Ranveer Singh: ଅଷ୍ଟ୍ରେଲିଆରେ ଆରମ୍ଭ ହେବ 'ପ୍ରଳୟ'ର ସୁଟିଂ

Jun 30, 2026 - 16:56
Ranveer Singh: ଅଷ୍ଟ୍ରେଲିଆରେ ଆରମ୍ଭ ହେବ 'ପ୍ରଳୟ'ର ସୁଟିଂ

"ମୁମ୍ବାଇ: 'ଧୁରନ୍ଧର' ଓ 'ଧୁରନ୍ଧର ୨'ର ସଫଳତା ପରେ ବଲିଉଡ୍ ଅଭିନେତା ରଣବୀର ସିଂହ ଏବେ ନିଜର ଆଗାମୀ ଫିଲ୍ମ 'ପ୍ରଳୟ' କୁ ନେଇ ଚର୍ଚ୍ଚାରେ ଅଛନ୍ତି।

ରିପୋର୍ଟ ଅନୁସାରେ, ଚଳିତ ବର୍ଷ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆରେ ଏହାର ସୁଟିଂ ଆରମ୍ଭ ହେବ।

ଫିଲ୍ମ ପାଇଁ ରଣବୀର ନିଜର ଶାରୀରିକ ଓ ମାନସିକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। 'ଡନ୍ ୩'ରୁ ଓହରିଯିବା ପରେ ରଣବୀରଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ, ଏବେ ତାଙ୍କ ସମସ୍ତ ଧ୍ୟାନ 'ପ୍ରଳୟ' ଉପରେ ରହିଛି।

ନିର୍ଦ୍ଦେଶକ ଜୟ ମେହେଟାଙ୍କ ଏହି ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇସାରିଛି।

ବଲିଉଡ୍‌ରେ ଜମ୍ବି ଆପୋକାଲିପ୍ସ ଜୋନରର ଏକ ବଡ଼ ଫିଲ୍ମ ଭାବେ ଏହାକୁ ଦେଖାଯାଉଛି।Advertisment ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଜୟ ମେହେଟ୍ଟା ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇସାରିଛି।

୨୦୨୬ର ଦ୍ୱିତୀୟାର୍ଦ୍ଧରେ ଫିଲ୍ମର ମୁଖ୍ୟ ସୁଟିଂ ଆରମ୍ଭ ହେବ।

ଦମ୍ ଦେଖାଇଲେ ନାତି ଜେଜେଙ୍କ ସହ ପ୍ରାୟ ୩୦ଜଣ ତନ୍ତୁବାୟଙ୍କୁ ଦେଲେ ନୂଆ ପରିଚୟ ୩୦୦ କୋଟିର ବଜେଟ୍, ହଲିଉଡ୍ ଷ୍ଟାଇଲ୍ ଭିଏଫଏକ୍ସ 'ପ୍ରଳୟ'ର ବଜେଟ୍ ପ୍ରାୟ ୩୦୦ କୋଟି ଟଙ୍କା ରହିବ ବୋଲି କୁହାଯାଉଛି।

ଏହା ରଣବୀର ସିଂହଙ୍କ କ୍ୟାରିୟରର ସବୁଠୁ ବଡ଼ ବଜେଟ୍‌ର ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ ହେବ।

ଫିଲ୍ମରେ ଭିଏଫ୍‌ଏକ୍ସ ଓ ସ୍ପେଶାଲ୍ ଇଫେକ୍ଟ୍ସର ବ୍ୟାପକ ବ୍ୟବହାର କରାଯିବ।

ଏଥିପାଇଁ ପ୍ରଡକ୍ସନ ଟିମ୍ ପ୍ରତ୍ୟେକ ଛୋଟ ଛୋଟ ବିଷୟ ଉପରେ ବିଶେଷ ଧ୍ୟାନ ଦେଉଛି।  'ପ୍ରଳୟ' ଭିଏଫ୍‌ଏକ୍ସ ଉପରେ ବହୁ ପରିମାଣରେ ନିର୍ଭର କରିବ।

ନିର୍ଦ୍ଦେଶକ ଜୟ ମେହେଟ୍ଟା ଓ ତାଙ୍କ ଟିମ୍ ସ୍କ୍ରିନ୍‌ପ୍ଲେ ଭିଜୁଆଲ୍ ଡିଟେଲିଂ ଏବଂ ଏକ ବଡ଼ ଜମ୍ବି ୟୁନିଭର୍ସ ତିଆରି କରିବା ଦିଗରେ କାମ କରୁଛନ୍ତି।

ରଣବୀର ସିଂହ ମଧ୍ୟ ପ୍ରତିଦିନ କ୍ରିଏଟିଭ୍ ଆଲୋଚନାରେ ସାମିଲ ହେଉଛନ୍ତି।

କ'ଣ ରହିଛି 'ପ୍ରଳୟ'ର କାହାଣୀ? 'ପ୍ରଳୟ'ର କାହାଣୀ ଜମ୍ବିଙ୍କ ବିଶ୍ୱବ୍ୟାପୀ ଆତଙ୍କ କେନ୍ଦ୍ର କରି ଗଢ଼ାଯାଇଛି।

ଜମ୍ବିଙ୍କ ଆତଙ୍କ ମଧ୍ୟରେ ଫସିଥିବା ଜଣେ ଦମ୍ପତି ନିଜ ଜୀବନ ବଞ୍ଚାଇବା ପାଇଁ କିପରି ସଂଘର୍ଷ କରୁଛନ୍ତି, ତାହାକୁ ଫିଲ୍ମରେ ଦେଖାଯିବ।

ରିପୋର୍ଟ ଅନୁସାରେ, ଏହି ଫିଲ୍ମରେ ରଣବୀରଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ ନଜର ଆସିପାରନ୍ତି।

ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

"