Rape Accuse Arrested: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

Jul 26, 2026 - 21:19
Rape Accuse Arrested: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

"ଡାବୁଗାଁ (ସଞ୍ଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା କୋଇଲାରି  ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟରୁ ବହିଷ୍କୃତ ପରେ ୬ ମାସର ଗର୍ଭବତୀ ହୋଇଛନ୍ତି।

ତେବେ ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Advertisment ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ୟୁଜିୟୁପି ସ୍କୁଲର ହଷ୍ଟେଲରେ ରହି ଡାବୁଗାଁ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ଛାତ୍ରୀ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା।

କୌଣସି କାରଣରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ବାର୍ଷିକ ବୋର୍ଡ ପରୀକ୍ଷା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ହଷ୍ଟେଲରୁ ବହିଷ୍କୃତ କରିଥିଲେ।

ନାବାଳିକାର ବାପା ନିରୁପାୟ ହୋଇ ନିଜ ପାଠ ପଢୁଆ ଝିଅକୁ ଅଧାରୁ ଘରକୁ ନେଇ ଯାଇଥିଲେ।

ଏହି ସମୟରେ ଛାତ୍ରୀ ଜଣକ ଘରେ ଥିଲେ।

ନିଜ ମାମୁଁ ଘରେ ବୁଲିବାକୁ ଯିବା ସମୟରେ ଡାବୁଗାଁ ଥାନା ଅଞ୍ଚଳର ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିଲା।

ନାବାଳିକାକୁ ଏହି କଥା କାହା ଆଗରେ ପ୍ରଘଟ ନ କରିବାକୁ ଅଭିଯୁକ୍ତ ଯୁବକ ଧମକ ଦେଇଥିଲା।

ତେବେ ପରିବାର ଲୋକେ ଝିଅ ୬ ମାସର ଗର୍ଭବତୀ ହୋଇଥିବା ଜାଣିବା ପରେ ପ୍ରଥମେ ଉମରକୋଟ ମେଡିକାଲରେ ପରୀକ୍ଷା କରିଥିଲେ।

ଖବର ଶୁଣି ନବରଙ୍ଗପୁର ୱାନ ଷ୍ଟପ ସେଣ୍ଟରରୁ ନାବାଳିକାକୁ ଉଦ୍ଧାର କରି ତାର ଡାକ୍ତରୀ ମାଇନା ଓ ଅଧିକ ତଦନ୍ତ କରାଯାଇଥିଲା।

ଝିଅର ବାପା ଏ ନେଇ ଡାବୁଗାଁ ଥାନାରେ ଗତ ୨୦ ତାରିଖରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ଯୁବକ କୁ ୨୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

୫ ମାସରେ ୩୩ ଛାତ୍ରୀ ଗର୍ଭବତୀ: ୧୦ଜଣ ମହିଳା ନିଜ ଦେହରେ ନିଆଁ ଲଗାଇଛନ୍ତି, ୨୬ ନାବାଳିକାଙ୍କ ମାତୃତ୍ବ ଲାଭ, ୩୧ ଜଣଙ୍କ ବିବାହ ଏ ନେଇ ଡାବୁଗାଁ ଥାନା ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି।

ତେବେ ନୂତନ ଶିକ୍ଷା ନୀତି ଲାଗୁ ପରେ ଡାବୁଗାଁ ବ୍ଲକ ରେ ଅଧାରୁ ପାଠ ଛାଡ଼ିଥିବା ଡ୍ରପ ଆଉଟ୍ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଶିକ୍ଷା ବିଭାଗ ତରଫରୁ ଚେଷ୍ଟା ଜାରି ରହିଥିବା ବେଳେ ଜଣେ ହଷ୍ଟେଲରେ ରହି ପାଠ ପଢୁଥିବା ଆଦିବାସୀ ଛାତ୍ରୀକୁ କେଉଁ କାରଣରୁ ବିଦ୍ୟାଳୟରୁ ଟିସି ଦିଆ ଯାଇ ପାଠରୁ ଦୂରେଇ ବାକୁ ବାଧ୍ୟ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।