Riots Break Out In Argentina: ସ୍ପେନ୍‌ ବିଶ୍ୱକପ୍‌ ଜିତିବା ପରେ ଆର୍ଜେଣ୍ଟିନାରେ ହିଂସା, ଫ୍ୟାନ୍ସଙ୍କ ଭୟଙ୍କର ତାଣ୍ଡବ!

Jul 20, 2026 - 16:26
Riots Break Out In Argentina: ସ୍ପେନ୍‌ ବିଶ୍ୱକପ୍‌ ଜିତିବା ପରେ ଆର୍ଜେଣ୍ଟିନାରେ ହିଂସା, ଫ୍ୟାନ୍ସଙ୍କ ଭୟଙ୍କର ତାଣ୍ଡବ!

ଫିଫା ବିଶ୍ୱକପ୍‌ ୨୦୨୬ ଫାଇନାଲ୍‌ରେ ଆର୍ଜେଣ୍ଟିନାର ହୃଦୟଭଙ୍ଗା ପରାଜୟ ପରେ ଦେଶସାରା ଅଶାନ୍ତି। ସ୍ପେନ୍‌ ନିକଟରୁ ୧-୦ ଗୋଲ୍‌ରେ ହାରିବା ପରେ ଆର୍ଜେଣ୍ଟିନାରେ ପ୍ରଚଣ୍ଡ ହିଂସା ଓ ଦଙ୍ଗା ଦେଖାଦେଇଛି।

ରାଜଧାନୀ ବୁଏନୋସ ଆଇରେସର ପ୍ରସିଦ୍ଧ ଜାତୀୟ ସ୍ମାରକୀ 'ଅବେଲିସ୍କ' ନିକଟରେ ହଜାର ହଜାର ପ୍ରଶଂସକ ଏକାଠି ହୋଇ ହଙ୍ଗାମା କରିଛନ୍ତି। ଉତ୍ତ୍ୟକ୍ତ ଫ୍ୟାନ୍ସ ପୋଲିସ ଉପରକୁ କାଚ ବୋତଲ ଓ ବିଭିନ୍ନ ଜିନିଷ ଫିଙ୍ଗିବା ପରେ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲୁହବୁହା ଗ୍ୟାସ୍‌ ଏବଂ ୱାଟର କ୍ୟାନନ୍‌ ବ୍ୟବହାର କରିଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ହିଂସାକାଣ୍ଡ ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଜଣଙ୍କୁ ଅଟକ ରଖିଛି।

ମେଟ୍‌ଲାଇଫ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମହାମୁକାବିଲାରେ ସ୍ପେନ୍‌ ୧-୦ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରି ନିଜର ଦ୍ୱିତୀୟ ଫିଫା ବିଶ୍ୱକପ୍‌ ଟାଇଟଲ୍‌ ହାସଲ କରିଛି। ଏକ୍ସଟ୍ରା ଟାଇମ୍‌ର ୧୦୬ତମ ମିନିଟ୍‌ରେ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ଫେରାନ୍‌ ଟୋରେସ୍‌ ମ୍ୟାଚ୍‌ର ଏକମାତ୍ର ତଥା ନିର୍ଣ୍ଣାୟକ ଗୋଲ୍‌ ଦେଇ ସ୍ପେନ୍‌କୁ ବିଜୟୀ କରାଇଥିଲେ।

କୋଚ୍‌ ଲୁଇସ୍‌ ଡି ଲା ଫୁଏନ୍ତେଙ୍କ ମାର୍ଗଦର୍ଶନରେ ସ୍ପେନ୍‌ ସାରା ଟୁର୍ନାମେଣ୍ଟର ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଗୋଲ୍‌ ସହିଥିଲା। ୟୁରୋ ୨୦୨୪ ଟାଇଟଲ୍‌ ପରେ ଏବେ ଫିଫା ବିଶ୍ୱକପ୍‌ ଜିତି ସ୍ପେନ୍‌ ନୂଆ ଇତିହାସ ରଚିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।