RailwayJobs 2026: ରେଳବାଇ ନିଯୁକ୍ତି ବୋର୍ଡ : ମୋଟ ୬,୫୫୭ ପଦବି ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା

Jul 18, 2026 - 15:38
RailwayJobs 2026: ରେଳବାଇ ନିଯୁକ୍ତି ବୋର୍ଡ : ମୋଟ ୬,୫୫୭ ପଦବି ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା

"ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଟେକ୍ନିସିଆନ୍ ଗ୍ରେଡ୍-I ଏବଂ ଟେକ୍ନିସିଆନ୍ ଗ୍ରେଡ୍-III ବର୍ଗରେ ମୋଟ ୬,୫୫୭ ପଦବି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

ଆବେଦନ ପ୍ରକ୍ରିୟା ୨୦୨୬ ଜୁନ୍ ୩୦ରୁ ଆରମ୍ଭ ହୋଇଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୨୯ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।

Advertisment ଏହି ନିଯୁକ୍ତି ଅଭିଯାନର ଏକ ପ୍ରମୁଖ ଆକର୍ଷଣ ହେଉଛି ଆକର୍ଷଣୀୟ ଦରମା ପ୍ୟାକେଜ୍।

ଟେକ୍ନିସିଆନ୍ ଗ୍ରେଡ୍-I ପାଇଁ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ ୨୯,୨୦୦ଟଙ୍କା ପ୍ରାରମ୍ଭିକ ଦରମା ପାଇବେ, ସେହିପରି ଟେକ୍ନିସିଆନ୍ ଗ୍ରେଡ୍-III ପାଇଁ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ ୧୯,୯୦୦ ଟଙ୍କା ଦରମା ପାଇବେ।

ଏହା ସହିତ, ଅନ୍ୟାନ୍ୟ ରେଳବାଇ ଭତ୍ତା ସମ୍ବନ୍ଧୀୟ ସୁବିଧା ମଧ୍ୟ ପ୍ରଦାନ କରାଯିବ।ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୬,୫୫୭ ପଦବି ପୂରଣ କରାଯିବ।

ଏଥିମଧ୍ୟରୁ ୩୨୩ ପଦବି ଟେକ୍ନିସିଆନ୍ ଗ୍ରେଡ୍-I ପାଇଁ ଏବଂ ୬,୨୩୪ ପଦବୀ ଟେକ୍ନିସିଆନ୍ ଗ୍ରେଡ୍-III ପାଇଁ ଧାର୍ଯ୍ୟ କରାଯାଇଛି।

କିଏ ଆବେଦନ କରିପାରିବେ?

ଟେକ୍ନିସିଆନ୍ ଗ୍ରେଡ୍-III ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ଏହା ସହିତ, ସମ୍ପୃକ୍ତ ପଦବି ପାଇଁ ପ୍ରାସଙ୍ଗିକ ନିର୍ଦ୍ଦିଷ୍ଟ ବୈଷୟିକ ଯୋଗ୍ୟତା କିମ୍ବା ଇଞ୍ଜିନିୟରିଂ ସମ୍ବନ୍ଧୀୟ ଶିକ୍ଷାଗତ ପ୍ରମାଣପତ୍ର ଆବଶ୍ୟକ।

ଗ୍ରେଡ୍-I ପାଇଁ ବୟସ ସୀମା ୧୮ ରୁ ୩୩ ବର୍ଷ ଏବଂ ଗ୍ରେଡ୍-III ପାଇଁ ୧୮ ରୁ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ର ସୁବିଧା୍ ରହିଛି।

ଏସସି ଏବଂ ଏସଟି ବର୍ଗ ପାଇଁ ପାଞ୍ଚ ବର୍ଷ ଏବଂ ଓବିସି ବର୍ଗ ପାଇଁ ତିନି ବର୍ଷର ବୟସ ଛାଡ଼ କରାଯାଇଛି।

ମହାକାଶ ଯାତ୍ରାରେ ଐତିହାସିକ ଅଧ୍ୟାୟ ଯୋଡ଼ିଲା ଭାରତ: ସଫଳତାର ସହ "ବିକ୍ରମ-୧"ର ଉତ୍‌କ୍ଷେପଣ ଚୟନ କିପରି ହେବ?

କମ୍ପ୍ୟୁଟର-ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ।

ପରୀକ୍ଷାରେ ସାଧାରଣ ସଚେତନତା, ଗଣିତ, ଯୁକ୍ତି, ସାଧାରଣ ବୁଦ୍ଧିମତ୍ତା ଏବଂ କମ୍ପ୍ୟୁଟର-ସମ୍ବନ୍ଧୀୟ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ ରହିବ।

୧୦୦ଟି ବହୁବିକଳ୍ପ ପ୍ରଶ୍ନ ରହିବ।

ପରୀକ୍ଷାରେ ମୋଟ ୧୦୦ ନମ୍ବର ରହିବ ଏବଂ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ସ୍କିମ୍ ପ୍ରଯୁଜ୍ୟ ରହିଛି।ଅନଲାଇନ୍ ଆବେଦନର ଶେଷ ତାରିଖ ୨୦୨୬ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ରହିଛି।

ଆବେଦନ ଫି  ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ।

ଆବେଦନ ଫର୍ମରେ କୌଣସି ତ୍ରୁଟି ଥିଲେ, ୨୦୨୬  ଅଗଷ୍ଟ ୧ରୁ ୧୦ ପର୍ଯ୍ୟନ୍ତ ସଂଶୋଧନ କରିବାର ସୁଯୋଗ ପ୍ରଦାନ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।