Rule Changes: ସେପ୍ଟେମ୍ୱର ପହିଲାରୁ ବଦଳିବ ଏହି ୫ ନିୟମ
ପ୍ରତି ମାସରେ ଆର୍ଥିକ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହୁଏ। ସେପ୍ଟେମ୍ବର ମାସରେ ମଧ୍ୟ ଆର୍ଥିକ ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି।
ପ୍ରତି ମାସରେ ଆର୍ଥିକ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହୁଏ। ସେପ୍ଟେମ୍ବର ମାସରେ ମଧ୍ୟ ଆର୍ଥିକ ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି।
ସେପ୍ଚେମ୍ୱର ୧ରୁ ବଦଳିବାକୁ ଯାଉଛି ୫ଟି ନିୟମ।
ନିୟମ ନମ୍ବର ୧
ସରକାର ରୂପା ଉପରେ ନୂତନ ନିୟମ ଆଣୁଛନ୍ତି, ଯାହା ଅଧୀନରେ ଏହାର କ୍ରୟ ଏବଂ ବିକ୍ରୟରେ ଅଧିକ ସ୍ୱଚ୍ଛତା ରହିବ। ରୂପା ଅଳଙ୍କାର ଉପରେ ମଧ୍ୟ ସୂନା ପରି ହଲମାର୍କିଂ ପାଇଁ ଏବେ ପ୍ରସ୍ତୁତି କରାଯାଉଛି। ଯଦି ଆପଣ ରୂପାରେ ନିବେଶ କରନ୍ତି କିମ୍ବା ଅଳଙ୍କାର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ନିୟମଗୁଡ଼ିକୁ ମନେ ରଖିବାକୁ ପଡିବ। ଏହି ପରିବର୍ତ୍ତନ ଦ୍ୱାରା ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ନିୟମ ନମ୍ବର ୨
ସେପ୍ଟେମ୍ବର 1 ରୁ SBI କାର୍ଡ ବ୍ୟବହାରକାରୀଙ୍କ ପାଇଁ ନିୟମ ପରିବର୍ତ୍ତନ ହେଉଛି। ବିଲ୍ ପେମେଣ୍ଟ, ଇନ୍ଧନ କ୍ରୟ କିମ୍ବା କ୍ରେଡିଟ୍ କାର୍ଡରେ ଅନଲାଇନ୍ ସପିଂ ପାଇଁ ଏବେ ଅଧିକ ଚାର୍ଜ ଲାଗିପାରେ। ଅଟୋ-ଡେବିଟ୍ ବିଫଳତା ଉପରେ 2% ଜରିମାନା ଲାଗୁ ହେବ, ଏବଂ ଅନ୍ତର୍ଜାତୀୟ କାରବାରରେ ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିପାରେ। ଏହା ସହିତ, ଗିଫ୍ଟ୍ ପଏଣ୍ଟର ମୂଲ୍ୟ ମଧ୍ୟ ହ୍ରାସ ପାଇପାରେ।
ନିୟମ ନମ୍ବର ୩
ପ୍ରତି ମାସର ପ୍ରଥମ ତାରିଖରେ LPG ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୁଏ। ଏଥର ମଧ୍ୟ ସେପ୍ଟେମ୍ବର 1 ରେ ମୂଲ୍ୟ କମ୍ କିମ୍ବା ଅଧିକ ହୋଇପାରେ। ଗତ ମାସରେ ୧୯ କେଜି ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ 33.50 ଟଙ୍କା ହ୍ରାସ କରାଯାଇଥିଲା। କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟ ସମାନ ରହିଥିଲା। ତେଣୁ ଆଶା କରାଯାଉଛି ଯେ ସେପ୍ଟେମ୍ବରରେ ମଧ୍ୟ ଘରୋଇ LPG ସିଲିଣ୍ଡର ଦର କମିପାରେ।
ନିୟମ ନମ୍ବର ୪
ଡାକସେବାରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ରେଜିଷ୍ଟ୍ରି ପୋଷ୍ଟକୁ ସ୍ପିଡ୍ ପୋଷ୍ଟ ସେବା ସହିତ ମିଶ୍ରଣ କରିବାକୁ ଘୋଷଣା କରାଯାଇଛି। ଏହାର ଅର୍ଥ ଯଦି ଆପଣ ୧ ସେପ୍ଟେମ୍ବର କିମ୍ବା ତା'ପରେ କୌଣସି ରେଜିଷ୍ଟ୍ରି ପୋଷ୍ଟ ପଠାଇବାକୁ ଚାହାଁନ୍ତି, ତେବେ ଏହା ଏବେ ସିଧାସଳଖ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯିବ।
ନିୟମ ନମ୍ବର ୫
ଶେଷରେ କିଛି ବ୍ୟାଙ୍କରେ Fix Depositର ସୁଧ ହାରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ, ଅଧିକାଂଶ ବ୍ୟାଙ୍କ ୬.୫% ରୁ ୭.୫% ସୁଧ ପ୍ରଦାନ କରୁଛନ୍ତି, କିନ୍ତୁ ଅନୁମାନ କରାଯାଉଛି ଯେ ଏହି ହାର ହ୍ରାସ ପାଇପାରେ।
ମୋଟା ମୋଟି ଭାବେ ଏପରି କିଛି ନୂତନ ନିୟମ ୧ ସେପ୍ଟେମ୍ୱରରୁ ଲାଗୁ ହେବାକୁ ଯାଉଛି। ଯାହା କିଛିମାତ୍ରାରେ ସାଧାରଣ ଜନତାଙ୍କ ପାଇଁ ଖୁସି ତ କିଛି ଚିନ୍ତାର କାରଣ ବନିପାରେ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
