Rahul Gandhi: ମହଙ୍ଗା ପଡ଼ିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ
"ବେଙ୍ଗାଲୁରୁ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ, ଆପତ୍ତିଜନକ ଓ ସମ୍ମାନହାନିକର ପୋଷ୍ଟ କରିବା ଅଭିଯୋଗରେ ବେଙ୍ଗାଲୁରୁରେ ୩ଟି ଇନଷ୍ଟାଗ୍ରାମ୍ ଆକାଉଣ୍ଟଧାରୀଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି।
କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଜଣେ ସଦସ୍ୟଙ୍କ ଏତଲା ଆଧାରରେ ଜୁଲାଇ ୨୭ ତାରିଖରେ ଏହି "ଏଫଆଇଆର" ଦାଖଲ କରାଯାଇଛି।
ଅନ୍ୟପକ୍ଷରେ, ନୀଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବା ଜଣେ ମହିଳାଙ୍କ ବିରୋଧରେ ନୋଏଡାଠାରେ ମାମଲା ରୁଜୁ କରାଯାଇଛି।
ଫରିଦାବାଦର ଏହି ଯୁବତୀ ଜଣକ ଜନ୍ତରମନ୍ତର ଆନ୍ଦୋଳନ ସମୟରେ ଗାଳିଗୁଲଜ କରିଥିବା ଭିଡିଓ ଭାଇରାଲ ହେବା ପରେ ଜଣେ ଆଇନଜୀବୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି।
ତେବେ ଏହି ଘଟଣାରେ ଯୁବତୀ ଜଣକ କ୍ଷମାପ୍ରାର୍ଥନା କରି ଏହା ତାଙ୍କର ପ୍ରଥମ ଓ ଶେଷ ଭୁଲ୍ ବୋଲି ପ୍ରକାଶ କରିଛନ୍ତି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।