Rainwater Floods Chandbali Health Centre: ଅସରାଏ ବର୍ଷାରେ ବେହାଲ ଚାନ୍ଦବାଲି ମେଡିକାଲ, ବିଲ୍ଡିଂ ସିଡ଼ିରେ ନାହିଁ ଛାତ

ଅସରାଏ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ମେଡିକାଲ ୱାର୍ଡ ଭିତରେ ପାଣି, ରୋଗୀଙ୍କ ବେଡ ତଳେ ଜମି ରହିଛି ବର୍ଷା ପାଣି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ନୂଆ ବିଲ୍ଡିଂ। ହେଲେ ଅସରାଏ ବର୍ଷା ହେଲେ ଏଠି ରୋଗୀଙ୍କ ଅବସ୍ଥା ଶୌଚନୀୟ। ଚାନ୍ଦବାଲି ସମେତ ଆଖପାଖ ଅଞ୍ଚଳର ଶହ ଶହ ରୋଗୀ ପ୍ରତିଦିନ ଏହି ମେଡିକାଲ ଉପରେ ନିର୍ଭର କରନ୍ତି।
କିନ୍ତୁ ଠିକାଦାରଙ୍କ ମନମାନି ଯୋଗୁଁ ମେଡିକାଲ ଗୃହର ଅବସ୍ଥା ଶୋଚନୀୟ ହୋଇପଡିଛି। ବିଲ୍ଡିଂ ସିଡ଼ିରେ ଛାତ ନଥିବାରୁ ଗତକାଲିଠାରୁ ଲଗାଣ ବର୍ଷା ଯୋଗୁଁ ପାଣି ସିଧା ୱାର୍ଡ ଭିତରକୁ ପଶୁଛି। ପାହାଚରେ ପାଣି ଜମି ରହିଥିବାରୁ ବୃଦ୍ଧ-ବୃଦ୍ଧା ଓ ଗର୍ଭବତୀ ମହିଳା ଯିବା ଆସିବା ବେଳେ ଖସିପଡ଼ିବା ଆଶଙ୍କା ରହିଛି। କେବଳ ରୋଗୀ ନୁହେଁ, ମେଡିକାଲ କର୍ମଚାରୀ ବି ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି।
- ଅସରାଏ ବର୍ଷାରେ ବେହାଲ ଚାନ୍ଦବାଲି ମେଡିକାଲ
- ମେଡିକାଲର ବିଲ୍ଡିଂ ସିଡ଼ିରେ ନାହିଁ ଛାତ
- କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନୂଆ ବିଲ୍ଡିଂ
- ରୋଗୀଙ୍କ ବେଡ ତଳେ ଜମିଛି ବର୍ଷା ପାଣି