Saayoni Ghosh Betray Mamata Banarjee: ଦିନେ ମମତାଙ୍କ କ୍ଷମତା କଥା କହୁଥିଲେ, ଏବେ ଧୋକା ଦେଲେ ସାୟୋନି
"କୋଲକାତା: କ୍ଷମତା ଲୋଭ କ"ଣ କରିପାରେ, ତାହା ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି। ଯେଉଁ ନେତା ଦିନେ ଦିଦି ଦିଦି ବୋଲି ପାଣି ପିଉନଥିଲେ ଆଜି ସେମାନେ ବିଦ୍ରୋହୀ ପାଲଟିଛନ୍ତି।
ଅତି ଖାସ୍ ଏବେ ପାଲଟିଛନ୍ତି କଟ୍ଟର ବିରୋଧୀ।
କ୍ଷମତା ବିଜେପି ହାତକୁ ଯିବା ପରେ ଏବେ ଟିଏମସିର ଅଧାରୁ ଅଧିକ ନେତା ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଲେଣି।
କିଛି ନେତା ମମତା ବାନାର୍ଜୀଙ୍କୁ ହଟାଇ ଦଳ ନିଜ ହାତକୁ ନେବାକୁ ଚାହିଁଲେଣି।
ଏହି ନେତାମାନଙ୍କ ମଧ୍ୟରେ ମମତାଙ୍କ ଅତି ଖାସ୍ ସାଂସଦ ସାୟୋନି ଘୋଷ ରହିଥିବା ସାମ୍ନାକୁ ଆସିଛି।
ପଶ୍ଚିମବଙ୍ଗରେ ଦିଦି କ୍ଷମତାରେ ଥିବା ବେଳେ ସେ ମମତାଙ୍କ କ୍ଷମତାକୁ ନେଇ ଅନେକ ବାହାପିଆ କଥା କହିଥିଲେ।
ଦିଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବୁ ବୋଲି କହି ଫୁଟାଣି ମାରିଥିଲେ।
ହେଲେ କ୍ଷମତା ଯାଉ ଯାଉ ସାୟୋନି ଏବେ ଦଳ ବଦଳାଇବାକୁ ଚିନ୍ତା କଲେଣି।
ସେ ବି ବିଦ୍ରୋହୀ ଗୋଷ୍ଠୀଙ୍କ ସୂଚୀରେ ସାମିଲ ଅଛନ୍ତି ବୋଲି ଜଣାପଡ଼ିଛିAdvertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।