Welcome!

Unlock your personalized experience.
Sign Up

Sanjay Dutt : ସଞ୍ଜୟ ଦତ୍ତ ରୋକି ପାରିଥା’ନ୍ତେ ମୁମ୍ୱାଇ ବ୍ଲାଷ୍ଟ … ଅଭିନେତାଙ୍କ ଅବସ୍ଥା କିପରି ଥିଲା କହିଲେ ଉଜ୍ଜ୍ୱଳ ନିକମ

Jul 13, 2026 - 23:12
Sanjay Dutt : ସଞ୍ଜୟ ଦତ୍ତ ରୋକି ପାରିଥା’ନ୍ତେ ମୁମ୍ୱାଇ ବ୍ଲାଷ୍ଟ … ଅଭିନେତାଙ୍କ ଅବସ୍ଥା କିପରି ଥିଲା କହିଲେ ଉଜ୍ଜ୍ୱଳ ନିକମ

ମୁମ୍ୱାଇ –ସଞ୍ଜୟ ଦତ୍ତ ଅବୈଧ ରୂପେ ଅସ୍ତ୍ରଶସ୍ତ୍ର ରଖିବା ନେଇ ୭ ବର୍ଷର ସଜା କାଟି ସାରିଛନ୍ତି। ଜଣାଶୁଣା ପ୍ରସିକ୍ୟୁଟର ଉଜ୍ଜଳ ତାଙ୍କୁ ଦଣ୍ଡ ଦେଇ ଥିଲେ। ଏବେ ସେ ଏକ ପୋଡକାଷ୍ଟରେ କହିଥିଲେ –ଯେବେ ସଞ୍ଜୟ ଦତ୍ତଙ୍କୁ ଦଣ୍ଡ ଶୁଣାଗଲା ,ସେହି ସମୟରେ ସେ ଭୟରେ ଥରୁ ଥିଲେ। ଉଜ୍ଜଳଙ୍କ କହିବାନୁସାରେ , ତାଙ୍କ ନଜରରେ ସଞ୍ଜୟ ଆତଙ୍କବାଦୀ ନଥିଲେ, କିନ୍ତୁ ଏହି କଥାରେ ଅସନ୍ତୋଷ ଥିଲେ ଯେ, ସେ ଆତଙ୍କୀ ଆକ୍ରମଣ ରୋକି ନଥିଲେ। ସେ ଚାହିଁ ଥିଲେ ରୋକି ପାରି ଥାନ୍ତେ। ଉଜ୍ଜଳ ନିକମ ଲଲ୍ଲନଟପ୍ ସହ କଥାବାର୍ତ୍ତାରେ କହି ଥିଲେ – ଯେତେବେଳେ ବି ସଞ୍ଜୟ ଦତ୍ତ କାନ୍ଦିଲେ , ଲୋକେ ଏଥିପାଇଁ ମୋତେ ଦାୟୀ କଲେ , ମିଡିଆ ଯେକୌଣସି ବ୍ୟକ୍ତି ବିଷୟରେ ବି ସାଧାରଣ ଧାରଣ ସୃଷ୍ଟ କରି ପାରେ। ଯେତେବେଳେ କୋର୍ଟ ସଞ୍ଜୟ ଦତ୍ତଙ୍କ ବିରୋଧରେ ରାୟ ଶୁଣାଇଲେ ,ସେ ଖୁବ୍ ଭୟଭୀତ ହୋଇ ଯାଇ ଥିଲେ। ସେ ଜାମିନରେ ବାହାରେ ଥିଲେ , କିନ୍ତୁ କୋର୍ଟ ତାଙ୍କୁ କଷ୍ଟଡିକୁ ନେବାକୁ ଆଦେଶ ଦେଇଥିଲେ।

ନିଜ ପକ୍ଷ ରଖି ଉଜ୍ଜଳ କହିଛନ୍ତି ଯେ, ତାଙ୍କର କହିବାର ଥିଲା ସଞ୍ଜୟଙ୍କୁ ପ୍ରୋବେସନ ଅଫ୍ ଅଫେଣ୍ଡର ଆକ୍ଟ (ପ୍ରଥମ ଥର ଛୋଟିଆ ଭୁଲରେ ୱାର୍ଣ୍ଣିଂ ଦେଇ ଛାଡ଼ିବା)ର ସୁବିଧା ମିଳିବା ଉଚିତ ନୁହେଁ। ସେ ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତଥାପି କୋର୍ଟ ତାଙ୍କୁ ଷଡ଼ଯନ୍ତ୍ର ଅଭିଯୋଗରୁ ମୁକ୍ତ କରି ଥିଲେ। ଉଜ୍ଜ୍ୱଳ ଏଥିରେ ସହମତ ହୋଇଥିଲେ, କିନ୍ତୁ ଯୁକ୍ତି ଦର୍ଶାଇ ଥିଲେ ଯେ, ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ,ସଞ୍ଜୟଙ୍କୁ ସାତ ବର୍ଷ ଜେଲଦଣ୍ଡ ଦିଆଯିବ ଉଚିତ୍।

ଉଜ୍ଜ୍ୱଳ କହି ଥିଲେ – ତାଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ, ଏହା ତାଙ୍କର ପ୍ରଥମ ଅପରାଧ, ତାଙ୍କୁ ସେଥିପାଇଁ ଜାମିନରେ ମୁକ୍ତ କରାଯିବା ଉଚିତ୍। ମୁଁ ବିରୋଧ କରିଥିଲି , କାରଣ ସଞ୍ଜୟଙ୍କ ପାଖରେ ଯେଉଁ ବନ୍ଧୁକ ଥିଲା , ତାହା ଦାଉଦର ଅନେକ ସୁଟରଙ୍କ ହାତ ଦେଇ ଆସି ଥିଲା। ଯଦି ସେ କୌଣସି ଏମିତି ବ୍ୟକ୍ତିଙ୍କ ଠାରୁ ଅସ୍ତ୍ର ନେଉଛନ୍ତି, ସେ ତାଙ୍କର କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ବିଷୟରେ ନିଶ୍ଚୟ ଅବଗତ ଥିବେ। ପ୍ରୋବେସନ ଅଫ୍ ଆଫେଣ୍ଡର୍ସ ଆକ୍ଟର ସୁବିଧା ସେମାନଙ୍କୁ ମିଳିଥାଏ ,ଯିଏ ପ୍ରଥମ ଥର ଅପରାଧ କରିଥିବେ, ନିର୍ଦ୍ଦୋଷ ଥିବେ ଏବଂ ପରିସ୍ଥିତିରେ ପଡ଼ି ଫସି ଯାଇଥିବେ। ସଞ୍ଜୟଙ୍କ ସହ ଏମିତି କେସ୍ ନଥିଲା।

ଉଜ୍ଜ୍ୱଳ କହିଥିଲେ , ସଞ୍ଜୟଙ୍କୁ ଯେତେବେଳେ ସଜା ଶୁଣାଯାଇ ଥିଲା , ତାଙ୍କର ରିଆକ୍ସନ କେମିତି ଥିଲା। ରାୟ ଶୁଣିବା ପରେ ସଞ୍ଜୟ ଭୟରେ ଥରି ଥିଲେ। ସେ କହୁଥିଲେ, ସାର୍ ମୁଁ କିଛି ଭୁଲ୍ କରି ନାହିଁ। ମୁଁ ଫେରି ଆସିବି।ସେ ଭୟଭୀତ ଥିଲେ । ମୁଁ ତାଙ୍କ ପାଖରେ ଠିଆ ହୋଇ ଥିଲି। ମୁଁ ତାଙ୍କୁ କହିଥିଲି – ସଞ୍ଜୁ , ମିଡିଆ ଦେଖୁଛୁ, ପ୍ଲିଜ୍ ସିଧା ଠିଆ ହୋଇ ରୁହ। ଏହାପରେ ମୁଁ ପୁଲିସକୁ କହିଥିଲି ତାଙ୍କୁ ନେଇ ଯାଅ।ଯଦି ମୁଁ ତାଙ୍କୁ ସେହି ସମୟରେ ତାଙ୍କୁ ମୋଟିଭେଟ୍ କରି ନଥାନ୍ତି ତ ମିଡିଆ ମୋତେ ଭିନେଲ କରି ଦେଇଥାନ୍ତା। ସମସ୍ତେ ମୋ ବିରୁଦ୍ଧରେ ଥିଲେ।

ଉଜ୍ଜ୍ୱଲ ନିକମ ଆହୁରି କହିଥିଲେ,ମୁଁ ଏହି କଥା ସ୍ପଷ୍ଟ କରି ଦେବାକୁ ଚାହେଁ ଯେ, ସଞ୍ଜୟ ଦତ୍ତ ଆତଙ୍କବାଦୀ ନଥିଲେ । ତାହା ତାଙ୍କର ପିଲାଳିଆମି ଥିଲା। ଆପଣ ଏହି ଜିନିଷ ତାଙ୍କ ଆଖିରେ ଦେଖି ପାରିବେ। ସେ ଅସ୍ତ୍ରଶସ୍ତ୍ରକୁ ନେଇ ଖୁବ୍ ବ୍ୟାକୁଳ ଥିଲେ , ସେହି ସମୟରେ ଅନେକ ଲୋକ ଅଣ୍ଡରୱାର୍ଲ୍ଡ ଦ୍ୱାରା ଫାସିନେଟେଡ୍ ରହୁଥିଲେ।

ଆହୁରି ମଧ୍ୟ ପଢନ୍ତୁ - ମହେଶ ମଞ୍ଜରେକରଙ୍କ ପତ୍ନୀ ମେଧାଙ୍କୁ କ୍ୟାନସର , ଇମୋସନାଲ ପୋଷ୍ଟରେ ସ୍ୱାମୀ ଓ ଝିଅ ସାଇଙ୍କୁ ଦେଲେ ଧନ୍ୟବାଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।