Secretly Recording Spouse's Calls Violates Privacy: ପାର୍ଟନରଙ୍କ ବିନା ଅନୁମତିରେ ଫୋନ୍ କଲ୍ ରେକର୍ଡ କରିବା ବେଆଇନ: ହାଇକୋର୍ଟ

Jul 12, 2026 - 17:49
Secretly Recording Spouse's Calls Violates Privacy: ପାର୍ଟନରଙ୍କ ବିନା ଅନୁମତିରେ ଫୋନ୍ କଲ୍ ରେକର୍ଡ କରିବା ବେଆଇନ: ହାଇକୋର୍ଟ

ସ୍ୱାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ, ପାର୍ଟନରଙ୍କ ବିନା ଅନୁମତିରେ ଲୁଚାଇ ଫୋନ୍ କଲ୍ ରେକର୍ଡ କରିବା ଆଇନଗତ ଅପରାଧ। ଏହା ସମ୍ବିଧାନର ଧାରା ୨୧ ଅନୁଯାୟୀ ବ୍ୟକ୍ତିଗତ ଗୋପନୀୟତା ଅଧିକାର ଉଲ୍ଲଂଘନ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। କେବଳ ସେତିକି ନୁହେଁ, ଛାଡ଼ପତ୍ର ମାମଲାରେ ଏଭଳି ଲୁଚାଛପା ରେକର୍ଡିଂକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ମାମଲା ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ବିରୋଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ପ୍ରମାଣ ସ୍ୱରୂପ ସେ ସ୍ତ୍ରୀଙ୍କ ସହ ହୋଇଥିବା କଥାବାର୍ତ୍ତାର ଲୁଚାଛପା କଲ୍ ରେକର୍ଡିଂ କୋର୍ଟରେ ଦାଖଲ କରିବାକୁ ଚାହୁଁଥିଲେ। ପୂର୍ବରୁ ଫ୍ୟାମିଲି କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିବା ବେଳେ, ଏବେ ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ ନମବାରାପୁ ରାଜେଶ୍ୱର ରାଓ ମଧ୍ୟ ଏହି ଆବେଦନକୁ ଖାରଜ କରିଛନ୍ତି।

ଏହି ସମୟରେ ହାଇକୋର୍ଟ କହିଥିଲେ, ବିନା ଅନୁମତିରେ କଲ୍ ରେକର୍ଡିଂ କରିବା ସମ୍ବିଧାନର ଅନୁଚ୍ଛେଦ ୨୧ (ବ୍ୟକ୍ତିଗତ ଗୋପନୀୟତା ଅଧିକାର)ର ସିଧାସଳଖ ଉଲ୍ଲଂଘନ। ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅନ୍ୟାନ୍ୟ ଦସ୍ତାବିଜ (ଯେପରିକି ମେଡିକାଲ ବିଲ୍, ଯାତ୍ରା ଖର୍ଚ୍ଚ) ରୁ ନିର୍ଯାତନା ପ୍ରମାଣିତ ହେଉନାହିଁ, ବରଂ ଏହା ସେମାନଙ୍କ ସୁଖଦ ପରିବାରର ଚିତ୍ର ଦେଖାଉଛି। ସ୍ତ୍ରୀଙ୍କ ପାଇଁ ଖର୍ଚ୍ଚ କରିବା ସ୍ୱାମୀଙ୍କର ଏକ ସ୍ୱାଭାବିକ ଦାୟିତ୍ୱ, ଏହାକୁ ନିର୍ଯାତନା କୁହାଯାଇପାରିବ ନାହିଁ।      

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।