Rathayatra: ଆଜି ରଥଯାତ୍ରା: ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ‘ଗଣ୍ଡ ଭୈରବ’
"ଭୁବନେଶ୍ବର: ଆଜି ରଥଯାତ୍ରା।
ଅତୀତରେ କେତେକ ଓଡ଼ିଆ ଛବି ଏହି ଅବସରରେ ମୁକ୍ତିଲାଭ କରିଛି।
ଆଉ ଏଥର ରଥଯାତ୍ରା ଦିନ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ "ଗଣ୍ଡ ଭୈରବ"।
ରମେଶ ବାରିକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ଦେବାଶିଷ ପାତ୍ର, ଶିବାନୀ, ଶଙ୍କର ବସୁମଲ୍ଲିକ, ପୃଥ୍ବୀରାଜ, ପୁଷ୍ପା ପଣ୍ଡା, ଅସିତ, ସୋମା ଭୌମିକ, ଖୁଣ୍ଟିଆ, କେ କେ ଓ ଶୁଭ୍ରାଂଶୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫର୍।ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଶଙ୍କର ତ୍ରିପାଠୀଙ୍କ "ଗଣ୍ଡ ଭୈରବ"ଉପନ୍ୟାସ ଉପରେ ଆଧାରିତ ଏହି ସିନେମାର ସଙ୍ଗୀତକାର ହେଲେ ଗୌରବ ଆନନ୍ଦ।
Advertisment ପ୍ରଯୋଜକ ରମେଶ ବାରିକ ଆଶାବାଦୀ ଏଥିରେ ଜଗନ୍ନାଥ ମନ୍ଦିରର ଜଣେ ଅବଢ଼ା ବୋଝିଆ ଭୂମିକାରେ ନଜର ଆସିଛନ୍ତି ଦେବାଶିଷ।
ତାଙ୍କ ଜୀବନର ସଂଘର୍ଷ କାହାଣୀକୁ ନେଇ ଏହାର କାହାଣୀ ଗତିଶୀଳ।
ଏଥିରେ ଶିବାନୀ ତାଙ୍କ ବିପକ୍ଷରେ ପ୍ରଥମ ଥର ନଜର ଆସିବେ।
ଏଥିରେ ଶିବାନୀଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ସୁଲୋଚନା।
ସେ ଜଣେ ମାନସିକ ଭିନ୍ନକ୍ଷମ ଯୁବତୀ।
ଏକ ଭିନ୍ନ କାହାଣୀରେ ସମୃଦ୍ଧ ଏହି ସିନେମାରେ ପୁରୀ ସହରର କଥା ରହିଛି।
ତାଛଡ଼ା ଜଗନ୍ନାଥଙ୍କ ସେବକଙ୍କ ପ୍ରସଙ୍ଗ ବି ରହିଛି।
ଏହାକୁ ଦର୍ଶକ ପସନ୍ଦ କରିବେ ବୋଲି ପ୍ରଯୋଜକ ରମେଶ ବାରିକ ଆଶାବାଦୀ।
Elephant Attack: ହାତୀ ଆକ୍ରମଣରେ ୧୬ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।