SCO summit: ମୋଦି-ଜିନପିଙ୍ଗ-ପୁଟିନଙ୍କ ଭେଟଘାଟ ଉପରେ ସାରା ବିଶ୍ବର ନଜର

ଏସସିଓ ବୈଠକରେ ୨୦ରୁ ଅଧିକ ବିଶ୍ବ ନେତା ଏକାଠି ହେବେ। ଏହି ସମୟରେ ଏକାଧିକ ବିଶ୍ବ ନେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

30 August 2025 10:05 AM IST
SCO summit: ମୋଦି-ଜିନପିଙ୍ଗ-ପୁଟିନଙ୍କ ଭେଟଘାଟ ଉପରେ ସାରା ବିଶ୍ବର ନଜର

ଏସସିଓ ବୈଠକରେ ୨୦ରୁ ଅଧିକ ବିଶ୍ବ ନେତା ଏକାଠି ହେବେ। ଏହି ସମୟରେ ଏକାଧିକ ବିଶ୍ବ ନେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୯ ତାରିଖରୁ ଚାରି ଦିନିଆ ଜାପାନ ଏବଂ ଚୀନ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣ କ୍ରମେ ୨୯ ଅଗଷ୍ଟରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଜାପାନ ଗସ୍ତ କରିଛନ୍ତି। ଜାପାନରୁ, ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣକ୍ରମେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ତିଆନଜିନରେ SCO ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରୁଛନ୍ତି, ଯେଉଁଠାରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବେ। ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏକାଠି ହେବେ ତିନି ବିଶ୍ବ ନେତା । ମୋଦି-ଜିନପିଙ୍ଗ୍ ଓ ପୁଟିନଙ୍କ ସାକ୍ଷାତ ଆଲୋଚନା ଉପରେ ରହିଛି ସାରା ବିଶ୍ବର ନଜର ।

୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୋଦି ଚୀନ୍ ଗସ୍ତ କରୁଥିବା ବେଳେ ଏହି ସମୟରେ ଭାରତର ଓ୍ଵାଶିଂଟନ ସହ ସମ୍ପର୍କ ଖରାପ ହୋଇଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବାବେଳେ ଏହି ସମୟରେ ମୋଦୀଙ୍କ ଚୀନ୍ ଗସ୍ତ ଅନେକ ଗୁରୁତ୍ବ ରଖୁଛି ।

ଏସସିଓ ବୈଠକରେ ୨୦ରୁ ଅଧିକ ବିଶ୍ବ ନେତାଙ୍କୁ ଏକାଠି ଦେଖିବାକୁ ମିଳିବ । ଗସ୍ତ ଅବସରରେ ପିଏମ୍ ମୋଦି ଜିନପିଙ୍ଗ ଓ ପୁଟିନଙ୍କ ସମେତ ଅନେକ କେନ୍ଦ୍ରୀୟ ଏସୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏକାଧିକ ବିଶ୍ବନେତାଙ୍କ ସହ ମୋଦିଙ୍କର ସାକ୍ଷାତ କାର୍ଯ୍ୟକ୍ରମ ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଥିବା ଚର୍ଚ୍ଚା ହେଉଛି ।

SCOରେ ଭାରତ ଏବଂ ଚୀନ ବ୍ୟତୀତ ୧୦ ଜଣ ସଦସ୍ୟ ଅଛନ୍ତି - ବେଲାରୁଷ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ। ଚୀନର ସହାୟକ ବୈଦେଶିକ ମନ୍ତ୍ରୀ ଲିଉ ବିନଙ୍କ ସୂଚନା ଅନୁଯାୟୀ, SCO ଶିଖର ସମ୍ମିଳନୀରେ ୨୦ ରୁ ଅଧିକ ବିଶ୍ବ ନେତା ଏବଂ ୧୦ ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଅଂଶଗ୍ରହଣ କରିବେ।

Disclaimer: This content has been automatically aggregated from television for informational purposes. To read the original article, please visit television.