RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ

Aug 03, 2026 - 00:27
RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ

"ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟିର ଦ୍ବିମାସିକ ବୈଠକ ସୋମବାରଠାରୁ ଆରମ୍ଭ ହେବ।

ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ୩ ଦିନିଆ ବୈଠକର ନିର୍ଯାସ ଆସନ୍ତା ୫ ତାରିଖରେ ଘୋଷଣା କରିବେ।Advertisment ବିଶ୍ବରେ ବର୍ତ୍ତମାନ ଲାଗି ରହିଥିବା ଭୂରାଜନୈତିକ ପରିସ୍ଥିତି, ଅଶୋଧିତ ତେଲ ଦର ଏବଂ ଦୁର୍ବଳ ମୌସୁମୀ ବର୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇ ମୁଦ୍ରା ନୀତି ନିର୍ଦ୍ଧାରଣ କରାଯିବ।

ତେବେ‌ ବର୍ତ୍ତମାନ ପରିସ୍ଥିତିରେ ରେପୋ ହାରରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।