Rathkhala: ରଥଖଳା: ତିଆରି ହେଉଛି ତିନି ରଥର ନୂଆ ବ୍ରେକ୍‌

Jun 30, 2026 - 04:13
Rathkhala: ରଥଖଳା: ତିଆରି ହେଉଛି ତିନି ରଥର ନୂଆ ବ୍ରେକ୍‌

"ପୁରୀ: ରଥ ନିର୍ମାଣର ଆଜି ଥିଲା ୭୦ତମ ଦିବସ।

ଶ୍ରୀମନ୍ଦିର ପରିସର‌ରେ ଅଣସର ଘର ନିର୍ମାଣ ପାଇଁ ଭୋଇ ସେବକମାନେ କାଠ ନେଇଛନ୍ତି।

ମହାପ୍ରଭୁ ଜ୍ବର ପୀଡ଼ିତ ହୋଇଥିବାରୁ ସ୍ନାନବେଦିରୁ ରତ୍ନବେଦିକୁ ନଯାଇ ଅଣସର ଘରକୁ ଯିବେ।

ତେଣୁ ଏହି ଅଣସର ଘର ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଏଣେ ଗତକାଲି ତିନି ରଥରେ କନକ ମୁଣ୍ଡି ବସିଛି।

ସିଂହାସନ ବେଦି ପ୍ରଥମ ଭୂଇଁ ଉପର ମଧ୍ୟଭାଗରେ କନକ ମୁଣ୍ଡି ବସିଛି।

ରଥ ଉପରକୁ ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ଉଠିବା ପାଇଁ ତାଳ ମାଲଗୁଡ଼ିକ ମାପ ପ୍ରକାରେ ମୁଖ ସାଲ କାର୍ଯ୍ୟ ଚାଲିଛି।

Advertisment Pond Restoration: ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବଜାର ବନ୍ଧହୁଡ଼ାରେ ଉଚ୍ଛେଦ ନନ୍ଦିଘୋଷ ରଥ ଓ ତାଳଧ୍ବଜ ରଥର ୬ଟି ଲେଖାଏଁ ଏବଂ ଦର୍ପଦଳନ ରଥର ୪ଟି ତାଳ ମାଲଗୁଡ଼ିକର ମୁଖ ସାଲ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ତିନି ରଥର ଗୋଟିଏ ଲେଖାଏଁ ନୂତନ ବ୍ରେକ୍‌ ନିର୍ମାଣ କରାଯାଇଛି।

ମହାରଣା ସେବକମାନେ ଶାଳକାଠକୁ ମାପ ପ୍ରକାରେ ଚଉପଟ କରିଛନ୍ତି।

ସେଥିରେ ଲୁହାବଳା ଫିଟିଂ କାର୍ଯ୍ୟ ବାକି ରହିଛି।

ରୂପକାର ସେବକମାନେ ପ୍ରଭାରେ ରୂପ ଖୋଦେଇ ଶେଷ କରିଛନ୍ତି।

ରଥ ପାର୍ଶ୍ୱ ଦେବାଦେବୀ ପ୍ରତିମାମାନଙ୍କରେ ରଙ୍ଗ କାର୍ଯ୍ୟ ସହ କନିଆ ପଟା, ୨୪ଟି ନାଟ ଗୋଡ଼ରେ ରଙ୍ଗକାର୍ଯ୍ୟ ଶେଷ କରି ରଥର ବାହ୍ୟ ଅଂଶଗୁଡ଼ିକର ରଙ୍ଗ କାର୍ଯ୍ୟ କରୁଛନ୍ତି।

ସାରଥି ଓ ଘୋଡ଼ାମାନଙ୍କରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

Horoscope 2026 June 30: ଜାଣନ୍ତୁ ଆଜିର ରାଶିଫଳ..."