25 JULY 2026

Welcome!

Unlock your personalized experience.
Sign Up

Rahul Gandhi: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନ୍ୟ ମନ୍ତ୍ରଣାଳୟକୁ ବଦଳି କରିବାକୁ ସରକାର ଯୋଜନା କରୁଛନ୍ତି: ରାହୁଲ ଗାନ୍ଧୀ

Jul 25, 2026 - 16:03
Rahul Gandhi: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନ୍ୟ ମନ୍ତ୍ରଣାଳୟକୁ ବଦଳି କରିବାକୁ ସରକାର ଯୋଜନା କରୁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍ ଧରିଥିବା ବେଳେ ସରକାର ତାଙ୍କୁ ଅନ୍ୟ କୌଣସି ମନ୍ତ୍ରଣାଳୟକୁ ବଦଳି କରିବା ପାଇଁ ବିଚାର କରୁଛନ୍ତି। ନୂଆଦିଲ୍ଲୀସ୍ଥିତ ୧୦ ଜନପଥ ବାହାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ମନ୍ତ୍ରୀଙ୍କୁ କେବଳ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିବା ଛାତ୍ରଛାତ୍ରୀଙ୍କୁ ଗ୍ରହଣଯୋଗ୍ୟ ନୁହେଁ, ବରଂ ତାଙ୍କୁ ପଦରୁ ବରଖାସ୍ତ କରାଯିବା ଉଚିତ୍।

ଆହୁରି ଦେଖନ୍ତୁ: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ

ଅନ୍ୟପଟେ, କୋକରୋଚ୍ ଜନତା ପାର୍ଟି (ସିଜେପି) ର ନେତୃତ୍ୱରେ ଯୁବକ ଓ ଛାତ୍ରଛାତ୍ରୀମାନେ ଜନ୍ତର ମନ୍ତରଠାରେ ବିକ୍ଷୋଭ ଜାରି ରଖିଥିବା ବେଳେ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ପ୍ରଶ୍ନ ଉଠୁନାହିଁ ଏବଂ କେନ୍ଦ୍ର ସରକାର ଦୃଢ଼ ଭାବେ ମନ୍ତ୍ରୀଙ୍କ ସହ ଛିଡ଼ା ହୋଇଛନ୍ତି। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାଳନା ଓ ପେଲେଟ୍ ଗନ୍ ବ୍ୟବହାର କରିଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଛାତ୍ରସମାଜ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ। ସରକାର ଏବଂ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ରାହୁଲ ଗାନ୍ଧୀ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଆହୁରି ଦେଖନ୍ତୁ: ଜୁଆ ଆଡ୍ଡାରେ ଚଢ଼ଉ, ୯ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।