Sagar Kavach: ଜଳପଥ ଦେଇ ମାଡ଼ି ଆସୁଛନ୍ତି ଆତଙ୍କବାଦୀ, ରୋକିବାକୁ ଚାଲିଛି ସମରାଭ୍ୟାସ

ଜଳପଥ ଦେଇ ମାଡ଼ି ଆସୁଛନ୍ତି ଆତଙ୍କବାଦୀ । ଶତ୍ରୁ ପ୍ରବେଶକୁ କିଭଳି ପ୍ରତିହତ କରାଯିବ ସେନେଇ କରାଯାଉଛି ମକଡ୍ରିଲ୍ । ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଏବଂ ସମୁଦ୍ର ମଧ୍ୟରେ ଚାଲିଛି ସମରାଭ୍ୟାସ 'ସାଗର କବଚ-୨' ।

03 September 2025 08:15 PM IST
Sagar Kavach: ଜଳପଥ ଦେଇ ମାଡ଼ି ଆସୁଛନ୍ତି ଆତଙ୍କବାଦୀ, ରୋକିବାକୁ ଚାଲିଛି ସମରାଭ୍ୟାସ

ଜଳପଥ ଦେଇ ମାଡ଼ି ଆସୁଛନ୍ତି ଆତଙ୍କବାଦୀ । ଶତ୍ରୁ ପ୍ରବେଶକୁ କିଭଳି ପ୍ରତିହତ କରାଯିବ ସେନେଇ କରାଯାଉଛି ମକଡ୍ରିଲ୍ । ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଏବଂ ସମୁଦ୍ର ମଧ୍ୟରେ ଚାଲିଛି ସମରାଭ୍ୟାସ 'ସାଗର କବଚ-୨' ।

ସମୁଦ୍ର ଉପକୂଳରେ ହାଇଆଲର୍ଟ। ଜଗି ରହିଛନ୍ତି ସଶସ୍ତ୍ର ସୁରକ୍ଷାବଳ। ଓଡିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ର ତଟରେ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ 'ସାଗର କବଚ-୨'। ପାରାଦୀପରେ ଚାଲିଛି ଦୁଇଦିନିଆ ଉପକୂଳ ସମରଭ୍ୟାସ। ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, ଭାରତୀୟ ନୌସେନା, ଇଣ୍ଡିଆନ କୋଷ୍ଟ ଗାର୍ଡ, ବନବିଭାଗ, ମତ୍ସ୍ୟବିଭାଗ ଭଳି ପ୍ରାୟ ୧୮ଟି ବିଭାଗ ସାମିଲ ହୋଇଛନ୍ତି। ଜଳପଥ ଦେଇ ସ୍ଥଳଭାଗକୁ କିଭଳି ଶତ୍ରୁ ପ୍ରବେଶକୁ ପ୍ରତିହତ କରାଯିବ ସେନେଇ ଚାଲିଛି ମିଳିତ ସମରାଭ୍ୟାସ।

ଏହି ସମରାଭ୍ୟାସରେ ସୁରକ୍ଷା କର୍ମୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଟିମ ବ୍ଲୁ ଓ ଅନ୍ୟଟି ରେଡ୍ ଟିମ୍। ସମୁଦ୍ର ପଥ ଦେଇ ରେଡ ଟିମ୍ ଉପକୂଳରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିବାବେଳେ, ସ୍ଥଳ ଭାଗରେ ବ୍ଲୁ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହି ଛଦ୍ମବେଶୀ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରୁଛନ୍ତି। ପାରାଦୀପ ବନ୍ଦର, ମାଛଧରା ବନ୍ଦର, ରାଡାର ଷ୍ଟେସନ, ଲାଇଟ ହାଉସ, ସିନେମା ହଲ, ମଲ୍, ଶିଳ୍ପାନୁଷ୍ଠାନ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ରେଡ୍ ଟିମର ଆକ୍ରମଣ ଉଦ୍ୟମକୁ ବିଫଳ କରିବା ସହ ସେମାନଙ୍କୁ କାବୁ କରୁଛନ୍ତି।

ଜଳପଥରେ ସୁରକ୍ଷା ଏଜେନ୍ସିର ଆଖି ଓ କାନ ହେଉଛନ୍ତି ମତ୍ସ୍ୟଜୀବୀ। ସେମାନେ ହିଁ ପ୍ରଥମେ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଥାନ୍ତି। କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ସଙ୍ଗେ ସଙ୍ଗେ କୋଷ୍ଟଗାର୍ଡ, ମେରାଇନ ପୋଲିସ ଏବଂ ମତ୍ସ୍ୟ ବିଭାଗକୁ ସୂଚନା ଦେବାକୁ ସେମାନଙ୍କୁ ତାଲିମ ଦିଆଯାଇଛି। ଏଥିସହ କେବେ ଯଦି ଆତଙ୍କବାଦୀଙ୍କ ଅନୁପ୍ରବେଶ ହୁଏ, ତେବେ ସେଭଳି ପରିସ୍ଥିତିର ମୁକାବିଲା ବେଳେ ସାଧାରଣ ପ୍ରଶାସନ, ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ କିପରି ସମନ୍ୱୟ ରଖାଯାଇପାରିବ ଏବଂ ସଫଳତା ପୂର୍ବକ ପରିସ୍ଥିତିର ମୁକାବିଲା କରିହେବ ସେଥିପାଇଁ ପ୍ରସ୍ତୁତି ଅଭ୍ୟାସ ହେଉଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସମଗ୍ର ଦେଶରେ ବର୍ଷକୁ ୨ ଥର ଏଭଳି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେଉଛି।

Disclaimer: This content has been automatically aggregated from television for informational purposes. To read the original article, please visit television.