Railway NFR Apprentice Recruitment: ୬,୭୭୭ଟି ଶିକ୍ଷାନବିସ ପଦବି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

Jul 24, 2026 - 18:04
Railway NFR Apprentice Recruitment: ୬,୭୭୭ଟି ଶିକ୍ଷାନବିସ ପଦବି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

"ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଶିକ୍ଷାନବିସ (ଏକ ବୃତ୍ତିଗତ ପ୍ରଶିକ୍ଷଣ ବ୍ୟବସ୍ଥା)ର ତାଲିମ ନେବାକୁ ସ୍ୱପ୍ନ ଦେଖୁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଖୁସିଖବର ନେଇ ଆସିଛି।

ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନଏଫଆର) ମୋଟ ୬,୭୭୭ଟି ଶିକ୍ଷାନବିସ ପଦବି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।

ଏହି ପଦବି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍, nfr.indianrailways.gov.inକୁ ଯାଇ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ୨୦୨୬ ଅଗଷ୍ଟ ୧୯  ରହିଛି।

Advertisment ଯୋଗ୍ୟତା ମାନଦଣ୍ଡ ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।

ପ୍ରାର୍ଥୀମାନଙ୍କର ଆଇଟିଆଇ ପ୍ରମାଣପତ୍ର ମଧ୍ୟ ରହିବା ଜରୁରୀ।

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ  ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୨୪ ବର୍ଷ ଧାର୍ଯ୍ୟ କରାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ଛାଡ଼ ପ୍ରଦାନ କରାଯାଇଥିବା ବେଳେ ଏସସି ଏବଂ ଏସଟି ପ୍ରାର୍ଥୀମାନଙ୍କ ପାଇଁ ୫ ବର୍ଷ ଓ ଓବିସିଙ୍କ ପାଇଁ ୩ ବର୍ଷ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୦ବର୍ଷର ବୟସ ଛାଡ଼ ସୁବିଧା ଦିଆଯାଇଛି।

କାହିଁକି ଶ୍ରୀଜଗନ୍ନାଥଙ୍କୁ ଲାଗେ ୫୬ ପ୍ରକାର ଭୋଗ?

ଆବେଦନ ଫି ଆବେଦନ କରିବାକୁ, ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ ଫି ଦେବାକୁ ପଡିବ।

ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ପଞ୍ଜୀକରଣ ଫି ଭାବରେ ୧୦୦ଟଙ୍କା ଜମା କରିବାକୁ ପଡିବ।

ଅନ୍ୟବର୍ଗଙ୍କ ପାଇଁ କୌଣସି ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ।

ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ପ୍ରଥମ ବର୍ଷ ପାଇଁ ୯,୬୦୦ ଟଙ୍କା ମାସିକ ଷ୍ଟାଇପେଣ୍ଡ ମିଳିବ।

ଦ୍ୱିତୀୟ ବର୍ଷ ପାଇଁ ୧୦୫୬୦ ଏବଂ ତୃତୀୟ ବର୍ଷ ପାଇଁ ୧୧୦୪୦ଟଙ୍କା ପ୍ରଦାନ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।