Sayani Ghosh: ୨୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ, ଚର୍ଚ୍ଚିତ ଥିଲା ଶିବଲିଙ୍ଗ ବିବାଦ

Jun 10, 2026 - 19:12
Sayani Ghosh: ୨୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ, ଚର୍ଚ୍ଚିତ ଥିଲା ଶିବଲିଙ୍ଗ ବିବାଦ

"କୋଲକାତା: ପଶ୍ଚିମବଙ୍ଗର ରାଜନୀତିରେ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରୁ ଅନ୍ୟତମ ସୟାନୀ ଘୋଷଙ୍କୁ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟତର ଭାବେ ଦଖୋଯାଇଥାଏ।

କିନ୍ତୁ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେଲା ପରେ ଏବେ ସେ ଟିକିଏ ଭିନ୍ନ ଲାଗିଲା ଭଳି ମନେ ହେଉଛନ୍ତି।

ସୟାନୀ ମଧ୍ୟ ତୃଣମୂଳ କଂଗ୍ରେସର ବିଦ୍ରୋହୀ ସାଂସଦମାନଙ୍କର ଗୋଷ୍ଠୀରେ ସାମିଲ ହୋଇଯାଇଛନ୍ତି ବୋଲି ମଧ୍ୟ କୁହାଯାଉଛି, ଯେଉଁମାନେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖି ଗୃହରେ ଅଲଗା ସ୍ଥାନରେ ବସିବା ଏବଂ ଏନ୍‌ଡିଏକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ସୟାନୀ ଘୋଷ ନିଜର କ୍ୟାରିୟର ଆରମ୍ଭ ଅଳ୍ପ ବୟସରୁ କରିଥିଲେ।

୨୦୧୦ରେ ସେ ମାତ୍ର ୧୭ ବର୍ଷ ବୟସରେ ବଙ୍ଗାଳୀ ଚଳଚ୍ଚିତ୍ରରେ ପାଦ ଥାପିଥିଲେ ଏବଂ ପରିଚିତ ହୋଇଥିଲେ।

ରାଜନୀତିରେ ଆସିବା ପୂର୍ବରୁ ସେ ସାଂସ୍କୃତିକ ଜଗତରେ ଏକ ଚର୍ଚ୍ଚିତ ମୁହଁ ହୋଇ ସାରିଥିଲେ।

ଏହା ପରେ ସେ ୨୮ ବର୍ଷ ବୟସରେ ରାଜନୀତିରେ ପାଦ ରଖିଥିଲେ ଏବଂ ମମତା ବାନାର୍ଜୀଙ୍କ ଅତି ବିଶ୍ବସ୍ତ ହୋଇପାରିଥିଲେ।

ସୟାନୀ ଘୋଷ ପଶ୍ଚିମବଙ୍ଗର ରାଜନୀତିରେ ଏକ ପ୍ରମୁଖ ଚେହେରାଙ୍କ ମଧ୍ୟରୁ ଅନ୍ୟତମ।

ମମତା ବାନାର୍ଜୀଙ୍କ ନିକଟତର ନେତା ହେବା ଠାରୁ ରାଜନୈତିକ ପରିଦୃଶ୍ୟ ବଦଳାଇବାର କାହାଣୀ ରୋମାଞ୍ଚକର।

କେମିତି ହେଲେ ନେତ୍ରୀ?ସୟାନୀ ଘୋଷ ବଙ୍ଗାଳୀ ଧାରାବାହିକରୁ ନିଜର ଅଭିନୟ ଦକ୍ଷତା ପ୍ରମାଣିତ କରିବା ପରେ ସିନେମା (ଟଲିଉଡ୍‌)ରେ ପ୍ରବେଶ କରିଥିଲେ।

୨୦୧୧ରେ ସେ ଚଳଚ୍ଚିତ୍ର "ଶତ୍ରୁ" ମାଧ୍ୟମରେ ପ୍ରବେଶ କରିଥିଲେ, ଯେଉଁଥିରେ ସେ ଭଲ ଅଭିନୟ କରି ଦର୍ଶକଙ୍କର ହୃଦୟ ଜିଣିଥିଲେ।

ଏହା ଥିଲା ତାଙ୍କ କ୍ୟାରିୟରର ଏବ ବଡ଼ ମୋଡ଼।

ତାଙ୍କୁ ବଙ୍ଗାଳୀ ଫିଲ୍ମରେ ଏକ ପରିଚୟ ମିଳିଥିଲା।

କେବଳ ସ୍କ୍ରିନରେ ନୁହେଁ, ବରଂ ସେ ଥିଏଟର (ରଂଗମଂଚ)ରେ ମଧ୍ୟ କାମ କରିଛନ୍ତି, ଯେଉଁଥି ପାଇଁ ପଶ୍ଚିମବଙ୍ଗର ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ଲୋକଙ୍କ ମଧ୍ୟରେ ସେ ସ୍ବତନ୍ତ୍ର ସ୍ଥାନ ନେଇଛନ୍ତି।

ସାୟନୀ ନିଜର ଅଭିନୟ କ୍ୟାରିୟରରେ ଏକ ଦଶନ୍ଧିରୁ ଅଧିକ ସମୟ କାମ କରିବା ପରେ ରାଜନୀତିରେ ପାଦ ରଖିଥିଲେ।

୨୦୨୧ର ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରେ ଜଣେ ଯୁବ ମହିଳା ନେତ୍ରୀ ଦରକାର ଥିଲା, ଯେଉଁଥି ପାଇଁ ସୟାନୀ ଘୋଷ ଉପଯୁକ୍ତ ଥିଲେ।

ସୟାନୀ ଜଣେ ମହିଳା ଏବଂ ଯୁବନେତ୍ରୀ ସହିତ ଚର୍ଚ୍ଚିତ ଥିଲେ।

ସେ ଏହି ଭଳି ଭାବେ ନିଜର ନାଁ କରିଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ତାଙ୍କୁ ୨୦୨୧ରେ ତୃଣମୂଳ କଂଗ୍ରେସରେ ଯୋଡ଼ିଥିଲେ।

ଆହୁରି ପଢ଼ନ୍ତୁ: West Bengal Politics: ମମତା ବାନାର୍ଜୀଙ୍କ ପରାଜୟ ପରେ ଟିଏମ୍‌ସିରେ ବଡ଼ ଧରଣର ଫାଟ ୨୦୨୧ରେ ପରାଜୟ, ୨୦୨୪ରେ ବିଜୟତୃଣମୂଳ କଂଗ୍ରେସରେ ଯୋଗଦେଲା ପରେ ସୟାନୀଙ୍କୁ ପାର୍ଟିରେ ଆସନସୋଲରୁ ବିଧାନସଭା ଟିକେଟ ମିଳିଥିଲା।

କିନ୍ତୁ ସେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପଲ୍‌ଙ୍କ ଠାରୁ ହାରି ଯାଇଥିଲେ।

ଏହା ପରେ ମଧ୍ୟ ସୟାନୀ ଭାଙ୍ଗି ନଥିଲେ।

୨୦୨୧ରେ ସୟାନୀ ଘୋଷଙ୍କୁ ତ୍ରିପୁରାରେ ଗିରଫ କରାଯାଇଥିଲା।

ଏହାର କାରଣ ଥିଲା, ସେଠାରେ ସେ ସ୍ଥାନୀୟ ନିର୍ବାଚନରେ ବିଜେପିର ଏକ ପଥପ୍ରାନ୍ତ ସଭା ଦେଇ ଅତିକ୍ରମ କରୁଥିବା ବେଳେ ବିରୋଧୀ ଶ୍ଲେଗାନ ଦେଇଥିଲେ।

ସେ କହିଥିଲେ "ଖେଳ ହେବ"।

ଗିରଫ ହେଲା ପରେ ମମତାଙ୍କର ଆହୁରି ବିଶ୍ବସ୍ତ ହୋଇଯାଇଥିଲେ।

ଫଳ ସ୍ବରୂପ ତାଙ୍କୁ ୨୦୨୩ରେ ଟିଏମ୍‌ସି ଯୁବ ମୋର୍ଚ୍ଚାର ସଭାପତି କରାଯାଇଥିଲା।

ପଶ୍ଚିମବଙ୍ଗର କଥିତ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରିଥିବା ଇଡି ତାଙ୍କୁ ୧୦ ଘଣ୍ଟା ପଚରାଉଚୁରା କରିଥିଲା।

ସ‌େହି ସମୟରେ ଏହା ଚର୍ଚ୍ଚା ହୋଇଥିଲା।

ସୟାନୀ ଘୋଷଙ୍କ ଆକ୍ରମଣାତ୍ମକ ଶୈଳୀ ଦେଖି ମମତା ବାନାର୍ଜୀ ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ଜାଦବପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲେ, ଯେଉଁଠି ସେ ବିଜୟୀ ହୋଇଥିଲେ।

ଲୋକସଭା ସାଂସଦ ହେବା ପରେ ସୟାନୀ ଘୋଷ ଟିଏମ୍‌ସି ତଥା ପଶ୍ଚିମବଙ୍ଗର ସ୍ବର ସଂସଦରେ ଉଠାଉଥିଲେ।

ସୟାନୀଙ୍କର ଲୋକପ୍ରିୟତା ଦେଖି ମମତା ବାନାର୍ଜୀ ତାଙ୍କୁ ପଶ୍ଚିମବଙ୍ଗ ବାହାରେ ତଥା ତ୍ରିପୁରା ଏବଂ ଆସାମରେ ମଧ୍ୟ ନିର୍ବାଚନ ପ୍ରଚାର ଦାୟିତ୍ବ ଦେଇଥିଲେ, ଯେଉଁଥିରେ ତାଙ୍କୁ ରାଷ୍ଟ୍ରୀୟସ୍ତରର ନେତା ହେବାରେ ସହାୟକ ହୋଇଥିଲା।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତାଙ୍କର ରାଲି ଏବଂ ଜନସଭାରେ ପ୍ରବଳ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଥିଲା।

ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ପରେ ସାୟନୀ ସର୍ବାଧିକ ରାଲି କରିଥିଲେ।

ବିବାଦରେ ସାୟନୀସୟାନୀ ଘୋଷ ନିଜର ଭାଷଣ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିପାରୁଥିଲେ।

ଗୀତ ମାଧ୍ୟମରେ ସେ ଲୋକଙ୍କୁ ଆକର୍ଷିତ କରୁଥିଲେ।

କିନ୍ତୁ ଅନେକ ଲୋକ ଏହାକୁ ପସନ୍ଦ କରୁ ନଥିଲେ।

ଏଇଥି ପାଇଁ ମଧ୍ୟ ସେ ବିବାଦକୁ ଆସିଥିଲେ।

ରାଜନୀତିରେ ପ୍ରବେଶ ପୂର୍ବରୁ ୨୦୧୫ରେ ସାୟନୀ ଘୋଷ ନିଜର ସୋସିଆଲ ମିଡିଆ ଫ୍ଲାଟଫର୍ମ ମାଧ୍ୟମରେ ଶିବଲିଙ୍ଗ ଉପରେ କଣ୍ଡୋମ ସହିତ ଜଡ଼ିତ ଏକ ଆପତ୍ତିଜନକ କାର୍ଟୁନ ସେୟାର କରିଥିଲେ।

ଏହି ପୋଷ୍ଟ ପରେ ମଧ୍ୟ ବିବାଦ ଘେରକୁ ଆସିଥିଲେ।

୨୦୨୧ରେ ସେ ଯେତେବେଳେ ରାଜନୀତିରେ ପାଦ ଥାପିଥିଲେ, ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ।

ପଶ୍ଚିମବଙ୍ଗରେ କ୍ଷମତାର ପରିବର୍ତ୍ତନ ପରେ ସେ କହିଥିଲେ, କାହାରି ଧାର୍ମିକ ଭାବନା ପ୍ରତି ଆଘାତ ଦେବା ଉଚିତ ନୁହେଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।