Schools Closed: ବନ୍ୟା ଘେରରେ ଧାମନଗର ବ୍ଲକର ବହୁ ଇଲାକା; ୪ ପଞ୍ଚାୟତରେ ସ୍କୁଲ୍ ଛୁଟି

ବନ୍ୟା ଘେରରେ ଭଦ୍ରକ ଧାମନଗର ବ୍ଲକର ବହୁ ଇଲାକା । ଆଜି ଓ କାଲି ପାଇଁ ୪ଟି ପଞ୍ଚାୟତରେ ସ୍କୁଲ୍ ଛୁଟି ।

21 August 2025 11:40 AM IST
Schools Closed: ବନ୍ୟା ଘେରରେ ଧାମନଗର ବ୍ଲକର ବହୁ ଇଲାକା; ୪ ପଞ୍ଚାୟତରେ ସ୍କୁଲ୍ ଛୁଟି

ବନ୍ୟା ଘେରରେ ଭଦ୍ରକ ଧାମନଗର ବ୍ଲକର ବହୁ ଇଲାକା । ଆଜି ଓ କାଲି ପାଇଁ ୪ଟି ପଞ୍ଚାୟତରେ ସ୍କୁଲ୍ ଛୁଟି ।

ବନ୍ୟା ଘେରରେ ଧାମନଗର ବ୍ଲକ। ସାଂଘାତିକ ପ୍ରଭାବିତ ହୋଇଛି ସୋହଡା, ପଧାନୀ, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତ। ତେଣୁ ଆଜି ଓ କାଲି ଦୁଇ ଦିନ ପାଇଁ ଏହି ୪ଟି ପଞ୍ଚାୟତରେ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏବେ ବି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ବହୁ ବିପନ୍ନ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସହାୟତା ପାଇଁ ଉଦ୍ୟମ ଜାରି ରହିଛି। 

ଏପଟେ ବନ୍ୟା ଘେରରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା। ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ ଓ ଯାଜପୁର। ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା। ବାଲିଆପାଳ, ଭୋଗରାଇ ଏବଂ ବସ୍ତା ବ୍ଲକରେ ବିପଦ ବଢ଼ାଇଛି ବଢ଼ିପାଣି। ବାଲେଶ୍ବର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବାବେଳେ ସକାଳ ୬ଟା ସୁଦ୍ଧା ୧୦.୫୫ ମିଟର ରହିଛି ଜଳସ୍ତର।ଗତକାଲି ରାତିରୁ ବାଲିଆପାଳ, ବସ୍ତା, ଭୋଗରାଇ ସହ ତଳି ଅଞ୍ଚଳରେ ବନ୍ୟାପାଣି ପଶିଛି। ଅନେକ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ଚାଷ ଜମି ଜଳମଗ୍ନ ହୋଇଯାଇଛି ।

ତେବେ ବିପଦ ସଂକେତ ଉପରେ ଥିଲେ ବି ଗତକାଲି ରାତିରୁ ସୁବର୍ଣ୍ଣରେଖା ଜଳସ୍ତର କମୁଥିବା ଜଣାପଡ଼ିଛି । ବନ୍ୟା ମୁକାବିଲା ପାଇଁ ୨ଟି ଅତିରିକ୍ତ ଓଡ୍ରାଫ ଟିମ୍, ୧୩ଟି ଫାୟାର ଟିମକୁ ସଜାଗ ରଖାଯାଇଛି। ତା’ସହ ଶୁଖିଲା ଖାଦ୍ୟ ଏବଂ ଔଷଧ ବି ମହୁଜୁଦ ରହିଛି। ବୈତରଣୀ ବନ୍ୟାରେ ଧାମନଗର ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନ ପାଣି ଘେରରେ। 

ଶେଷରେ ସୁନ୍ଦରଗଡ କୋଇଡା ବ୍ଲକ୍ ଗୋପିସାହିର ୫୦ଟି ବନ୍ୟା ବିପନ୍ନ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ। ଏ ସଂପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଗତକାଲି ସଂଧ୍ୟାରେ ପହଞ୍ଚିଛି ସରକାରୀ ସହାୟତା। ସୁନା ନଦୀ ଫୁଲିବା ପରେ ଗତ ୩ ଦିନ ହେଲା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିଲେ ଗୋପୀ ସାହିର ୫୦ଟି ପରିବାର। ଭରିଲା ନଦୀ ପାରି ହୋଇନପାରି ଭୋକ ଓପାସରେ ୩ଦିନ କାଳ ପଡ଼ିରହିଥିଲେ। ଗୋପି ସାହିରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇଥିଲା। ଏନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହି ଖବର ପରେ ସନ୍ଧ୍ୟାରେ ଘଟଣାସ୍ଥଳକୁ ଯାଇଥିଲେ କୋଇଡା ତହସିଲଦାର ନିର୍ମଳ ବିଶ୍ବାଳ। ଅଗ୍ନିଶମ ବାହିନୀର ଏକ ଟିମ୍ ସାହାଯ୍ୟ ରେ ନଦୀରେ ରଶି ପକାଇ ବିପନ୍ନଙ୍କ ପାଖରେ ପହଞ୍ଚିଥିଲେ ଏଭଳି। ସାଙ୍ଗରେ ଖାଦ୍ୟ ସାମଗ୍ରୀ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନେଇ ବଣ୍ଟନ କରିଥିଲେ। 

Disclaimer: This content has been automatically aggregated from television for informational purposes. To read the original article, please visit television.