Road Block: ଏଯାଏ ମିଳିନି ସାର, NH ଅବରୋଧ କଲେ ଚାଷୀ
Road Block: ଏଯାଏ ମିଳିନି ସାର, NH ଅବରୋଧ କଲେ ଚାଷୀ
Road Block: ଏଯାଏ ମିଳିନି ସାର, NH ଅବରୋଧ କଲେ ଚାଷୀ
ମାଲକାନଗିରି : ୟୁରିଆ ସାର ଅଭାବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ। ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହରାଜପଲି ପଞ୍ଚାୟତ ସମ୍ମୁଖରେ 326 ନମ୍ବର ଜାତୀୟ ରାଜପଥ କଲେ ଅବରୋଧ। ମହରାଜପଲି ପଞ୍ଚାୟତ କୁ ଏ ପର୍ଯ୍ୟନ୍ତ ସାର ପହଁଚିନାହିଁ ଯାହାକୁ ତୀବ୍ର ଅସନ୍ତୋଷ ପରେ 326 ନମ୍ବର ଜାତୀୟ ରାଜପଥ କଲେ ବନ୍ଦ l କିଛିଦିନ ତଳେ ପୁସୁଗୁଡା ପଂଚାୟତରେ ଚଢା ଦରରେ ସାର ବିକ୍ରି କୁ ନେଇ ରାଜରାସ୍ତା ଅବରୋଧ ହୋଇଥିଲା l
ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ରେ ସାର ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ବିଗତ ଦିନେ ମାଥିଲି, କାଲିମେଳା, ପଡିଆ ରେ ରାସ୍ତା ରୋକ ଦେଖିବାକୁ ମିଳିଥିଲା l
Disclaimer: This content has been automatically aggregated from television for informational purposes. To read the original article, please visit television.
Home
