Sambalpuri-Kosli News Services: ଲଞ୍ଚ୍ ହେଲା ‘ଓଟିଭି ଫିଦିନ୍’ ଚ୍ୟାନେଲ

୨୪ ଘଣ୍ଟିଆ ‘ଓଟିଭି ଫିଦିନ୍’ ଚ୍ୟାନେଲ ଲଞ୍ଚ ହୋଇଛି। ଏଥିରେ ପଶ୍ଚିମ ଓଡିଶାର କଳା ସଂସ୍କୃତି ସହ ରାଜନୀତି ଏବଂ ନାଚ ଗୀତ ସହ ସମସ୍ତ ଖବର ଦେଖି ପାରିବେ।

28 August 2025 01:45 PM IST
Sambalpuri-Kosli News Services: ଲଞ୍ଚ୍ ହେଲା ‘ଓଟିଭି ଫିଦିନ୍’ ଚ୍ୟାନେଲ

୨୪ ଘଣ୍ଟିଆ ‘ଓଟିଭି ଫିଦିନ୍’ ଚ୍ୟାନେଲ ଲଞ୍ଚ ହୋଇଛି। ଏଥିରେ ପଶ୍ଚିମ ଓଡିଶାର କଳା ସଂସ୍କୃତି ସହ ରାଜନୀତି ଏବଂ ନାଚ ଗୀତ ସହ ସମସ୍ତ ଖବର ଦେଖି ପାରିବେ।

ପବିତ୍ର ନୂଆଁଖାଇ ଅବସରରେ ଆଜିଠୁ ଓଟିଭିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ ଲଞ୍ଚ୍ ହେଲା ୨୪ ଘଣ୍ଟିଆ ‘ଓଟିଭି ଫିଦିନ୍ ଚ୍ୟାନେଲ । ଶୁଭାରମ୍ଭ କରିଛନ୍ତି ଓଡିଶା ଟେଲିଭିଜନ ନେଟୱର୍କ ଏମଡି ଜଗି ମଙ୍ଗତ ପଣ୍ଡା। ୨୪ ଘଣ୍ଟା ଧରି ପଶ୍ଚିମ ଓଡ଼ିଶାର ଟିକିନିଖି ଖବର ସମ୍ବଲପୁରୀ କୋସଲି ଭାଷାରେ ଦେଖିପାରିବେ ଦର୍ଶକ । ଓଟିଭି ଫିଦିନ୍ ଚ୍ୟାନେଲକୁ କ୍ଲିକ୍ କରିବା ମାତ୍ରେ ୨୪ ଘଣ୍ଟା ଅନବରତ ଦେଖିପାରିବେ ପ୍ରତିଟି ଖବର ସମ୍ବଲପୁର କୋସଲି ଭାଷାରେ।

୨୭ ଡିସେମ୍ବର ୨୦୦୯ରେ ଓଟିଭିରେ ଆରମ୍ଭ ହୋଇଥିଲା ସମ୍ବଲପୁରୀ ଭାଷାରେ ପ୍ରଥମ ବୁଲେଟିନ୍ ଫିଦିନ୍। ଏବେ ସମ୍ବଲପୁରୀ ଭାଷାରେ ବୁଲେଟିନ ଦେଖିବା ପାଇଁ ଓଟିଭିରେ କେବଳ ଅପରାହ୍ଣ ସାଢ଼େ ୫ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଓଟିଭି ଫିଦିନ୍ ଚ୍ୟାନେଲକୁ କ୍ଲିକ୍ କରିବା ମାତ୍ରେ ଅନବରତ ଦେଖିପାରିବେ ସମ୍ବଲପୁରୀ ଭାଷାରେ ପ୍ରତିଟି ଖବର।

Disclaimer: This content has been automatically aggregated from television for informational purposes. To read the original article, please visit television.