Rejected: ରଣବୀର କପୁରଙ୍କ ଏହି ସୁପରହିଟ୍ ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ସୈଫ ଅଲ୍ଲୀ ଖାନ୍
"ମୁମ୍ବାଇ: ହିନ୍ଦୀ ସିନେ ଜଗତରେ ଅମିତାଭବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଆମିର ଖାନଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରମୁଖ ଅଭିନେତା କେବଳ ଅଭିନୟ କରୁନଥିଲେ ବରଂ ନିଜସ୍ୱ ଫିଲ୍ମ ପ୍ରଯୋଜନା ମଧ୍ୟ କରୁଥିଲେ।ଏହାକୁ ଦେଖି ଅଭିନେତା ସୈଫ ଅଲ୍ଲୀ ଖାନ ବି ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ "ଲଭ ଆଜ କଲ" ସହିତ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ।
ଏହି ସମୟରେ ଘଟିଥିବା ଏକ ପ୍ରସଙ୍ଗକୁ ଦୀର୍ଘ ଦିନ ପରେ ସାର୍ବଜନୀନ କରିଛନ୍ତି ସୈଫ।
ସେ କହିଛନ୍ତି ଯେ "ଲଭ ଆଜ କଲ" ଫିଲ୍ମ ପାଇଁ ସେ ଇମତିଆଜଙ୍କ ଅନ୍ୟ ଏକ ଫିଲ୍ମକୁ ମନା କରିଥିଲେ, ଯାହା ପରେ ରଣବୀର କପୁରଙ୍କ ପାଖକୁ ଯାଇଥିଲା।Advertisment ସୈଫ୍ ଅଲ୍ଲୀ ଖାନ କରିଛନ୍ତି ଯେ ତାଙ୍କୁ ପ୍ରଥମେ "ରକଷ୍ଟାର" ଅଫର କରାଯାଇଥିଲା।
ଅଭିନେତାଙ୍କ ଅନୁଯାୟୀ, "କରୀନା ମୋତେ କହିଥିଲେ ଯେ ମୁଁ ଇମତିଆଜ୍ ଅଲ୍ଲୀଙ୍କ ସହିତ "ଜବ୍ ୱି ମେଟ୍" କରୁଛି।
ତୁମେ ତାଙ୍କୁ ଭେଟିବା ଉଚିତ।
ଯେତେବେଳେ ମୁଁ ତାଙ୍କୁ ଭେଟିଲି, ସେ ମୋତେ "ରକଷ୍ଟାର" ସମେତ ଆଉ କିଛି ଫିଲ୍ମର ଅଫର କରିଥିଲେ।
ତା'ପରେ ମୁଁ ଭାବିଲି "ଲଭ୍ ଆଜ୍ କଲ୍" ସଠିକ୍ ଫିଲ୍ମ ହେବ।" ରଣବୀରଙ୍କ କ୍ୟାରିଅରର ସର୍ବୋତ୍ତମ ଫିଲ୍ମ ସୈଫ୍ ଅଲ୍ଲୀ ଖାନ "ରକଷ୍ଟାର"କୁ ପ୍ରତ୍ୟାଖ୍ୟାନ କରିବା ପରେ, ଇମତିଆଜ୍ ଅଲ୍ଲୀଙ୍କ ଏହି ଫିଲ୍ମ ରଣବୀର କପୁରଙ୍କ ପାଖକୁ ଯାଇଥିଲା, ଏବଂ ସେ ଏହି ଚରିତ୍ରକୁ ଏତେ ଜୀବନ୍ତ କରିଥିଲେ ଯେ ଫିଲ୍ମଟି ସୁପର ହିଟ୍ ହୋଇଥିଲାଲା।
ଆଉ ରଣବୀରଙ୍କୁ ଏଥିଲାଗି ଢେର ପ୍ରଶଂସା ବି ମିଳିଥିଲା।
ତାଙ୍କ ସହିତ ନର୍ଗିସ୍ ଫଖ୍ରୀ ନାୟିକା ଭୂମିକାରେ ଅଭିନୟ କରିଥିଲେ। "ଲଭ୍ ଆଜ୍ କଲ୍" ମଧ୍ୟ ଇମତିଆଜ୍ ଅଲ୍ଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା।
PM Modi: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି: ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।