆଶାୟୀଙ୍କ ସହ ଇଏ ଖେଳ ନୁହେଁ କି ?

ରାଜ୍ୟରେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା ନୂଆ ନୁହେଁ । ଗତ ଏପ୍ରିଲ ୨୨ରେ ଓଏଏସ୍ ମେନ୍ ଏବଂ ରେଳବାଇ ଜେଇ ପରୀକ୍ଷା ରହିଥିଲା। ପରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ କାରଣରୁ ତାରିଖ ପରିବର୍ତ୍ତନ କରିଥିଲା ଓପିଏସସି । ସେହିଭଳି ଗଲା ମାର୍ଚ୍ଚରେ ଗୋଟିଏ ଦିନରେ ସହକାରୀ କୃଷି ଅଧିକାରୀ ଏବଂ ଓଡ଼ିଶା ପୋଲିସର ଗ୍ରୁପ-ବି ପରୀକ୍ଷା ଧାର୍ଯ୍ୟ ହୋଇଥିଲା। ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଓଡିଶା ପୋଲିସ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

ବାରମ୍ବାର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ପାଇଁ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । କହିଛନ୍ତି, ଗୋଟିଏ ଦିନରେ ଏକାଧିକ ପରୀକ୍ଷା ଶୁଭଙ୍କର ନୁହେଁ । ଏହାଦ୍ବାରା ପରୀକ୍ଷାର୍ଥୀ ଭିନ୍ନ ଭିନ୍ନ ପରୀକ୍ଷାରୁ ବଞ୍ଚିତ ହେବେ ।

ସେପଟେ ଆରଆଇ ଅମିନ ପରୀକ୍ଷା ବାତିଲ ହେବାକୁ ୟା ଭିତରେ ମାସାଧିକ ସମୟ ବିତିଗଲାଣି । ବାତିଲ ପରୀକ୍ଷା ସ୍ଥାନରେ ୧୫ ଦିନ ଭିତରେ ସାନି ପ୍ରିଲିମିନାରୀ ପରୀକ୍ଷା ଆୟୋଜନ କରାଯିବ ବୋଲି OSSSC ଘୋଷଣା କରିଥିଲା। ହେଲେ ଆଜିଯାଏଁ ପରୀକ୍ଷା ନେଇ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ପ୍ରକାଶ ପାଇନାହିଁ । ବାରମ୍ବାର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଓ ତାରିଖରେ ତାଳମେଳ ରହୁନଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.