School Holiday Announced Today: ଆଜି ସ୍କୁଲ ଛୁଟି ଘୋଷଣା, ଲଗାଣ ବର୍ଷା କାରଣରୁ ପ୍ରଶାସନ ନେଲା ନିଷ୍ପତ୍ତି

Jul 14, 2026 - 12:29
School Holiday Announced Today: ଆଜି ସ୍କୁଲ ଛୁଟି ଘୋଷଣା, ଲଗାଣ ବର୍ଷା କାରଣରୁ ପ୍ରଶାସନ ନେଲା ନିଷ୍ପତ୍ତି

ଭଦ୍ରକ ଜିଲ୍ଲାରେ ଆଜି ସବୁ ସ୍କୁଲ ଛୁଟି । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଥିବା ସ୍ଥିତି ଯୋଗୁଁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଛି । 

ଏପରିକି ଯେଉଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି ସେଠାରେ ଏହା ଦିଆଯିବା ପରେ ପାଠପଢା ସ୍ଥଗିତ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ....

ଗତକାଲି ବିଳମ୍ବିତ ରାତିରୁ ଜିଲ୍ଲାରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣିର ଲହଡି ଖେଳୁଛି। ରାତି ତମାମ ବର୍ଷା ଯୋଗୁଁ  ନାଳ ନର୍ଦ୍ଦମାରେ ଏକ ରକମର ଜଳାର୍ଣ୍ଣବ ପରିସ୍ଥିତି ସୄଷ୍ଟି ହୋଇଛି। ବର୍ଷା ଯୋଗୁଁ ଆକାଶ ମେଘାଛନ୍ନ ରହିବା ସହ ଏକ ପ୍ରକାର ଅନ୍ଧାର ଦେଖାଯାଉଛି। ଘଡଘଡି ସହ ବର୍ଷା ମଧ୍ୟ ଲାଗି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।