Safest City for Women: ମହିଳାଙ୍କ ପାଇଁ ଭୁବନେଶ୍ୱର ସବୁଠୁ ସୁରକ୍ଷିତ
ନ୍ୟାସନାଲ୍ ଆନୁଆଲ୍ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ୨୦୨୫ର ରିପୋର୍ଟ ଅନୁଯାୟୀ ଭୁବନେଶ୍ବର ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର। କୋଲକାତା ଓ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ।
ନ୍ୟାସନାଲ୍ ଆନୁଆଲ୍ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ୨୦୨୫ର ରିପୋର୍ଟ ଅନୁଯାୟୀ ଭୁବନେଶ୍ବର ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର। କୋଲକାତା ଓ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ।
ମହିଳାଙ୍କ ପାଇଁ ଭୁବନେଶ୍ବର ସବୁଠୁ ସୁରକ୍ଷିତ। ନ୍ୟାସନାଲ୍ ଆନୁଆଲ୍ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ୨୦୨୫ର ରିପୋର୍ଟ ଅନୁଯାୟୀ ଭୁବନେଶ୍ବର ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଅଟେ। କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ, ଇଟ୍ଟାନଗର ଏବଂ ମୁମ୍ବାଇ ମଧ୍ୟ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ତାଲିକାରେ ରହିଛି।
ତେବେ ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ ପାଟନା ଏବଂ ଜୟପୁର ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସୁରକ୍ଷା ପାଇଁ ଭିତ୍ତିଭୂମିର ଅଭାବ, ଆଲୋକର ଅଭାବ, ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ତ୍ରୁଟିକୁ ଏହାର କାରଣ ବୋଲି ଦର୍ଶାଯାଇଛି। ନାରୀ ସୁରକ୍ଷା ଜାତୀୟ ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ ୨୦୨୫ ଅନୁଯାୟୀ ଭାରତର ସହରଗୁଡିକରେ ମହିଳାମାନେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଅପରାଧ ପରିସଂଖ୍ୟାନକୁ ଏଥିରେ ଆଧାର କରାଯାଇନଥିବା ବେଳେ ୩୧ଟି ସହରର ୧୨ ହଜାର ୭୭୦ ମହିଳାଙ୍କୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟକୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା କିଶୋର ରାହତକର ଉନ୍ମୋଚନ କରିଛନ୍ତି। ପି ଭାଲ୍ୟୁ ଆନାଲିଟିକ୍ସ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଗ୍ରୁପ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ସ ଆଣ୍ଡ ଏକାଡେମିସିଆନ୍ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି।
ସହର ମଧ୍ୟରେ କୋଲକାତା ଓ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ ହୋଇଥିବାବେଳେ ରାଞ୍ଚି, ଶ୍ରୀନଗର ଓ ଫରିଦାବାଦ ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ଯେଉଁ ମାମଲାଗୁଡ଼ିକରେ ଏତଲା ହୋଇପାରିନି ସେହିଭଳି ମାମଲାଗୁଡ଼ିକୁ ମଧ୍ୟ ସର୍ଭେରେ ହିସାବକୁ ନିଆଯାଇଛି। ଅଧିକ ନିର୍ଯାତନା ଓ ଅପବାଦ ଭୟରେ ଅନେକ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚି ପାରେନାହିଁ। ସର୍ଭେରେ ଅଂଶଗ୍ରହଣ କରିଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ ନିଜ ଅଭିଜ୍ଞତା ସମ୍ପର୍କରେ ଅଧିକାରୀଙ୍କୁ ଜଣାଉଥିବା କହିଥିଲେ। ସେହିପରି ୫୩ ପ୍ରତିଶତ ମହିଳା ସେମାନଙ୍କ କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ନିବାରଣ ଆଇନ ଲାଗୁ ହୋଇଥିବା ସମ୍ପର୍କରେ ଜାଣିନଥିବା କହିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
