Russia Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ: ରୁଷ ସହିଛି ଅଧିକ କ୍ଷତି

Jul 02, 2026 - 11:20
Russia Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ: ରୁଷ ସହିଛି ଅଧିକ କ୍ଷତି

"ୱାସିଂଟନ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଯୋଗୁଁ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ ହୋଇଛନ୍ତି।

ଆମେରିକୀୟ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍(ସିଏସଆଇଏସ)ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନରୁ ଏହା ଜଣାପଡିଛି।

ରିପୋର୍ଟରେ ଆକଳନ କରାଯାଇଛି ଯେ, ଫେବ୍ରୁଆରି ୨୦୨୨ ରେ ମସ୍କୋ ୟୁକ୍ରେନ ଆକ୍ରମଣ କରିବା ପରଠାରୁ ୪ଲକ୍ଷରୁ ସାଢ଼େ ୪ ଲକ୍ଷ ରୁଷୀୟ ସୈନିକଙ୍କ ମୃତ୍ୟୁ ହୋଇଛି।

ରୁଷୀୟ ସୈନ୍ୟଙ୍କ ମଧ୍ୟରୁ ମୋଟ ୧୪ ଲକ୍ଷ ଆହତ ଏବଂ ନିଖୋଜ ହୋଇଛନ୍ତି।

ରୁଷ ଅଧିକ କ୍ଷତି ସହିଥିବା କୁହାଯାଉଛି।ସେହିପରି ୟୁକ୍ରେନୀୟ ସୈନ୍ୟଙ୍କ ମୃତାହତ ସଂଖ୍ୟା ୫ ଲକ୍ଷ ୨୫ ହଜାର ରୁ ୬ ଲକ୍ଷ ୨୫ ହଜାର ମଧ୍ୟରେ ରହିଛି।

ଲକ୍ଷେ ୨୫ ହଜାରରୁ ଦେଢ଼ଲକ୍ଷ ମଧ୍ୟରେ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।Advertisment ମୃତକଙ୍କ ସଂଖ୍ୟା ଆକଳନ କରିବା କଷ୍ଟ ତେବେ ଯୁଦ୍ଧରେ ମୃତକଙ୍କ ସଂଖ୍ୟା ଆକଳନ କରିବା କଷ୍ଟକର ହେଉଛି କାରଣ ମସ୍କୋ ଯୁଦ୍ଧରେ ମୃତକ ଏବଂ ଆହତଙ୍କୁ କମ୍ ଗଣନା କରୁଥିବା କୁହାଯାଉଛି।

ସେହିପରି ୟୁକ୍ରେନ୍ ନିଜର ସରକାରୀ ସଂଖ୍ୟା ପ୍ରକାଶ କରୁ ନାହିଁ।

ଏହି ଅଧ୍ୟୟନରେ ଆମେରିକୀୟ ଏବଂ ବ୍ରିଟିଶ ସରକାରଙ୍କ ଆକଳନ, ଅନ୍ୟାନ୍ୟ ଉତ୍ସ ଆଧାରରେ ମୃତକଙ୍କ ସଂଖ୍ୟାର ରିପୋର୍ଟ ପ୍ରକାଶ କରାଯାଇଛି।

Russia Attack: ଜେଲେନସ୍କିଙ୍କ ଚେତାବନୀ ଦେବାର କିଛି ଘଣ୍ଟା ପରେ କିଭ୍ ଉପରେ କ୍ଷେପଣାସ୍ତ୍ର-ବୋମା ବର୍ଷା କଲା ରୁଷ "