Sambalpur Encounter: ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର
ସମ୍ବଲପୁରରେ ପୋଲିସ ଓ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଏନକାଉଣ୍ଟର । ଧନୁପାଲି ଥାନା ଅଧୀନସ୍ଥ ଖଣ୍ଡୁଆଳଠାରେ ହତ୍ୟା ଅଭିଯୁକ୍ତ ମହମ୍ମଦ ସାମଦ୍ ପୋଲିସର ଗୁଳିରେ ଆହତ ହୋଇଛି।
ସମ୍ବଲପୁରରେ ପୋଲିସ ଓ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଏନକାଉଣ୍ଟର । ଧନୁପାଲି ଥାନା ଅଧୀନସ୍ଥ ଖଣ୍ଡୁଆଳଠାରେ ହତ୍ୟା ଅଭିଯୁକ୍ତ ମହମ୍ମଦ ସାମଦ୍ ପୋଲିସର ଗୁଳିରେ ଆହତ ହୋଇଛି।
ଗର୍ଜିଲା ସମ୍ବଲପୁର ପୋଲିସ, ଆଜି ସକାଳୁ ସକାଳୁ ଅଭିଯୁକ୍ତଙ୍କୁ ଧରିବା ବେଳେ ଖଣ୍ଡୁଆଳ ନିକଟରେ ଘଟିଛି ଗୁଳିକାଣ୍ଡ । ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଅପରାଧୀଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି ଅପରାଧୀ ଏମଡି ସାମଦ ।
ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଏମଡି ସାମଦକୁ ଖଣ୍ଡୁଆଳ ନିକଟରେ ପୋଲିସ ଧରିବାକୁ ଚେଷ୍ଟା କଲା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସକୁ ଦେଖି ଏମଡି ସାମଦ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଥିଲା । ଜବାବରେ ପୋଲିସ ଗୋଟିଏ ରାଉଣ୍ଡ ପାଲଟା ଗୁଳି ଚଳାଇ ଏନକାଉଣ୍ଟର କରିଥିଲା।
ଅଭିଯୁକ୍ତର ବାମ ପଟ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ଘଟଣା ସ୍ଥଳରେ ଗୋଟିଏ ୭.୬ ଏମଏମ୍ ବନ୍ଧୁକ,୨ଟି ଖୋକା ଓ ଅଭିଯୁକ୍ତର ମଟର ସାଇକେଲ ପଡ଼ିଛି । ଅଭିଯୁକ୍ତ ନାମରେ ପୁର୍ବରୁ ବହୁ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଧନୁପାଲି ଥାନା ଅନ୍ତର୍ଗତ ସୁରେନ୍ଦ୍ର ସାଏ ଷ୍ଟାଡିୟମ ନିକଟରେ ଆସଫାକ ଖାନକୁ ଛୁରୀ ଭୂଷି ହତ୍ୟା କରି Md ସାମଦ ଓ ତାର ଭାଇ Md. ୱାସିମ୍ ଫେରାର ହୋଇଯାଇଥିଲେ । ସେପଟେ ଏହି ଘଟଣାରେ ଛାନଭିନ୍ କରୁଛି ପୋଲିସ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
