Rapido:ଲୋକଙ୍କୁ ପଇସା ଫେରାଇବ ରାପିଡୋ ! ପଡିଲା ୧୦ ଲକ୍ଷର ଫାଇନ
ଲୋକଙ୍କୁ ଭୂଆଁ ବୁଲାଉଥିଲା ରାପିଡୋ, ପଡିଲା ୧୦ ଲକ୍ଷର ଫାଇନ । ପୂରା ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ ।ଲୋକଙ୍କ ପଇସା ବି ଫେରାଇବ । ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର । ସେ
ଲୋକଙ୍କୁ ଭୂଆଁ ବୁଲାଉଥିଲା ରାପିଡୋ, ପଡିଲା ୧୦ ଲକ୍ଷର ଫାଇନ । ପୂରା ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ ।ଲୋକଙ୍କ ପଇସା ବି ଫେରାଇବ । ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର । ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି (CCPA) ରାଇଡ୍ ହେଲିଂ ପ୍ଲାଟଫର୍ମ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।
ଲୋକଙ୍କୁ ଭୂଆଁ ବୁଲାଉଥିଲା ରାପିଡୋ, ପଡିଲା ୧୦ ଲକ୍ଷର ଫାଇନ...ପୂରା ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ, ଲୋକଙ୍କ ପଇସା ବି ଫେରାଇବ...ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର ।
ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି (CCPA) ରାଇଡ୍ ହେଲିଂ ପ୍ଲାଟଫର୍ମ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ବିଭ୍ରାନ୍ତିକର ଓ ଅନୁଚିତ୍ ବିଜ୍ଞାପନ ପାଇଁ ଏହି ଫାଇନ୍ ପଡିଛି ରାପିଡୋ ଉପରେ ।
'ଗ୍ୟାରେଣ୍ଟେଡ୍ ଅଟୋ' ଏବଂ 'ଅଟୋ ଇନ ୫ ମିନିଟ୍ ଅର୍ ଗେଟ୍ ରୁପିଜ ୫୦' ଭଳି ବିଭ୍ରାନ୍ତିକାରୀ ବିଜ୍ଞାପନ ଚଲାଇଥିଲା ରାପିଡୋ । ଅର୍ଥାତ୍ ୫ ମିନିଟ୍ରେ ଅଟୋ ପହଞ୍ଚିବ ନହେଲେ ୫୦ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା । ଉପଭୋକ୍ତାଙ୍କୁ ଏପରି ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଇଥିଲା ରାପିଡୋ । ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ବିଭ୍ରାନ୍ତକାରୀ ଥିଲା ବୋଲି କହିଛି CCPA ।
ତେଣୁ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି । ଏହାସହ ଯେଉଁ ଉପଭୋକ୍ତା ୫୦ ଟଙ୍କା ପାଇବାକୁ ଯୋଗ୍ୟ, ତାଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛି ।
ତେବେ ରାପିଡୋର ଏହି ବିଭ୍ରାନ୍ତକାରୀ ବିଜ୍ଞାପନ ୧୨୦ରୁ ଅଧିକ ସହରରେ ବିଭିନ୍ନ ଭାଷାରେ ୫୪୮ ଦିନ ଯାଏ ଚାଲିଥିବା କହିଛି CCPA ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
