Rice: ଶୁଖୁଛି କୋଲାବ, ଭାତହାଣ୍ଡିକୁ ବିପଦ: ଡ୍ୟାମ୍ରେ ୨୨% ଜଳ, ଆଗଉନି ଚାଷ କାର୍ଯ୍ୟ
"ପ୍ରଦୀପ କୁମାର ପାଢ଼ୀ କୋରାପୁଟ: ଦୁର୍ବଳ ମୌସୁମୀ କୋଲାବ ଜଳଭଣ୍ଡାରକୁ ଶୁଷ୍କ କରିଦେଇଛି।
ଜିଲ୍ଲାରେ ଜୁନ୍ ଓ ଜୁଲାଇରେ ଦୁଇଟି ଲଘୁଚାପ ସତ୍ତ୍ବେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି।
ଜୁନ୍ରେ ହାରାହାରି ୨୧୬ ମିମି ବର୍ଷା ହେବାକଥା, ହୋଇଛି ମାତ୍ର ୧୩୫.୭୯ ମିମି।
ସ୍ବାଭାବିକଠାରୁ ଏହା ପ୍ରାୟ ୪୦ ପ୍ରତିଶତ କମ୍।
ସେହିପରି ଜୁଲାଇରେ ହାରାହାରି ୩୫୮.୬ ମିମି ବର୍ଷା ବଦଳରେ ଆଜି ପର୍ଯ୍ୟନ୍ତ ୨୬୭ ମିମି ବର୍ଷା ହୋଇଛି।
ସ୍ବାଭାବିକଠାରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ କୋଲାବ ଜଳଭଣ୍ଡାର ଜଳସ୍ତର ଖସିବାରେ ଲାଗିଛି।
ଫଳରେ କୋଲାବ ଜଳବିଦ୍ୟୁତ୍ କେନ୍ଦ୍ରର ୪ଟି ୟୁନିଟ୍ ମଧ୍ୟରୁ ଗୋଟିଏ ୟୁନିଟ୍ ଅଚଳ ହୋଇଯାଇଛି, ୩ଟି ୟୁନିଟ୍ କାର୍ଯ୍ୟକ୍ଷମ ଅଛି।
ଦୈନିକ ୧୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳ ହାରହାରି ବିଦ୍ୟୁତ୍ ଉତ୍ପାଦନ ୪୧.୦୭ ମେଗାୱାଟ୍ ରହିଛି।
ଉପରମୁଣ୍ଡରେ ବର୍ଷା କମ୍ ହେଲେ ବିଦ୍ୟୁତ୍ ଉତ୍ପାଦନ ସହ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି।Advertisment Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍କେ ବିଧାୟକ ଗିରଫ ଡ୍ୟାମ୍ରେ ୨୨% ଜଳ, ଆଗଉନି ଚାଷ କାର୍ଯ୍ୟଜଳବିଦ୍ୟୁତ୍ କେନ୍ଦ୍ରର ଗୋଟିଏ ୟୁନିଟ୍ ବନ୍ଦଜୁନ୍ରେ ୪୦% ଓ ଜୁଲାଇରେ ୨୫% କମ୍ ବର୍ଷା ଖାଲୁଆ ଜମିରେ ତଳିରୁଆ ସରିଥିବା ବେଳେ ଉଚ୍ଚା ଜମି ଗୁଡ଼ିକରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନି।
ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଅପରକୋଲାବ ଜଳଭଣ୍ଡାର ଜଳସ୍ତରକୁ ନେଇ ବଢ଼ିଛି ଚିନ୍ତା।
ଜଳସେଚନ ସହ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ କୋଲାବର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅନିୟମିତ ବର୍ଷା ଯୋଗୁଁ ଏବେ କୋଲାବରେ ମାତ୍ର ୨୨.୩୩ ପ୍ରତିଶତ ଜଳ ଗଚ୍ଛିତ ରହିଛି।
ଜଳଭଣ୍ଡାରର ସର୍ବନିମ୍ନ ଜଳସ୍ତର ୮୪୪ ମିଟର ଥିବାବେଳେ ୮୪୮.୬୧ ମିଟରକୁ ଖସିଛି।
ସ୍ବାଭାବିକ ବର୍ଷା ନ ହେଲେ ରାଜ୍ୟରେ ବିଦ୍ୟୁତ୍ ସଂକଟ ଦେଖାଦେବେ।
Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୯୩୫ ନିୟୁତ କ୍ୟୁବିକ୍ ମିଟର।
ବର୍ତ୍ତମାନ ମାତ୍ର ୨୦୮.୮୧ ନିୟୁତ କ୍ୟୁବିକ୍ ମିଟର ଜଳ ରହିଛି, ଯାହା ନିର୍ଧାରିତ କ୍ଷମତାର ୨୨.୩୩ ପ୍ରତିଶତ।
ଗତବର୍ଷ ଆଜିକା ଦିନରେ ଜଳସ୍ତର ୮୫୧ ମିଟର ଅର୍ଥାତ୍ ୩୭୧.୭୭ ନିୟୁତ କ୍ୟୁବିକ ମିଟର ଥିଲ, ଯାହା ଧାର୍ଯ୍ୟ କ୍ଷମତାର ୩୯.୭୬ ପ୍ରତିଶତ।
ଗତବର୍ଷ ତୁଳନାରେ ୨୦୨୬ରେ ପ୍ରାୟ ୧୮ ପ୍ରତିଶତ କମ୍ ଜଳ ରହିଛି।
ଏବେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍ରେ ୨୮.୬୫ କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୦.୪୭ କ୍ୟୁମେକ୍ ନିଷ୍କାସିତ ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।