Robbers Flee with Lakhs After Gunpoint Heist: ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା, ଜଣକୁ ଧରି ପକାଇଲେ ଗ୍ରାମବାସୀ
ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା। ବନ୍ଧୁକ ଧରି ଘରେ ପଶିଲେ ଆଉ ସୁନା, ରୁପା ସହ ଲକ୍ଷାଧିକ ଟଙ୍କା ସବୁ ଲୁଟିନେଲେ। ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତର ଜୁଡ଼ାଗଡିଆ ଗାଁର ନିରଞ୍ଜନ ଶତପଥୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ଆସି ନିରଞ୍ଜନଙ୍କ ଘର କବାଟ ବାଡେଇଥିଲେ। ନିରଞ୍ଜନ କବାଟ ଖୋଲିବା ମାତ୍ରେ ଘରେ ପଶିଥିଲେ ଡକାୟତ।
ନିରଞ୍ଜନ ଏବଂ ତାଙ୍କ ସ୍ତ୍ରୀଙ୍କୁ ତାଲା ପକାଇ ଚୋରି କରିଥିଲେ। ଗ୍ରାମବାସୀ ଖବର ପାଇ ଚୋରଙ୍କୁ ଘେରିଯାଇଥିଲେ। ୩ ଜଣ ଖସି ଯାଇଥିବା ବେଳେ ଜଣେ ଚୋରକୁ କାବୁ କରିଥିଲେ ଗ୍ରାମବାସୀ । ଗୋଟିଏ ବାଇକ ମଧ୍ୟ ରଖି ଦେଇଥିଲେ ଗ୍ରାମବାସୀ। ପୋଲିସ ପହଞ୍ଚି ଜଣେ ଚୋରକୁ ଧରିବା ସହ ବାଇକକୁ ଜବତ କରିଛି।
ବନ୍ଧୁକ ମୁନରେ ଲୁଟିନେଲେ ସୁନା,ରୁପା ସହ ଲକ୍ଷାଧିକ ଟଙ୍କା
ଜଗଦଳପୁର ପଞ୍ଚାୟତର ଜୁଡ଼ାଗଡିଆ ଗ୍ରାମରେ ସଶସ୍ତ୍ର ଡକାୟତି
ପରିବାର ଲୋକଙ୍କୁ ଘରେ ତାଲା ପକାଇ ଲୁଟ୍ ଅଭିଯୋଗ
ଜଣେ ଡକାୟତିକୁ କାବୁ କରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।