Selfie Turns Tragic: ସେଲ୍ ଫି ନେଇ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ
ସେଲ୍ଫି ନେବା ନିଶା ସାଜିଲା କାଳ। ନରାଜ ପୁରୁଣା ନଦୀବନ୍ଧରେ ଗାଧୋଇବା ବେଳେ ଭାସିଯାଇଛନ୍ତି ୩ ଜଣ ଯୁବକ। ସେଲ୍ଫି ନେଇ ଗାଧୋଉଥିବା ସମୟରେ ହଠାତ୍ ପ୍ରବଳ ପାଣି ମାଡ଼ି ଆସିବାରୁ ଏହି ଅଘଟଣ ଘଟିଛି। ଭାସିଯାଇଥିବା ୩ ଯୁବକ ସ୍ଥାନୀୟ ମାଛୁଆ ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ତୁରନ୍ତ ଡଙ୍ଗା ସହାୟତାରେ ୨ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଯୁବକ ନିଖୋଜ ଅଛନ୍ତି। ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଓ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଉଦ୍ୟମ ଜାରି ରହିଛି।