Ravana Idols: ଖନନ ସମୟରେ ମିଳିଲା ୩୫ରୁ ଅଧିକ ରାବଣଙ୍କ ପ୍ରତିମା

Jul 21, 2026 - 17:35
Ravana Idols: ଖନନ ସମୟରେ ମିଳିଲା ୩୫ରୁ ଅଧିକ ରାବଣଙ୍କ ପ୍ରତିମା

"ନୂଆଦିଲ୍ଲୀ: କର୍ଣ୍ଣାଟକର ମାଣ୍ଡ୍ୟା ଓ ମୈସୁର ଜିଲ୍ଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ  ଦ୍ୱାରା ଖନନ ଏବଂ ଗବେଷଣା ସମୟରେ ରାବଣଙ୍କ ୩୫ରୁ ଅଧିକ ପ୍ରାଚୀନ ପ୍ରତିମା ଉଦ୍ଧା୍ର କରାଯାଇଛି।

ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।କାରଣ ମାଣ୍ଡ୍ୟାର ମୁଥ୍ଥି ଅଞ୍ଚଳ ପୌରାଣିକ ଭାବରେ ଭଗବାନ ରାମ, ସୀତା ଏବଂ ରାମାୟଣ ସମୟ ସହିତ ଜଡିତ।

ଏହି ଅଞ୍ଚଳଗୁଡ଼ିକରେ ଏତେ ସଂଖ୍ୟାରେ ରାବଣଙ୍କ ପ୍ରତିମା ମିଳିବା ସୂଚିତ କରୁଛି ଯେ ଏଠାରେ କିଛି ସମ୍ପ୍ରଦାୟ ପ୍ରାଚୀନ କାଳରେ ରାବଣଙ୍କ ପ୍ରତି ଗଭୀର ବିଶ୍ୱାସ ରଖିବା ସହିତ ପୂଜାଅର୍ଚ୍ଚନା ମଧ୍ୟ କରୁଥିଲେ।

Advertisment ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଏସଆଇ ମଦ୍ଦୁର, ମଲାବଲ୍ଲି ଏବଂ ମାଣ୍ଡ୍ୟା ଅଞ୍ଚଳରେ ଖନନ ସମୟରେ ପ୍ରାୟ ୧୫ ରୁ ୨୦ଟି ରାବଣଙ୍କ ପ୍ରତିମା ଉଦ୍ଧାର କରାଯାଇଛି।

ସେହିପରି ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଦ୍ୱାନ ପ୍ରଫେସର ଏନ.ଏସ.

ରଙ୍ଗାରାଜୁ ତାଙ୍କର ସ୍ୱାଧୀନ ଗବେଷଣା ସମୟରେ ମାଲାଭାଲି, ବାନ୍ନୁର ଏବଂ ଟି.

ନରସିପୁରାରୁ ପ୍ରାୟ ୧୫ରୁ ୨୦ ଟି ପ୍ରାଚୀନ ପ୍ରତିମା ପାଇଛନ୍ତି।

ଚାକିରି ନାମରେ ବଢ଼ୁଛି ଠକେଇ, ସତର୍କ କଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତ୍ନତତ୍ତ୍ୱବିଦମାନେ କହିଛନ୍ତି ଯେ ଏହି ଅଞ୍ଚଳର ଲୁକ୍କାୟିତ ଇତିହାସକୁ ସମ୍ପୂର୍ଣ୍ଣ ବୁଝିବା ପାଇଁ, ଏପରି ଆହୁରି ମୂର୍ତ୍ତି କିମ୍ବା କଳାକୃତି ମାଟିଗର୍ଭରେ ପୋତା ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଆହୁରି ଖନନ ଏବଂ ଡକ୍ୟୁମେଣ୍ଟେସନ୍ ଜରୁରୀ।

ମାଣ୍ଡ୍ୟା ଜିଲ୍ଲାରେ ରାବଣଙ୍କ ମୂର୍ତ୍ତି ମିଳିବା ପ୍ରଥମ ଘଟଣା ନୁହେଁ।

ମାଲାଭାଲିର ନିଦାଘଟ୍ଟା ଗାଁରେ ରାବଣଙ୍କ ଏକ ପ୍ରାଚୀନ ମନ୍ଦିର ପୂର୍ବରୁ ରହିଛି, ଯେଉଁଠାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଶତାବ୍ଦୀ ଧରି ଭଗବାନ ଶିବଙ୍କ ଜଣେ ବଡ଼ ଭକ୍ତ ଭାବରେ ପୂଜା କରିଆସୁଛନ୍ତି।

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଆବିଷ୍କାର ପ୍ରାଚୀନ ଦକ୍ଷିଣ ଭାରତର ସାଂସ୍କୃତିକ ଏବଂ ଧାର୍ମିକ ଇତିହାସରେ ନୂତନ ଅଧ୍ୟାୟ ଖୋଲିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।