Security Concern: ସୁବର୍ଣ୍ଣରେଖା ତଟସୁରକ୍ଷା ଚିନ୍ତା: ଅନୁମୋଦନ ପାଇଁ ଗଲା ୩୧ କୋଟିର ୪ ପ୍ରକଳ୍ପ
"ସତ୍ୟବ୍ରତ ପ୍ରଧାନ ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଓ ଭୋଗରାଇ ବ୍ଲକ୍ର ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡ଼ିଛି।
ଉଭୟ ବ୍ଲକ୍ର ୧୧ଟି ଗାଁ ପ୍ରତି ସବୁଠାରୁ ଅଧିକ ବିପଦ ରହିଛି।
ଏପରି ସମୟରେ ଜଳସମ୍ପଦ ବିଭାଗ ୩୧ କୋଟି ଟଙ୍କାର ୪ଟି ତଟସୁରକ୍ଷା ପ୍ରକଳ୍ପର ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଇଛି।
ଭୋଗରାଇ ବ୍ଲକ୍ର ଦହମୁଣ୍ଡା, ମନୁନଗର, ଆରୁହାବୃତ୍ତି ଓ ରସୁଲପୁର ଗାଁ ନିକଟରେ ସୁବର୍ଣ୍ଣରେଖା କୂଳରୁ ଅତଡ଼ା ଖସୁଛି।
ରାସ୍ତା, ବିଲବାଡ଼ି ଓ ଗଛଲତା ନଦୀଗର୍ଭକୁ ଚାଲିଯାଉଛି।
ଫଳରେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି।
ଏହାକୁ ଆଖିଆଗରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ମନୁନଗର ଗାଁ ନିକଟରେ ଗୋଟିଏ ହାଇଲେବଲ୍ ସ୍ପର୍ ନିର୍ମାଣ ସହ ୨୦୦ ମିଟର ସ୍ଥାନରେ ଲଞ୍ଚିଂପେକିଂ ପାଇଁ ୫.୯୫ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି।
ସେହିପରି ଦହମୁଣ୍ଡା ଓ ଆରୁହାବୃତ୍ତି ଗାଁ ନିକଟରେ ସୁବର୍ଣ୍ଣରେଖା ଅଶ୍ବଖୁରାକୃତି ହୋଇଥିବାରୁ ଏଠାରେ ବନ୍ୟା ସମୟରେ ଭୟଙ୍କର ସ୍ଥିତି ଉପୁଜୁଛି।
୮, ୯, ୧୦ ଓ ୧୨ ନମ୍ବର ସ୍ପର୍ ଗତବର୍ଷ ବନ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି।Advertisment Climate: ଉପଗ୍ରହ ଚିତ୍ରରେ ସାମ୍ନାକୁ ଆସିଲା ମୌସୁମୀର ଦୁର୍ବଳ ସ୍ଥିତି ନଦୀବନ୍ଧରେ ମଧ୍ୟ ଫାଟ ଦେଖାଦେଇଛି।
ତେଣୁ ଉକ୍ତ ସ୍ପର୍ଗୁଡ଼ିକର ମରାମତି ସହ ପାଖାପାଖି ୪୫୦ ମିଟର ଅଞ୍ଚଳରେ ଲଞ୍ଚିଂପେକିଂ ପାଇଁ ଯଥାକ୍ରମେ ୯.୯୫ କୋଟି ଓ ୯.୯୮ କୋଟି ଟଙ୍କାର ଦୁଇଟି ଯୋଜନା ହୋଇଛି।
ଅନ୍ୟପଟେ ରସୁଲପୁର ଗାଁ ସୁବର୍ଣ୍ଣରେଖାର ଆଁ ଭିତରେ ରହିଛି।
ଗତବର୍ଷ ବନ୍ୟା ପରଠାରୁ ଗାଁ ନିକଟ ଉଲୁଡ଼ା-ଖଳାବାଡ଼ିଆ ଟିଆର୍ଇ (ଟେଷ୍ଟ ରିଲିଫ୍ ବନ୍ଧ) ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ଅଛି।
ଏଠାରେ ୮୮୦ ମିଟର ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୫.୨୪ କୋଟି ଟଙ୍କାର ଯୋଜନା ହୋଇଛି।
ଉପରୋକ୍ତ ୪ଟି ଯାକ ଯୋଜନାକୁ ରାଜ୍ୟ ସରକାରଙ୍କ ଉଚ୍ଚବୈଷୟିକ ପରାମର୍ଶଦାତା କମିଟି ବା ଟିଏସିର ଅନୁମୋଦନ ପାଇଁ ବିଭାଗ ପଠାଇଛି।
Agriculture: ଆଧୁନିକତାରେ ହଜିଯାଉଛି ହଳ-ଲଙ୍ଗଳ ଉଲ୍ଲେଖଥାଉକି, ଜଳେଶ୍ବର ବ୍ଲକ୍ର ସାନରାଉତପଡ଼ା, କୋଟସାହି, ମହମ୍ମଦନଗର ପାଟଣା ଏବଂ ଭୋଗରାଇ ବ୍ଲକ୍ର କୁମ୍ଭୀରଗଡ଼ି ନିକଟରେ ସୁବର୍ଣ୍ଣରେଖା ଗତିପଥ ପରିବର୍ତ୍ତନ କରୁଛି।
ଫଳରେ ବହୁ ସ୍ଥଳଭାଗ ନଦୀଗର୍ଭରେ ଲୀନ ହୋଇଯାଉଛି।
ଏଥିପାଇଁ ବିଭାଗ ପକ୍ଷରୁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯାଉଛି।
ଯାହାକୁ ଖୁବ୍ଶୀଘ୍ର ବିଭାଗୀୟ ଇଆଇସି ଅନୁମୋଦନ ପାଇଁ ପଠାଯିବ।
ଭୋଗରାଇର କୋହ୍ଲାଚଡ଼ ଓ ବାଉଁଶକଣା ଏବଂ ଜଳେଶ୍ବରର ଜମାଳପୁର ନିକଟରେ ମଧ୍ୟ ନଦୀ କୂଳ ଲଙ୍ଘୁଛି।
ଏସବୁ ସ୍ଥାନରେ ତଟସୁରକ୍ଷା ପାଇଁ ଯଥାକ୍ରମେ ୯୭, ୯୦ ଓ ୮୦ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପ ପାଇଁ ଟେଣ୍ଡର୍ ସରିଛି।"