Russia Ukraine Conflict: ପୁଟିନ ଏବଂ ଜେଲେନସ୍କିଙ୍କୁ ଫୋନ୍ କଲ୍ କରି ୟୁକ୍ରେନ ଚୁକ୍ତି ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ
"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୯୦ ମିନିଟ୍ ଧରି ଟେଲିଫୋନରେ କଥା ହୋଇ ୟୁକ୍ରେନ ଯୁଦ୍ଧର ସମାଧାନ ଖୋଜିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ରବିବାର ସକାଳେ ସାର୍ବଜନୀନ ହୋଇଥିବା ମନ୍ତବ୍ୟରେ କ୍ରେମଲିନ୍ର ବରିଷ୍ଠ ନେତା ୟୁରି ଉଷାକୋଭ୍ କହିଛନ୍ତି।
ଉଷାକୋଭ କହିଛନ୍ତି ଯେ, ଟ୍ରମ୍ପ ଆସନ୍ତା ସପ୍ତାହରେ ତୁର୍କୀରେ ହେବାକୁ ଥିବା ନାଟୋ ସମ୍ମିଳନୀରେ ଯୋଗଦେବା ପରିପ୍ରେକ୍ଷୀରେ ଶନିବାର ଆମେରିକାର ସ୍ୱାଧୀନତା ଦିବସରେ ଏକ ଫୋନ୍ କଲ୍ ସମୟରେ ଏହି ପ୍ରସ୍ତାବ ଦେଇଛନ୍ତି।Advertisment Trump Criticizes: ନେତାନ୍ୟାହୁ ଜାଣନ୍ତି ବସ୍ କିଏ: ସାକ୍ଷାତ ପୂର୍ବରୁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଟ୍ରମ୍ପ ଆମେରିକୀୟ ରାଷ୍ଟ୍ରପତି ପୁଣି ଥରେ ଯୁଦ୍ଧର ଶୀଘ୍ର ସମାପ୍ତି ଏବଂ ସଙ୍କଟ ଦୂର କରିବା ପାଇଁ ସମାଧାନ ଖୋଜିବା ପାଇଁ ତାଙ୍କର ପ୍ରସ୍ତୁତିକୁ ନିଶ୍ଚିତ କରିଛନ୍ତି ବୋଲି ଉଷାକୋଭ ରୁଷ ରାଷ୍ଟ୍ରପତିଙ୍କ ସହ ହୋଇଥିବା ଟ୍ରମ୍ପଙ୍କ କଲ୍ ନେଇ କହିଛନ୍ତି।
ଏହି ଆଲୋଚନାକୁ ବ୍ୟବସାୟିକ ଏବଂ ଗଠନମୂଳକ ଥିଲା ବୋଲି ଉଷାକୋଭ କହିଛନ୍ତି।
ରୁଷ ନିଜର ମୌଳିକ ଆଭିମୁଖ୍ୟକୁ ଧ୍ୟାନରେ ରଖି ବିବାଦର ଏକ ରାଜନୈତିକ-କୂଟନୈତିକ ସମାଧାନ ଚାହୁଁଥିବା ସେ ପ୍ରକାଶ କରିଛନ୍ତି।
କିଭ୍ ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ସଂଘର୍ଷକୁ ବଢ଼ାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ରୁଷର ତୈଳ ଶିଳ୍ପ ସହିତ ଜଡିତ ଭିତ୍ତିଭୂମିରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ବାରା ୟୁକ୍ରେନ ଆକ୍ରମଣ କରିଛି।
ଯାହା ଫଳରେ ଅନେକ ରୁଷିଆନ ଅଞ୍ଚଳରେ ଇନ୍ଧନ ଅଭାବ ସୃଷ୍ଟି ହୋଇଥିବା ସେ କହିଛନ୍ତି।
ଉଷାକୋଭ କହିଛନ୍ତି, ପୁଟିନ ଯୁଦ୍ଧକ୍ଷେତ୍ରର ପ୍ରକୃତ ପରିସ୍ଥିତି ଆକଳନ କରିଛନ୍ତି।
ରୁଷର ସଶସ୍ତ୍ର ବାହିନୀ ଆତ୍ମବିଶ୍ୱାସର ସହିତ ଆଗକୁ ବଢୁଛନ୍ତି, ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ଦଖଲକୁ ନେଉଛନ୍ତି।
ରୁଷ କହିଛି, ଯେକୌଣସି ମତେ ମସ୍କୋକୁ ୟୁକ୍ରେନର ଡୋନବାସ ଅଞ୍ଚଳକୁ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ଆଣିବା ଆବଶ୍ୟକ।
ଯୁଦ୍ଧ ଶେଷ ହେବାର ସମ୍ଭାବନା ଅଛି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ସେ ଟ୍ରମ୍ପଙ୍କ ସହ ମଧ୍ୟ କଥା ହୋଇଛନ୍ତି।
ଜେଲେନସ୍କି ତାଙ୍କ ଟେଲିଗ୍ରାମ ଆକାଉଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ତାଙ୍କର ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରିଛନ୍ତି।
ଯେଉଁଥିରେ ଯୁଦ୍ଧର ୧,୨୦୦ କିଲୋମିଟର ଫ୍ରଣ୍ଟ ଲାଇନ ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି।
ଯୁଦ୍ଧ ଶେଷ ହେବାର ସମ୍ଭାବନା ଅଛି ।
ଏନେଇ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।
ଜେଲେନସ୍କି କହିଛନ୍ତି ଯେ, ସେ ଏବଂ ଟ୍ରମ୍ପ ନାଟୋ ବୈଠକରେ ଆଲୋଚନା ଜାରି ରଖିବାକୁ ରାଜି ହୋଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।