Rape Accuse Arrested: ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ୯ବର୍ଷ ପରେ ଗିରଫ

Aug 01, 2026 - 22:44
Rape Accuse Arrested: ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ୯ବର୍ଷ ପରେ ଗିରଫ

"ଚଣ୍ଡିଖୋଲ: ଜଣେ ନାବାଳିକାକୁ ଦୁଷ୍କର୍ମ କରି ୨୦୧୭ ମସିହାରୁ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ମୁତାବକ ବଡ଼ଚଣା ଥାନା ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ମହାଖଳା ଗ୍ରାମର ଲକ୍ଷ୍ମୀଧର ଦେହୁରୀ ଜଣେ ନିରୀହ ନାବାଳିକାକୁ ଦୁଷ୍କର୍ମ କରିଥିଲା।

ତେବେ ଏନେଇ ସେତେବେଳେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନ୍ୟାୟ ଭିକ୍ଷା କରାଯାଇଥିଲା।Advertisment ଅଭିଯୋଗ ଆଧାରରେ ଏନେଇ ଥାନାରେ ପସ୍କୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଲକ୍ଷ୍ମୀଧରକୁ ଧରିବା ପାଇଁ ଉଦ୍ୟମ ଜାରି ରଖାଯାଇଥିବା ବେଳେ ସେ ସେହି ଦିନ ଠାରୁ ଫେରାର ହୋଇଯାଇଥିଲା।

ତେବେ ଲକ୍ଷ୍ମୀଧର ନିଜ ଘରକୁ ଆସିଥିବା ସୂଚନା ପାଇ ଥାନାଧିକାରୀ ଜଗଦୀଶ କର ଗତକାଲି ସନ୍ଧ୍ୟାରେ ସଦଳବଳେ ସେଠାକୁ ଯାଇ ତାଙ୍କୁ ଗିରଫ କରିଥିଲେ।

ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି।  attempted rape case ବାପାଙ୍କ ବନ୍ଧୁ ଝିଅକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।