R. Madhavan Impresses Fans: ମାଧବନଙ୍କ ନୂଆ ଅବତାର; 'GDN' ଟ୍ରେଲରରେ ଜି.ଡି. ନାଇଡୁ ଭୂମିକାରେ ଛାଇଗଲେ
ଅଭିନେତା ଆର୍. ମାଧବନଙ୍କ ଆଗାମୀ ବାୟୋପିକ୍ 'GDN'ର ଟ୍ରେଲର ମୁକ୍ତିଲାଭ କରିଛି। ଏଥିରେ ସେ କିମ୍ବଦନ୍ତୀ ଉଦ୍ଭାବକ ଓ ଶିଳ୍ପପତି ଜି.ଡି. ନାଇଡୁଙ୍କ ଭୂମିକାରେ ନଜର ଆସିଛନ୍ତି। ଇଞ୍ଜିନିୟରିଂ ଓ ଶିଳ୍ପ କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ଜି.ଡି. ନାଇଡୁଙ୍କୁ 'ଭାରତର ଏଡିସନ' ବୋଲି କୁହାଯାଏ। ଟ୍ରେଲରରେ ମାଧବନଙ୍କ ରୂପାନ୍ତର ଓ ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି।
'GDN' ଟ୍ରେଲର ରିଲିଜ୍: 'ଭାରତର ଏଡିସନ' ଜି.ଡି. ନାଇଡୁଙ୍କ ଭୂମିକାରେ ନଜର ଆସିଲେ ଆର୍. ମାଧବନ
ଅଭିନେତା ଆର୍. ମାଧବନ ପୁଣିଥରେ ଏକ ଜୀବନୀମୂଳକ ଚଳଚ୍ଚିତ୍ର ସହ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ତାଙ୍କ ଅଭିନୀତ ଫିଲ୍ମ 'GDN'ର ଟ୍ରେଲର ମୁକ୍ତିଲାଭ କରିଛି। ଏଥିରେ ମାଧବନ କିମ୍ବଦନ୍ତୀ ଉଦ୍ଭାବକ ଓ ଶିଳ୍ପପତି ଜି.ଡି. ନାଇଡୁଙ୍କ ଭୂମିକାରେ ନଜର ଆସିଛନ୍ତି। ଇଞ୍ଜିନିୟରିଂ ଓ ଶିଳ୍ପ କ୍ଷେତ୍ରରେ ତାଙ୍କ ଅସାଧାରଣ ଅବଦାନ ପାଇଁ ଜି.ଡି. ନାଇଡୁଙ୍କୁ 'ଭାରତର ଏଡିସନ' ବୋଲି କୁହାଯାଏ।
ଟ୍ରେଲରରେ ମାଧବନଙ୍କ ଲୁକ୍ ଓ ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫିଲ୍ମରେ ଜି.ଡି. ନାଇଡୁଙ୍କ ସଂଘର୍ଷ, ନବସୃଜନ ପ୍ରତି ତାଙ୍କର ଅଦମ୍ୟ ଆଗ୍ରହ ଏବଂ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଭାରତରେ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କ ଅବଦାନକୁ ପ୍ରମୁଖତା ଦିଆଯାଇଛି। ଏହା କେବଳ ଜଣେ ଉଦ୍ଭାବକଙ୍କ ସଫଳତାର କାହାଣୀ ନୁହେଁ, ବରଂ ସେ ସାମ୍ନା କରିଥିବା ଚ୍ୟାଲେଞ୍ଜ ଓ ବ୍ୟକ୍ତିଗତ ସଂଘର୍ଷର ମଧ୍ୟ ଚିତ୍ରଣ କରିଛି।
କୃଷ୍ଣକୁମାର ରାମକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରିୟାମଣି, ଜୟରାମ, ସତ୍ୟରାଜ ଓ ଦୁଶାରା ବିଜୟନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲର ଦେଖି ଏହା ଏକ ପ୍ରେରଣାଦାୟକ ଓ ଭାବପ୍ରବଣ ବାୟୋପିକ୍ ହେବ ବୋଲି ଅନୁମାନ କରାଯାଉଛି।'ରକେଟ୍ରି: ଦ ନାମ୍ବି ଇଫେକ୍ଟ'ରେ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ଭୂମିକାରେ ପ୍ରଶଂସା ସାଉଁଟିଥିବା ମାଧବନ ଏଥର ଆଉ ଜଣେ ବିଶିଷ୍ଟ ଭାରତୀୟଙ୍କ କାହାଣୀକୁ ବଡ଼ ପରଦାକୁ ଆଣୁଛନ୍ତି। ବାସ୍ତବ ଘଟଣା ଆଧାରିତ କାହାଣୀ ବାଛିବାରେ ତାଙ୍କ ଧାରାକୁ 'GDN' ଆହୁରି ଆଗକୁ ବଢ଼ାଇଛି।
ଜି.ଡି. ନାଇଡୁଙ୍କ ଜୀବନ ଓ ଅବଦାନକୁ ନୂଆ ପିଢ଼ି ସମ୍ମୁଖରେ ଆଣିବା ଲକ୍ଷ୍ୟରେ ନିର୍ମିତ 'GDN' ଆସନ୍ତା ଜୁଲାଇ ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।