Rural road development ଟୁଡୁବାଲି ଛକରୁ ଗାରିଡିଙ୍ଗିଆ ରାସ୍ତା ତୁରନ୍ତ ନିର୍ମାଣ ଦାବି

Jul 20, 2026 - 18:56
Rural road development ଟୁଡୁବାଲି ଛକରୁ ଗାରିଡିଙ୍ଗିଆ ରାସ୍ତା ତୁରନ୍ତ ନିର୍ମାଣ ଦାବି

"ଘୁ.ଉଦୟଗିରି (ସମୀର ପାଢ଼ୀ): ଟିକାବାଲି ବ୍ଲକ ଅନ୍ତର୍ଗତ ଗାରିଡିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରୁଥିବା ଟିକାବାଲି–ପାବୁରିଆ ଆର୍‍.ଡି.

ରାସ୍ତାର ଟୁଡୁବାଲି ଛକରୁ ଗାରିଡିଙ୍ଗିଆ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଅନେକ ଦିନ ଧରି ମରାମତି ହୋଇନାହିଁ।

ଫଳରେ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

Advertisment ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଟୁଡୁବାଲି ଛକରୁ ଗାରିଡିଙ୍ଗିଆ ପର୍ଯ୍ୟନ୍ତ ମୋଟ ପ୍ରାୟ ୧୦ କିଲୋମିଟର ରାସ୍ତା ଥିବାବେଳେ, ତାହାର ୩ କିଲୋମିଟର ଅଂଶ ସମ୍ପୂର୍ଣ୍ଣ ଭାବେ ଖାଲଖମା ଓ ଢିପଯୁକ୍ତ ହୋଇପଡ଼ିଛି।

ଏହାଫଳରେ ବାଇକ୍, କାର ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ କରିବାରେ ବହୁତ ଅସୁବିଧା ହେଉଛି।

ବର୍ଷା ଦିନରେ ସମସ୍ୟା ଆହୁରି ବଢ଼ିଯାଉଛି।

Road Block: ୩୨୬ ଜାତୀୟ ରାଜପଥ ଗୁମ୍ମା ଘାଟି ଜାମ୍, ଯାତ୍ରୀ ହନ୍ତସନ୍ତ ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ଗାରିଡ଼ିଙ୍ଗିଆ ପଞ୍ଚାୟତର ପ୍ରାୟ ୬ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ବସ୍ ସେବାରୁ ବଞ୍ଚିତ ହୋଇଛନ୍ତି।

ସରକାରଙ୍କ ଯୋଜନା ଅନୁଯାୟୀ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ବସ୍ ସେବା ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ, ରାସ୍ତା ଖରାପ ଥିବାରୁ ବସ୍ ଚଳାଚଳ ସମ୍ଭବ ହେଉନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବସ୍ ଚାଲିଲେ ଗାଡ଼ିର ତଳ ଅଂଶ ରାସ୍ତାରେ ବାଜୁଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ୁଛି।

Approach Road Caves In ଦବିଗଲା ଜାତୀୟ ରାଜପଥ-୧୬ର ବିଷ୍ଣୁପୁର ସେତୁର ଆପ୍ରୋଚ୍ ରୋଡ୍ ଏହି ସମସ୍ୟାକୁ ନେଇ ସ୍ୱାକର ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଏବଂ କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।

ସେମାନେ ଶୀଘ୍ର ରାସ୍ତାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।ସମସ୍ୟା ସମ୍ପର୍କରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ କହିଛନ୍ତି, ଏହି ରାସ୍ତାର ପୁନଃନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ।

ରାସ୍ତା ନିର୍ମାଣ ପରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।