Rath Yatra: ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି: ଧାଡ଼ି ପହଣ୍ଡିରେ ଆସି ରଥେ ବିରାଜମାନ

Jul 16, 2026 - 15:01
Rath Yatra: ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି: ଧାଡ଼ି ପହଣ୍ଡିରେ ଆସି ରଥେ ବିରାଜମାନ

"ପୁରୀ: ତିନି ଠାକୁରଙ୍କ ପହଣ୍ଡି ବିଜ‌େ ‌ଶେଷ ହୋଇଛି ।

ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ଚତୁର୍ଦ୍ଧାମୂର୍ତ୍ତି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ।

ରଥରେ ବିରାଜମାନ କରିଛନ୍ତି 'ଚତୁର୍ଦ୍ଧାମୂର୍ତ୍ତି' ।

ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେମାନେ ତିନୋଟି ରଥରେ ବିରାଜମାନ ଭାଇ-ଭଉଣୀ ।ବଳଭଦ୍ରଙ୍କ ରଥର ନାମ 'ତାଳଧ୍ୱଜ', ସୁଭଦ୍ରାଙ୍କ ରଥ 'ଦେବଦଳନ' ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ 'ନନ୍ଦିଘୋଷ'।

ଧାଡ଼ି ପହଣ୍ଡିରେ ଆସି ମହାପ୍ରଭୁମାନେ ରଥାରୂଢ଼ ହୋଇଛି ।

ଗଜପତି ମହାରାଜାଙ୍କ ଦ୍ୱାରା 'ଛେରା ପହଁରା' ନୀତି ସମାପ୍ତ ହେବା ପରେ ରଥଟଣା ଆରମ୍ଭ ହେବ ।

Advertisment ସୁଦର୍ଶନ ଦାରୁପୀଠରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା: ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ।

ଶାସ୍ତ୍ର ଅନୁସାରେ- "ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ", ଅର୍ଥାତ୍ ରଥ ଉପରେ ବାମନ ରୂପୀ ଭଗବାନଙ୍କୁ ଦର୍ଶନ କଲେ ମୁକ୍ତି ପ୍ରାପ୍ତି ହୁଏ ଓ ପୁନର୍ଜନ୍ମରୁ ମୁକ୍ତି ମିଳେ।

ଏହି ସମୟରେ ଜଗନ୍ନାଥ 'ପତିତପାବନ' ରୂପରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି।

ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରନ୍ତି ନାହିଁ, ସେମାନଙ୍କ ପାଇଁ ମହାପ୍ରଭୁ ନିଜେ ବାହାରକୁ ଆସି ଦର୍ଶନ ଦିଅନ୍ତି।

ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପୂର୍ବ ଦୃଶ୍ୟ ଭକ୍ତଙ୍କ ମନରେ ଏକ ଅଲୌକିକ ଆନନ୍ଦ ଓ ଭକ୍ତିଭାବ ଭରିଦିଏ।

ଏହା ସାରା ବିଶ୍ୱକୁ ଭାତୃଭାବ, ସମାନତା ଓ ମାନବିକତାର ବାର୍ତ୍ତା ପ୍ରଦାନ କରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।