Rathkhala: ରଥଖଳା: ଉଠିଲା ଚଉଦ ନାହାକା

Jun 11, 2026 - 06:29
Rathkhala: ରଥଖଳା: ଉଠିଲା ଚଉଦ ନାହାକା

"ପୁରୀ: ଆଜି ଥିଲା ରଥ ନିର୍ମାଣର ୫୧ ତମ ଦିବସ।

ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣକାରୀ ରଥ ସେବକମାନେ କାର୍ଯ୍ୟ ଆରମ୍ଭ କରିଥିଲେ।

ଆଜି ତିନି ରଥରେ ଚଉଦ ନାହାକା ଉଠିଛି।

ପ୍ରଥମ ଭୂଇଁ , ଦ୍ବିତୀୟ ଭୂଇଁ ଉଠିବା କାର୍ଯ୍ୟ ମଧ୍ୟ ସମ୍ପର୍ଣ୍ଣ ହୋଇଛି।

ଏଥିସହ ରଥଖଳାରେ ତୃତୀୟ ଭୂଇଁ କାର୍ଯ୍ୟ ମହାରଣା ସେବକମାନେ ସମ୍ପନ୍ନ କରିଛନ୍ତି।

ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ସହଯୋଗୀ ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁର ଫ୍ରେମ୍  ନିର୍ମାଣ ଏବଂ ଦ୍ୱିତୀୟ ଭୂଇଁର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ କାର୍ଯ୍ୟ ପରେ ରଥ ଉପରକୁ ଉଠାଯାଇଥିଲା।Advertisment Health: ବଡକୋଦଣ୍ଡାରେ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ପରିବାରକୁ ଭେଟିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍ ତାଳଧ୍ୱଜ ରଥ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ମହାପ୍ରଭୁଙ୍କ ଅଣସର ତାଟି ଘର ପ୍ରସ୍ତୁତି ପାଇଁ ଆବଶ୍ୟକ ୩ ଟି ୨୦ ଫୁଟିଆ ଅଣସର ଗୟଳ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଛି।

ରୂପକାର ସେବକମାନେ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ଚାରପରିଛାରେ ପଦ୍ମ ଫୁଲ ଚିତ୍ର ଖୋଦେଇ କରିଛନ୍ତି।

ପଦ୍ମ କଢ଼ି, ଡାଳି ଲତା ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି।

ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ଭୂଇଁ ବିଡିଆ କଣ୍ଟା ସହ ତେର ପରସ୍ତ ପିତ୍ତଳ ପାଇଁ ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଦୋଳବେଦିଠାରେ ପାହି ମହାରଣାମାନେ ଅଣସର ଏବଂ ରଥ ଯାତ୍ରା ସେବା ପୂଜା କାଠ ସରଞ୍ଜାମ ନିର୍ମାଣ କାର୍ଯ୍ୟ କରୁଛନ୍ତି।

Raja Festival Sports: ରଜରେ କବାଡ଼ି, ଟଗ୍‌ ଅଫ୍‌ ୱାର୍‌ ରୋମାଞ୍ଚ; ପ୍ରଥମ ଥର ଖେଳିବେ ରାଜ୍ୟ ବାହାର ଦଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।