Rumour Goes Viral: ଆଉ ନାହାନ୍ତି ଡୋନାଲ୍ଡ ଟ୍ରଂପ ? ସେୟାର ହେଲାଣି ୧ ଲକ୍ଷରୁ ଅଧିକ ପୋଷ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ନାହାନ୍ତି। ତାଙ୍କର ମୃତ୍ୟ ହୋଇଛି। ଏ କଥା ଆମେ କହୁନୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି କିଛି ଗୁଜବ। ଏକ୍ସରେ ଟ୍ରେଣ୍ଡ କରୁଛି ‘ଟ୍ରମ୍ପ ଇଜ୍‌ ଡେଡ୍‌’। ଆମେରିକା ସମେତ ସାରା ବିଶ୍ୱରେ ଏହି

31 August 2025 05:05 PM IST
Rumour Goes Viral: ଆଉ ନାହାନ୍ତି ଡୋନାଲ୍ଡ ଟ୍ରଂପ ? ସେୟାର ହେଲାଣି ୧ ଲକ୍ଷରୁ ଅଧିକ ପୋଷ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ନାହାନ୍ତି। ତାଙ୍କର ମୃତ୍ୟ ହୋଇଛି। ଏ କଥା ଆମେ କହୁନୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି କିଛି ଗୁଜବ। ଏକ୍ସରେ ଟ୍ରେଣ୍ଡ କରୁଛି ‘ଟ୍ରମ୍ପ ଇଜ୍‌ ଡେଡ୍‌’। ଆମେରିକା ସମେତ ସାରା ବିଶ୍ୱରେ ଏହି ଖବର ଏବେ ଗୁଳି ବେଗରେ ଭାଇରାଲ ହେଉଛି। ,

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ନାହାନ୍ତି। ତାଙ୍କର ମୃତ୍ୟ ହୋଇଛି। ଏ କଥା ଆମେ କହୁନୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି କିଛି ଗୁଜବ। ଏକ୍ସରେ ଟ୍ରେଣ୍ଡ କରୁଛି ‘ଟ୍ରମ୍ପ ଇଜ୍‌ ଡେଡ୍‌’। ଆମେରିକା ସମେତ ସାରା ବିଶ୍ୱରେ ଏହି ଖବର ଏବେ ଗୁଳି ବେଗରେ ଭାଇରାଲ ହେଉଛି। ଯାହାକୁ ନେଇ ଚାରିଆଡେ ସୃଷ୍ଟି ହୋଇଛି ହଇଚଇ। ଏକ୍ସରେ ଏନେଇ ୧ ଲକ୍ଷରୁ ଅଧିକ ପୋଷ୍ଟି ବି ହୋଇସାରିଲାଣି।

ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା ଖବର ସାମ୍ନାକୁ ଆସିଥିଲା। ତାଙ୍କ ହାତରେ କ୍ଷତ ଚିହ୍ନ ଓ ପାଦ ଫୁଲିବା ଫଟୋ ଦେଖିବାକୁ ମିଳିଥିଲା। ଟ୍ରମ୍ପଙ୍କୁ କ’ଣ ହୋଇଛି ବୋଲି ଚାରିଆଡେ ଆଲୋଚନା ଚାଲିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଏହାରି ଭିତରେ ଶନିବାର "ଟ୍ରମ୍ପ୍ ଇଜ୍ ଡେଡ୍", ଏକ୍ସ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କର ଏକ ବୟାନରୁ ଏହି ଟ୍ରେଣ୍ଡ ଆରମ୍ଭ ହୋଇଥିବା କୁହାଯାଉଛି।

ୟୁଏସ୍‌ ଟୁଡେକୁ ଗତ ୨୭ ତାରିଖରେ ଜେଡି ଭାନ୍ସ ଏକ ସାକ୍ଷାତକାର ଦେଇଥିଲେ। ଏଥିରେ ସେ କହିଥିଲେ, ଯଦି ଟ୍ରମ୍ପଙ୍କ ସହ କୌଣସି ଦୁଃଖଦ ଘଟଣା ଘଟେ, ତେବେ ମୁଁ ନେତୃତ୍ୱ ନେବାକୁ ପ୍ରସ୍ତୁତ। ଜେଡି ଭାନ୍ସଙ୍କ ଏହି ବୟାନ ପରଠାରୁ ଏକ୍ସରେ ଟ୍ରମ୍ପ ଇଜ୍‌ ଡେଡ୍‌ ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି। କରୁଛି। ସେପଟେ ଉପରାଷ୍ଟ୍ରପତିଙ୍କ ଏହି ଦୁଇ ପଦ କଥା ପରଠାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଆଉ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ସେ ଏକ ରକମ ଗାଏବ ହୋଇଯାଇଛନ୍ତି। ତାଙ୍କର ଏଭଳି ଅନୁପସ୍ଥିତି ‘ଟ୍ରମ୍ପ ମୃତ’ ଗୁଜବକୁ ଆହୁରି ଖୋରାକ ଯୋଗାଇଛି।

ଜୁଲାଇରେ ୭୯ ବର୍ଷ ବୟସରେ ପଦାର୍ପଣ କରିଥିବା ଟ୍ରମ୍ପଙ୍କ ଯଦିଓ କିଛି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଛି, ତଥାପି ସେ ସବୁଠି ଅଛନ୍ତି ସକ୍ରିୟ। ବିଭିନ୍ନ ରାଷ୍ଟ୍ର ବିରୋଧୀ କଡା ଟିପ୍ପଣୀ ଦେବା ସହ କେତେକ ଦେଶ ଉପରେ ଟାରିଫ ବୋଝ ଲଦି ସେ ବିଶ୍ୱବ୍ୟାପୀ ସୃଷ୍ଟି କରିଛନ୍ତି ହଇଚଇ। ତାଙ୍କ ପାଇଁ ବିଶ୍ୱ ବଜାରରେ ସୃଷ୍ଟି ହୋଇଛି କମ୍ପନ।

Disclaimer: This content has been automatically aggregated from television for informational purposes. To read the original article, please visit television.