Repeated Low Pressure Systems: ଧାଡ଼ି ବାନ୍ଧି ଆସୁଛି ଲଘୁଚାପ, ଶ୍ରାବଣର ଧାରାରେ ଲାଗୁନି ବ୍ରେକ୍

ବଦଳୁଛି ପାଗର ମିଜାଜ୍। ଜଳବାୟୁରେ ବଡ଼ ପରିବର୍ତ୍ତନ। ବର୍ଷା ତ ଯେମିତି ପିଛା ଛାଡୁନି। ବାରମ୍ବାର ଆସୁଛି ଲଘୁଚାପ। ଗୋଟିଏ ନଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି। ଚଳିତ ବର୍ଷ ମେ' ମାସରୁ ବର୍ତ୍ତମାନ ସୁଦ୍ଧା ବଙ୍ଗୋପସାଗରରେ ୧୨ଟି ଲଘୁଚାପ କ୍ଷେତ୍

03 September 2025 02:15 PM IST
Repeated Low Pressure Systems: ଧାଡ଼ି ବାନ୍ଧି ଆସୁଛି ଲଘୁଚାପ, ଶ୍ରାବଣର ଧାରାରେ ଲାଗୁନି ବ୍ରେକ୍

ବଦଳୁଛି ପାଗର ମିଜାଜ୍। ଜଳବାୟୁରେ ବଡ଼ ପରିବର୍ତ୍ତନ। ବର୍ଷା ତ ଯେମିତି ପିଛା ଛାଡୁନି। ବାରମ୍ବାର ଆସୁଛି ଲଘୁଚାପ। ଗୋଟିଏ ନଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି। ଚଳିତ ବର୍ଷ ମେ' ମାସରୁ ବର୍ତ୍ତମାନ ସୁଦ୍ଧା ବଙ୍ଗୋପସାଗରରେ ୧୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାଣି।

ବାରମ୍ବାର ଘୂର୍ଣ୍ଣିବଳୟ, ସୃଷ୍ଟି ହେଉଛି ଏକାଧିକ ଲଘୁଚାପ। କେବେ ବଙ୍ଗୋପସାଗରରେ, ତ କେତେବେଳେ ଆରବ ସାଗରରେ। ମୌସୁମୀ ସିଜିନରେ ସିରିଜ ଲୋ ପ୍ରେସର। ଗୋଟିଏ ନଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି। କେତେବେଳେ ଯୋଡା ତ କେବେ ପଛକୁ ପଛ ଲଘୁଚାପ, ଅବପାତ ଆଉ ଗଭୀର ଅବପାତ। ବଙ୍ଗୋପସାଗର ସିଷ୍ଟମରେ ଗତ ୨୦ ଦିନରେ ସୃଷ୍ଟି ହୋଇଛି ୩ଟି ଲୋ ପ୍ରେସର। ଅଗଷ୍ଟ ୧୭ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ଦାନା ବାନ୍ଧିଥିଲା ଲଘୁଚାପ। ଏହାର ୧୦ ଦିନ ଭିତରେ ଅଗଷ୍ଟ ୨୬ରେ ଆଉ ଗୋଟିଏ ସୃଷ୍ଟି ହୋଇଥିଲା। ସପ୍ତାହେ ବିତିନି ଏବେ ପୁଣି ଲଘୁଚାପ ସକ୍ରିୟ ହୋଇଛି। ଗଲା ତିନି ମାସ ହେବ ଧାରା ଶ୍ରାବଣର ଧାରାରେ ଯେମିତି ବ୍ରେକ୍ ଲାଗୁନି।

ପାଣିପାଗ ବିଭାଗ ତଥ୍ୟ କହୁଛି ଚଳିତ ବର୍ଷ ମେ ୨୮ରେ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହୋଇଥିଲା। ସେବେଠାରୁ ଆଜି ସୁଦ୍ଧା ୧୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତ ୫ ବର୍ଷର ତଥ୍ୟ କହୁଛି, ୨୦୨୦ ମୌସୁମୀ ସିଜିନରେ ରାଜ୍ୟରେ ୭ଟି ଲଘୁଚାପର ପ୍ରଭାବ ରହିଥିଲା। ୨୦୨୧ରେ ୯ଟି, ୨୦୨୨ରେ ୧୨, ୨୦୨୩ରେ ୧୪ ଓ ଗତବର୍ଷ ସୃଷ୍ଟି ହୋଇଥିଲା ୧୦ରୁ ଅଧିକ ଲଘୁଚାପ କ୍ଷେତ୍ର। IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଶରେ ସାଧାରଣଠାରୁ ଅଧିକ ଲଘୁଚାପ ହୋଇଛି। ପ୍ରଭାବରେ ମୌସୁମୀ ଋତୁରେ ପୂର୍ବାନୁମାନ ଅପେକ୍ଷା ୭ ପ୍ରତିଶତ ଅଧିକ ବର୍ଷିଛି। ଅଧିକ ସଂଖ୍ୟକ ଲଘୁଚାପ ଓ ଅବପାତ ସ୍ବାଭାବିକଠାରୁ ଅଧିକ ବର୍ଷା କରାଇଥାଏ। ଏବର୍ଷ ପ୍ରାୟ ୧୬ଟି ଲୋ ପ୍ରେସର ସମ୍ଭାବନା ରହିଛି।

ଚଳିତ ମୌସୁମୀ ଋତୁରେ ତୁହାକୁ ତୁହା ଲଘୁଚାପ, ଆଉ ତା ପ୍ରଭାବରେ ଲଗାଣ ବର୍ଷାରେ ସୃଷ୍ଟି ହେଉଛି ବନ୍ୟା ସ୍ଥିତି। କାହିଁକି ବାରମ୍ବାର ସୃଷ୍ଟି ହେଉଛି ଲଘୁଚାପ ? ଏହା ପଛରେ କାରଣ କ'ଣ ? ମୌସୁମୀ ସିଜିନରେ ଏକାଧିକ ଲୋ ପ୍ରେସର ହେଉଛି କାହିଁକି ? ପାଣିପାଗ ବିଜ୍ଞାନୀଙ୍କ ମତରେ ମୌସୁମୀ ଟ୍ରପଲାଇନ ଅଧିକାଂଶ ସମୟରେ ଉତ୍ତର ଓଡ଼ିଶା ବର୍ଡର ଦେଇ ବଙ୍ଗୋପସାଗରକୁ ଗତି କରୁଛି। ସେହିପରି ମୌସୁମୀ ସମୟରେ ଦକ୍ଷିଣ-ପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ହେଉଛି। ଯେଉଁଥିରେ ଅଧିକ ରହୁଛି ଆର୍ଦ୍ରତା। ବିଶେଷ କରି ମୌସୁମୀ ସିଜିନ, ଜୁନରୁ ସେପ୍ଟେମ୍ବର ଭିତରେ ବାୟୁମଣ୍ଡଳର ଆର୍ଦ୍ରତା ବେଶି ରହିଥାଏ। ସେହିଭଳି ଓଡ଼ିଶାର ଅଧିକାଂଶ ସ୍ଥାନରେ ପାସିଂ କ୍ଲାଉଡ୍ ପାଇଁ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବାରୁ ବର୍ଷା ହେଉଛି। ବଙ୍ଗୋପସାଗରରେ ଅଧିକାଂଶ ଲଘୁଚାପ କ୍ଷେତ୍ର ବାଂଲାଦେଶ ଓ ପଶ୍ଚିମବଙ୍ଗ ବର୍ଡରରେ ସୃଷ୍ଟି ହେଉଛି। ଚଳିତ ବର୍ଷ ରାଜ୍ୟରେ ଲଘୁଚାପର ପ୍ରଭାବ ଅଧିକ ଥିଲେ ବି ବର୍ଷାର ପ୍ରଭାବ ବେଶି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରହିଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ମୌସୁମୀ ସିଜିନରେ ଲଘୁଚାପ ପ୍ରଭାବ ଓ ବର୍ଷା ଚାଷୀକୂଳଙ୍କ ପାଇଁ ହିତକର। କିନ୍ତୁ ମାତ୍ରାଧିକ ବର୍ଷିଲେ ବନ୍ୟା ବିତ୍ପାତ ଜନଜୀବନ ପ୍ରତି ବିପଦ ସୃଷ୍ଟି ବି କରୁଛି। ଚଳିତ ବର୍ଷ ଏକାଧିକ ଲଘୁଚାପ ଓ ମୌସୁମୀ ଟ୍ରପ୍ ଲାଇନ ପ୍ରଭାବରେ ଦେଶରେ ଭୀଷଣ ବର୍ଷା ହୋଇଛି। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଜଳପ୍ରଳୟ ସୃଷ୍ଟି ହୋଇଛି। କେଉଁଠି ଏକାଧିକ ଫ୍ଲାସଫ୍ଲଡ ଓ ଭୂସ୍ଖଳନ ତ ଆଉ କେଉଁଠି ସହରୀ ବନ୍ୟା ଜନଜୀବନକୁ ପ୍ରଭାବିତ କରିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.