Safety Drive: ହେଲମେଟ ନଥିଲେ ପେଟ୍ରୋଲ ମନା: ବାଇକ ଆରୋହୀଙ୍କ ପାଇଁ ନୂଆ ନିୟମ

ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ହେଲମେଟ ପିନ୍ଧିବାକୁ ସତର୍କ କରାଇବା ପାଇଁ ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦରେ ସଡକ ସଚେତନତା ଅଭିଯାନ ଚାଲୁଛି।

02 September 2025 09:35 AM IST
Safety Drive: ହେଲମେଟ ନଥିଲେ ପେଟ୍ରୋଲ ମନା: ବାଇକ ଆରୋହୀଙ୍କ ପାଇଁ ନୂଆ ନିୟମ

ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ହେଲମେଟ ପିନ୍ଧିବାକୁ ସତର୍କ କରାଇବା ପାଇଁ ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦରେ ସଡକ ସଚେତନତା ଅଭିଯାନ ଚାଲୁଛି।

ସୋମବାର ଦିନ ଉତ୍ତରପ୍ରଦେଶର ନୋଏଡା ଏବଂ ଗାଜିଆବାଦର ଦୁଇ ଚକିଆ ଯାନ ଚାଳକମାନେ ପେଟ୍ରୋଲ ପମ୍ପଗୁଡ଼ିକରେ ଏକ ନୂ‌ଆ ନିୟମର ସମ୍ମୁଖୀନ ହୋଇଛନ୍ତି। ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ହେଲମେଟ ପିନ୍ଧିବାକୁ ସତର୍କ କରାଇବା ପାଇଁ ଏକ ଅଭିଯାନ ଚାଲୁଛି। ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ବିନା ହେଲମେଟ୍ ରେ ଆସୁଥିବା ବାଇକ ଆରୋହୀମାନଙ୍କୁ ପେଟ୍ରୋଲ ନ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପଦକ୍ଷେପକୁ "ଦାୟିତ୍ୱପୂର୍ଣ୍ଣ ଭାବେ ଗାଡ଼ି ଚଲାଇବା ପାଇଁ ଏକ ପଦକ୍ଷେପ" ଭାବରେ ବର୍ଣ୍ଣନା କରିଛନ୍ତି, ଏହାକୁ ଦଣ୍ଡ ଭାବରେ ନୁହେଁ ବରଂ ଏକ ସୁରକ୍ଷା ବ୍ୟବସ୍ଥା ଭାବରେ ଦେଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏକ ସରକାରୀ ପ୍ରେସ୍ ବିବୃତ୍ତିରେ ଗୁରୁତ୍ୱ ଦିଆଯାଇଛି ଯେ ଏହି ଅଭିଯାନ ଜିଲ୍ଲାଗୁଡ଼ିକରେ ମାଜିଷ୍ଟ୍ରେଟ୍, ପୋଲିସ, ପରିବହନ ଅଧିକାରୀ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି (DRSC) ଦ୍ୱାରା ସମନ୍ୱିତ କରାଯାଉଛି।

ବାଇକ ଆରୋହୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁକୁ ହ୍ରାସ କରିବା ପାଇଁ ଏହି ଅଭିଯାନ ଜାଲୁଛି ବୋଲି ଗାଜିଆବାଦର ଅତିରିକ୍ତ ଡିସିପି (ଟ୍ରାଫିକ୍) ସଚ୍ଚିଦାନନ୍ଦ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯୁକ୍ତିତର୍କ କିମ୍ବା ପ୍ରତିରୋଧର ସମ୍ମୁଖୀନ ହେଉଥିବା ପେଟ୍ରୋଲ ପମ୍ପ କର୍ମଚାରୀମାନେ ତୁରନ୍ତ ସହାୟତା ପାଇଁ ପୋଲିସ ହେଲପଲାଇନ୍ ୧୧୨ କୁ ଡାଏଲ କରିପାରିବେ। ଗୌତମ ବୁଦ୍ଧ ନଗରରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ମେଧା ରୂପମ୍ ପୋଲିସ, ପ୍ରଶାସନ ଏବଂ ପରିବହନ ବିଭାଗକୁ ସଘନ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପେଟ୍ରୋଲ ପମ୍ପ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ଗ୍ରାହକମାନଙ୍କୁ ପେଟ୍ରୋଲ ଦେବାକୁ ମନା କରାଯିବାକୁ ବିଶୃଙ୍ଖଳା ହେବାର ସମ୍ଭାବନା ରହିଛି। କିଛି ବାଇକ ଆରୋହୀ ରାଗି ଯାଇ ପ୍ରବଳ ଯୁକ୍ତିତର୍କ ମଧ୍ୟ କରୁଛନ୍ତି।

ଗାଜିଆବାଦରେ, ପ୍ରାୟ ୧୦୦ ଟି ପେଟ୍ରୋଲ ପମ୍ପରେ ଏହି ନିୟମ କାର୍ଯ୍ୟକାରୀ ହେଉଛି। ଡିଲରମାନେ କହିଛନ୍ତି ପେଟ୍ରୋଲ ନମିଳିଲେ ଲୋକମାନେ ପ୍ରାୟତଃ ଝଗଡ଼ା କରୁଛନ୍ତି। ତେଣୁ ପେଟ୍ରୋଲ ଡିଲରମାନେ ଖୁବ ଶୀଘ୍ର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହେବେ।

ସୂଚନାଯୋଗ୍ୟ, କେବଳ ଗାଜିଆବାଦରେ ୨୦୨୨ରେ ୮୮୬, ୨୦୨୩ରେ ୯୯୧ ଏବଂ ୨୦୨୪ ରେ ୯୯୬ ସଡ଼କ ଦୁର୍ଘଟଣା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ୨୦୨୨ରେ ୩୬୩, ୨୦୨୩ରେ ୩୬୫ ଏବଂ ୨୦୨୪ ରେ ୩୮୧ ଲୋକଙ୍କ ମୃତ୍ୟୁ ହୋଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.