Robbery Gang: ବାରଙ୍ଗରେ ଡକାୟତ ଓ ଚୋର ଦଳ ସକ୍ରିୟ
"ବାରଙ୍ଗ: କିଛିଦିନ ହେଲାଣି ବାରଙ୍ଗ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତ ଓ ଚୋର ଦଳ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି।
ପାଞ୍ଚ ଦିନ ଭିତରେ ଦୁଇଟି ଗ୍ରାମର ଦୁଇଟି ଘରକୁ ଟାର୍ଗେଟ କରି ଲୁଟ୍ କରିବା ଲାଗି ଆସିଥିବା ଡକାୟତ ଦଳ ବିଫଳ ହେଇଛନ୍ତି।
ଗତ ୧୪ ତାରିଖ ରାତିରେ ଫୁଲପୋଖରୀ ଗ୍ରାମର ଜନକ ବେଉରାଙ୍କ ଘରୁ ଡକାୟତି କରିବା ପାଇଁ ସୁଦୃଶ୍ୟ ପୋଷାକ ଓ ଯୋତା ପିନ୍ଧିଥିବା ୫ ଜଣିଆ ଦଳ ଆସିଥିଲେ।
ଡକାୟତମାନେ ଏକ କାଗଜ କାଢ଼ି ଦେଖୁଥିବା ସିସିଟିଭିରୁ ଦେଖିବାକୁ ମିଳିଥିଲା।
ଯେଉଁଥିରୁ ସେମାନେ ପୂର୍ବରୁ ନକ୍ସା ପ୍ରସ୍ତୁତ କରି ଆସିଥିବା ଅନୁମାନ କରାଯାଉଛି।
ପରେ ଗେଟ୍ ଉପରେ ଚଢ଼ି ହତା ଭିତରକୁ ପଶି କବାଟ ବାଡ଼େଇ ଡାକିଥିଲେ।
କବାଟ ନ ଫିଟାଇବାରୁ ନିରାଶ ହୋଇ ଫେରିଯାଇଥିଲେ।
ପୁଣି ଗତକାଲି ଅର୍ଥାତ ୧୯ ତାରିଖ ଶନିବାର ରାତିରେ କଣ୍ଟାପାଟଣା ଗ୍ରାମକୁ ତିନିଜଣିଆ ଡକାୟତ ଦଳ ଯାଇ ଆଲିଆ ସାହୁ ଘର କବାଟ ବାଡ଼େଇଥିଲେ।
ଏଠାରେ ମଧ୍ୟ ସମାନ ଢଙ୍ଗରେ ଡକାୟତି କରି ନପାରି ନିରାଶ ହୋଇ ଫେରିଛନ୍ତି ଡକାୟତ ଦଳ।
ଦୁଇଟି ଡକାୟତି ଉଦ୍ୟମର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ହେଲେ ଜନକ ଦେଉରାଙ୍କ ଘରୁ ଡକାୟତି ଉଦ୍ୟମର ସିସିଟିଭି ଦୃଶ୍ୟକୁ ନେଇ ବାରଙ୍ଗ ଥାନା ପୁଲିସ ତଦନ୍ତ କରୁଥିବା ବେଳେ ଏଯାବତ ସମ୍ପୃକ୍ତ ଡକାୟତ ଦଳର ଖୋଜ୍ଖବର ମିଳିନାହିଁ।Advertisment Aquapreneur Conclave: "ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି" ଚଳିତ ଜୁଲାଇ ୫ ତାରିଖରେ କଣ୍ଟାପାଟଣା ଗ୍ରାମର ମଠ ପରିସରରେ ଥିବା ସିଦ୍ଧ ମହାବୀର, ମା ମଙ୍ଗଳା ଓ ଦାଢ଼ାପାଟଣାସ୍ଥିତ ମା କନକ ଦୁର୍ଗା ମନ୍ଦିରରୁ ତାଲା ଭାଙ୍ଗି ଚାନ୍ଦି ଅଳଙ୍କାର ଚୋରି ହୋଇଥିଲା।
ପୁଲିସ ସମସ୍ତ ଘଟଣାର ଅଭିଯୋଗକୁ ନେଇ ତଦନ୍ତ କରୁଥିବା ବେଳେ ପୁଲିସକୁ ଖାତିର୍ ନକରି ଲୁଟେରାମାନେ ବର୍ଷା ସାଙ୍ଗକୁ ଅନ୍ଧର ରାତିର ସୁଯୋଗ ନେଇ ଗୋଟିକ ପରେ ଗୋଟିଏ ଉଦ୍ୟମ ଜାରି ରଖିଛନ୍ତି।
ଚର୍ଚ୍ଚା ହେଉଛି ଲୁଟେରାମାନେ ଗାଡ଼ିରେ ଆସି କିଛି ବାଟ ଦୂରରେ ରଖି ଲକ୍ଷସ୍ଥଳକୁ ଯାଉଛନ୍ତି।
ସାଥୀରେ ସରଞ୍ଜାମ ବ୍ୟାଗ୍ ଧରି ଆସୁଛନ୍ତି।
ବ୍ୟାଗରେ ଖାଦ୍ୟ, ଅସ୍ତ୍ର ଓ ଲୁଟ୍ ସମୟରେ ମୁହଁରେ ଭିଡ଼ିବା ପାଇଁ କପଡ଼ା ନେଇ ଆସୁଛନ୍ତି।
ବୁଲା କୁକୁରମାନଙ୍କୁ ଖାଦ୍ୟ ପକାଇ ଆୟତ କରୁଛନ୍ତି।
ତା" ପରେ ଲୁଟ୍ ପାଇଁ ଆଗକୁ ଯୋଜନା ବଢ଼ାଉଛନ୍ତି।
Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।