Sachin Tendulkar: ସବୁ ଫର୍ମାଟ୍‌ରେ ସଫଳତାର ରହସ୍ୟ ଖୋଲିଲେ ସଚିନ

Jun 04, 2026 - 08:19
Sachin Tendulkar: ସବୁ ଫର୍ମାଟ୍‌ରେ ସଫଳତାର ରହସ୍ୟ ଖୋଲିଲେ ସଚିନ

ମୁମ୍ବାଇ: କ୍ରିକେଟ୍‌ର ଏମିତି କୌଣସି ଫର୍ମାଟ୍‌ ନାହିଁ ଯେଉଁଥିରେ ମାଷ୍ଟର୍‌ ବ୍ଲାଷ୍ଟର ସଚିନ ତେନ୍ଦୁଲକର ସଫଳ ହୋଇନାହାନ୍ତି। ବୁଧବାର ଏକ ସାକ୍ଷାତକାର ଅବସରରେ ସଚିନ ନିଜର ଏହି ସ୍ବତନ୍ତ୍ର ଦକ୍ଷତା ସହ ସବୁ ଫର୍ମାଟ୍‌ରେ ସଫଳ ହେବାର ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ନିୟନ୍ତ୍ରିତ ବ୍ୟାକ୍‌ଲିଫ୍ଟ, ସୁସ୍ଥ ବୈଷୟିକ ଦକ୍ଷତା ଏବଂ ସବୁ ପ୍ରକାର ଖେଳ ପରିବେଶକୁ ଆବଶ୍ୟକ ସମ୍ମାନ ହିଁ ତାଙ୍କ ସଫଳତାର କାରଣ ବୋଲି ମତ ଦେଇଛନ୍ତି ସେ। ‘ଇଏସ୍‌ପିଏନ୍‌ କ୍ରିକ୍‌ ଇନ୍‌ଫୋ’ ଗତ ୨୫ବର୍ଷରେ ସର୍ବଶ୍ରେଷ୍ଠ କ୍ରିକେଟର୍‌ ତାଲିକାର ଦ୍ବିତୀୟ ସ୍ଥାନରେ ରହିବା ପରେ ସଚିନ କହିଛନ୍ତି, କ୍ରିକେଟ୍‌ର ଫର୍ମାଟ୍‌ ଓ ନିୟମରେ ନିରନ୍ତର ପରିବର୍ତ୍ତନ ଘଟୁଥିବାରୁ ଖେଳାଳିମାନେ ଏହାକୁ ସ୍ୱୀକାର କରି ନିଜ ଖେଳରେ ପରିବର୍ତ୍ତନ ଆଣିବା ଆବଶ୍ୟକ। 

Education: 'ଇଗ୍ନୋ'ରେ ନୂତନ ନାମଲେଖା ଓ ପୁନଃ ପଞ୍ଜୀକରଣ ଆରମ୍ଭ

ବ୍ୟାକ୍‌ଲିଫ୍ଟ ଓ ବୈଷୟିକ ଦକ୍ଷତା ଉପରେ ନିୟନ୍ତ୍ରଣ ରହିଲେ ଯାଇ ହିଁ ଜଣେ ବ୍ୟାଟର୍‌ ସମସ୍ତ ଫର୍ମାଟ୍‌ରେ ସଫଳତା ହାସଲ କରିପାରିବେ। ଟି-୨୦ରେ ଆକ୍ରମଣାତ୍ମକ ବ୍ୟାଟିଂ ଦରକାର ଥିବାବେଳେ ଦିନିକିଆ କ୍ରିକେଟ୍‌ରେ ସନ୍ତୁଳନ ଏବଂ ଟେଷ୍ଟ କ୍ରିକେଟ୍‌ରେ ଟେକ୍‌ନିକ୍‌ ଓ ଧୈର୍ଯ୍ୟର କଠିନ ପରୀକ୍ଷା ହୋଇଥାଏ ବୋଲି ସେ କହିଥିଲେ। ପରିସ୍ଥିତିକୁ ସମ୍ମାନ ଦେଇ ଖେଳକୁ ତଦନୁଯାୟୀ ବଦଳାଇ ପାରୁଥିବା ଖେଳାଳିଙ୍କୁ ମୁଁ ସର୍ବଦା ଉପରେ ରଖିବି। ସଚିନ ଆହୁରି କହିଥିଲେ ଯେ, ବିଶେଷକରି ଟେଷ୍ଟ କ୍ରିକେଟ୍‌ରେ ଦୃଢ଼ ରକ୍ଷଣାତ୍ମକ ବ୍ୟାଟିଂ ଅତ୍ୟନ୍ତ ଜରୁରି। ଗୁଣବତ୍ତାସମ୍ପନ୍ନ ଦ୍ରୁତ ବୋଲରଙ୍କ ବିପକ୍ଷରେ ଫ୍ରଣ୍ଟ ଫୁଟ୍‌ରେ ଆତ୍ମବିଶ୍ୱାସର ସହିତ ରକ୍ଷା କରିପାରୁଥିବା ବ୍ୟାଟର୍‌ମାନେ ଉଚ୍ଚସ୍ତରରେ ସଫଳ ହେବାର ଅଧିକ ସମ୍ଭାବନା ରଖନ୍ତି।

Neglect: ସ୍ବାଧୀନତାର ୭୮ବର୍ଷ ପରେ ଜିଲ୍ଲାପାଳଙ୍କୁ ଦେଖିଲେ ଦୁର୍ଗମ ଗାଁର ଲୋକେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।