Saptapuri Amavasya:ବ୍ରତ କରନ୍ତି ମା ପାର୍ବତୀ, ଭୋଗରେ ଲାଗେ ସପ୍ତପୁରୀ ....ଜାଣନ୍ତୁ ଭୋଗ ପ୍ରସ୍ତୁତିର ବିଧି

ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଶ୍ରୀମନ୍ଦିରରେ ଏସବୁ ପର୍ବପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ  । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଠାକୁରଙ୍କ ପା

24 August 2025 02:00 PM IST
Saptapuri Amavasya:ବ୍ରତ କରନ୍ତି ମା ପାର୍ବତୀ, ଭୋଗରେ ଲାଗେ ସପ୍ତପୁରୀ ....ଜାଣନ୍ତୁ ଭୋଗ ପ୍ରସ୍ତୁତିର ବିଧି

ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଶ୍ରୀମନ୍ଦିରରେ ଏସବୁ ପର୍ବପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ  । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଠାକୁରଙ୍କ ପାଖରେ ସାତପୁର ବିଶିଷ୍ଟ  ସପ୍ତପୁରୀ ଭୋଗ ଲାଗିଥାଏ ।

ଓଡିଶାରେ ବାରମାସରେ ତେର ପର୍ବ , ସାଙ୍ଗରେ ପୁଣି ନାନରକମର ପିଠାପଣାର ସମ୍ଭାର ଲାଗିରହିଥାଏ।  ଆମ ସଂସ୍କୃତି ପରମ୍ପରାର ଚଳନ୍ତି ପ୍ରତୀକ ପ୍ରଭୂ ଶ୍ରୀ ଜଗନ୍ନାଥ ଜଗନ୍ନାଥ ବି ବେଶ୍ ଉତ୍ସବ ଓ ଖାଦ୍ୟ ପ୍ରିୟ। ସେଥିପାଇଁ ଶ୍ରୀମନ୍ଦିରରେ ବର୍ଷସାରା ଲାଗିରହିଥାଏ ଉତ୍ସବ ଆଉ ଭିନ୍ନ ଭିନ୍ନ ରକମର ପିଠାମିଠାର ଭୋଗ। ଆମ ଓଡିଶାର ଖାଦ୍ୟ ପରମ୍ପରା ଏମିତି ସମୃଦ୍ଧ ଯେ ସେଇ ଖାଦ୍ୟକୁ ନେଇ, ଖାଦ୍ୟର ନାଁକୁ ନେଇ ପାଳନ  ହୁଏ ପର୍ବ। ସେମିତି ଏକ ନିଆରା ଓଡ଼ିଆ ପର୍ବ ହେଉଛି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା , କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ ।  ଏହି ସପ୍ତପୁରୀ ଅମାବାସ୍ୟା ଓଡିଶାର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଭାବରେ ପାଳନ କରାଯାଉଥିଲେ ହେଁ ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ଏକ ବିଶେଷ ଉତ୍ସବ।

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା

ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଶ୍ରୀମନ୍ଦିରରେ ଏସବୁ ପର୍ବପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ  । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଠାକୁରଙ୍କ ପାଖରେ ସାତପୁର ବିଶିଷ୍ଟ  ସପ୍ତପୁରୀ ଭୋଗ ଲାଗିଥାଏ ।ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ । 


ସପ୍ତପୁରୀ ଭୋଗ ପ୍ରସ୍ତୁତି ପୂର୍ବର ବିଧି


ଚତୁର୍ଦ୍ଦଶୀ ତିଥିରେ  ଅଠରନଳାଠାରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ଘଣ୍ଟ ଛତା କାହାଳୀ ସେହି  ଆଲାମଚଣ୍ଡୀ ମନ୍ଦିରକୁ ଯାଆନ୍ତି । ସେଠାରେ ପୂର୍ବରୁ କୁମ୍ଭକାର ସେବକଙ୍କ ଦ୍ୱାରା ତିଆରି କରାଯାଇଥିବା ଚାରିଗୋଟି ତାଡ଼ ମାଙ୍କ ପାଖରେ ରଖାଯାଏ । ସେଠାରେ ମାଙ୍କୁ ଶୀତଳଭୋଗ ମଣୋହୀ କରାଯିବା ପରେ କୁମ୍ଭକାର ସେବକ ମାନେ ମାଙ୍କ ନିକଟରେ ଥିବା ଚାରିଗୋଟି ତାଡ଼କୁ ବନ୍ଦାପନା କରନ୍ତି । ବନ୍ଦାପନା ସମ୍ପନ୍ନ ହେବା ପରେ ବିଜେ କାହାଳୀ ବାଜି ତାଡ଼ ଗୁଡିକ ଶ୍ରୀମନ୍ଦିରକୁ ବିଜେ ହୁଅନ୍ତି।  ବଡ଼ଠାକୁର ବଳଭଦ୍ର , ମା ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୋଟିଏ ଗୋଟିଏ ତାଡ଼ ସହ ଗୋଟିଏ ଅତିରିକ୍ତ ତାଡ଼ ଶ୍ରୀମନ୍ଦିରକୁ ବିଜେ ହୁଏ । କୁମ୍ଭକାର ସେବକ ମାନେ ମୁହଁରେ ବାଘତୁଣ୍ଡି ଭିଡି ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିରକୁ ଯାନ୍ତି । ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିର ବେଢାରେ ଗୋଟିଏ ଘେରା ବୁଲାଯାଇ ସରିବା ପରେ ଶ୍ରୀମନ୍ଦିର ପରିସରରେ ରଖାଯାଏ। ପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତି ବଢି ସନ୍ଧ୍ୟା ଧୂପ ସରିବା ପରେ  ପୂଜାପଣ୍ଡା ସାଆନ୍ତ ରତ୍ନସିଂହାସନ ଉପରକୁ ଉଠି ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳକୁ ନେଇ ଘଣ୍ଟ ଛତା ,କାହାଳୀ ସହ ଶ୍ରୀମନ୍ଦିରର ଦକ୍ଷିଣରେ ଦିଗରେ ଥିବା କରୁଥିବା ମା ଦକ୍ଷିଣକାଳୀ ମନ୍ଦିରକୁ ବିଜେ କରନ୍ତି ।

ମା ଦକ୍ଷିଣକାଳୀଙ୍କ ଆଜ୍ଞାରେ ପିଠା ପ୍ରସ୍ତୁତ ହୁଏ 

ମା ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇ ଶୀତଳ ଭୋଗ ମଣୋହି କରାଯାଏ । ଭୋଗ ସରିବା ହେବା ପରେ ମାଙ୍କ ସେବକ ମାଙ୍କ ଠାରୁ ଗୋଟିଏ ମାଳ ଆଣି ଶ୍ରୀମନ୍ଦିର ରୋଷଘରେ ଦିଅନ୍ତି। ମା ଦକ୍ଷିଣ କାଳୀଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ରୋଷଘରେ ପହଁଚିବା ପରେ ଅମାବାସ୍ୟାରେ ମହାପ୍ରଭୁଙ୍କ ସପ୍ତପୁରୀ ନୀତି ପାଇଁ  ପିଠା ଓ ପୁର ପ୍ରସ୍ତୁତ ଆରମ୍ଭ ହୁଏ ଏବଂ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ସକାଳ ଧୂପ ସରିବା  ପରେ ମା ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ତାଡ଼ ଗୁଡିକରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ପିଠା ମଣୋହୀ କରାଯିବାର ବିଧି ରହିଛି।ଆଳତି ପରେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପରେ ପାଣି ପଡ଼ିବା ପରେ ଅମାବାସ୍ୟା ନାରାୟଣ ମୂର୍ତ୍ତି ଆଜ୍ଞାମାଳ ପାଇ ସାଗର ବିଜେ କରନ୍ତି ।


ଲିଙ୍ଗରାଜ ମନ୍ଦିରରେ ସପ୍ତପୁରୀ ଭୋଗ 

ସପ୍ତପୁରୀ ଉତ୍ସବ ଭାଦ୍ରବ ମାସ ଅମାବାସ୍ୟା ଦିନ ପାଳିତ ହୁଏ କିନ୍ତୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଏ ପର୍ବଟି  ଚତୁର୍ଦ୍ଦଶୀଦିନରୁ ପାଳନ ଆରମ୍ଭ ହୋଇଥାଏ। ଚତୁର୍ଦ୍ଦଶୀ ଦିନ ମାପାର୍ବତୀ ଠାକୁରାଣୀ ବ୍ରତ ପାଳନ କରନ୍ତି। ସେଦିନ ଟେରାଫିଟା ନୀତି ପରେ ସେବକମାନେ ମେଘଡମ୍ବରୁ, ଘଣ୍ଟ ଓ ମଶାଲ ନେଇ କପିଳନାଥଙ୍କ ମନ୍ଦିର ନିକଟକୁ ଯାତ୍ରା କରନ୍ତି। ମନ୍ଦିର ନିକଟରେ କୁମ୍ଭକାର ସେବକମାନେ ସପ୍ତପୁରୀ ପର୍ବ ପାଇଁ ଆବଶ୍ୟକ ମାଟିପାତ୍ର (ହାଣ୍ଡି, ପଲମ ଓ ଟିପେଇ ଇତ୍ୟାଦି) ପ୍ରସ୍ତୁତ କରି ରଖିଥାଆନ୍ତି। ଶୋଭାଯାତ୍ରା ପହଞ୍ଚିବା ପରେ କୁମ୍ଭକାରମାନେ ଲିଙ୍ଗରାଜ ମନ୍ଦିରକୁ ଆସି ରୋଷ ନିକଟରେ ଉପସ୍ଥିତ ହୁଅନ୍ତି। ସମସ୍ତ ଯୋଗାଡ଼ ମୁଣ୍ଡ ଉପରେ ଥିବା ଅବସ୍ଥାରେ ମହାସୁଆର ସେବକ ସେଗୁଡ଼ିକୁ ସ୍ପର୍ଶ କଲା ପରେ ତାହା ତଳେ ରଖାଯାଏ ।ଇତି ମଧ୍ୟରେ ନୃସିଂହ ମନ୍ଦିର ସାମ୍ନାରେ ଥଇବା ଅଚ୍ୟୁତାମଣ୍ଡପରେ ଗୁଡ଼ିଆ ସେବକମାନେ ଏକ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିଥାନ୍ତି ।  ହରଡ଼, ପାଳବୁଟ, ରାଶି, ଗୋଲମରିଚ ଓ ଜିରା ପ୍ରଭୃତିକୁ ଆସିଥିବା ନୂଆ ହାଣ୍ଡିରେ ପୂର କରିବା ପୂର୍ବରୁ ଗୁଡ଼ିଆମାନେ ଭାଜନ୍ତି। ଏହାପରେ ପ୍ରଶାସନ ତରଫରୁ ଧାର୍ଯ୍ୟ ତାଲିକା ଅନୁସାରେ ନଡ଼ିଆ ବଣ୍ଟାଯାଏ। ଉତ୍ତରବାଡ଼ ଓ ଦକ୍ଷିଣବାଡ଼ ମହାସୁଆରମାନେ ୨୩ ଗୋଟି ନଡ଼ିଆ ଗ୍ରହଣ କରନ୍ତି। ରୋଷଶାଳାର କୋଠଚୁଲି ନିକଟରେ ପୂର୍ଣ୍ଣକୁମ୍ଭ ବସାଇ ଦୀପ ଜଳାଯାଏ ଏବଂ ଭକ୍ତ ମହାସୁଆର ସେବକମାନେ ଏକତ୍ର ୨୩ ଗୋଟି ନଡ଼ିଆ ଭାଙ୍ଗି ଚୁଲିକୁ ବନ୍ଦାପନା କରନ୍ତି। ତା’ପରେ ଠାକୁରାଣୀଙ୍କ ଓଷା ଉଦ୍‌ଯାପନ ନିମନ୍ତେ ସେହି ଚୁଲିରେ ୭ ଗୋଟି ବଡ଼ ସପ୍ତପୁରୀ ପିଠା ଓ ଚରୁ ଅନ୍ନ ପ୍ରସ୍ତୁତ ହୁଏ। ସେହି ଭୋଗରୁ କିଛି ସନ୍ଧ୍ଯା ଧୂପରେ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଭୋଗ ହୁଏ ତା ପରେ ମାପାର୍ବତୀଙ୍କୁ ସେଥିରୁ ଥାଳି ଭୋଗ ଯାଇ ପଞ୍ଚୋପଚାରରେ ସମର୍ପଣ ହୁଏ। ଆଉ କିଛି ସପ୍ତପୁରୀ ଭୋଗ ବଡ଼ସିଂହାର ଧୂପରେ ପୂଜା କରାଯାଏ ଏବଂ ଏହାପରେ ଯଥାବିଧି ପହୁଡ଼ ହୁଏ।

Disclaimer: This content has been automatically aggregated from television for informational purposes. To read the original article, please visit television.