PV Sindhu Creates History: ବିରାଟଙ୍କ ପରାମର୍ଶରେ ସିନ୍ଧୁଙ୍କ ସ୍ୱର୍ଣ୍ଣିମ ପ୍ରତ୍ୟାବର୍ତ୍ତନ, କଲେ ବଡ ଖୁଲାସା
ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପି.ଭି. ସିନ୍ଧୁ ପୁଣି ଥରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି। ଦୀର୍ଘ ୨ ବର୍ଷର ନିରାଶା, ଆହତ ଏବଂ ପ୍ୟାରିସ୍ ଅଲମ୍ପିକ୍ସର ବ୍ୟର୍ଥତା ପରେ ଜାପାନ ଓପନ୍ ଜିତି ଏକ ଐତିହାସିକ ପ୍ରତ୍ୟାବର୍ତ୍ତନ କରିଛନ୍ତି ସିନ୍ଧୁ। ମାତ୍ର ଏହି ବଡ଼ ସଫଳତା ପଛରେ ରହିଛି କ୍ରିକେଟ ଦିଗ୍ଗଜ ବିରାଟ କୋହଲିଙ୍କ ଗୋଟିଏ ଫୋନ୍ କଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ।
ଜାପାନ ଓପନ୍ ଫାଇନାଲରେ ଘରୋଇ ଖେଳାଳି ଆକାନେ ୟାମାଗୁଚିଙ୍କୁ ୨୧-୧୭, ୨୧-୧୭ ସେଟ୍ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ୍ ହାସଲ କରିଛନ୍ତି। ୩୧ ବର୍ଷ ବୟସରେ ସୁପର ୭୫୦ ଟ୍ରଫି ଜିତିବାରେ ସେ ସବୁଠାରୁ ବୟସ୍କା ମହିଳା ଖେଳାଳିର ମାନ୍ୟତା ବି ପାଇଛନ୍ତି।
ତେବେ ଏହି ସଫଳତା ସହଜ ନଥିଲା। ବାରମ୍ବାର ଆଘାତ ଓ ଖରାପ ଫର୍ମ ପାଇଁ କ୍ୟାରିୟରର ସବୁଠୁ କଷ୍ଟକର ସମୟ ଦେଇ ଗତି କରୁଥିବା ସିନ୍ଧୁ, ବିରାଟ କୋହଲିଙ୍କ ସହ ସମ୍ପର୍କ କରିଥିଲେ। ବେଙ୍ଗାଲୁରୁରେ ନିଜ ସ୍ୱାମୀ ଭେଙ୍କଟ ଦତ୍ତ ସାଈଙ୍କ ସହ ବିରାଟଙ୍କୁ ଭେଟି ଦୀର୍ଘ ସମୟ କଥା ହୋଇଥିଲେ।
When greatness lifts greatness. ❤️🙌#PlayBold#ನಮ್ಮRCBpic.twitter.com/ks1oL3h6gV
— Royal Challengers Bengaluru (@RCBTweets) July 21, 2026
ଏହି ସାକ୍ଷାତକାରରେ ବିରାଟ ସିନ୍ଧୁଙ୍କୁ ଟ୍ରଫି ପଛରେ ନଗୋଡ଼ାଇ, ଖେଳର ପ୍ରକୃତ ଆନନ୍ଦକୁ ପୁଣି ଖୋଜିବାକୁ ପରାମର୍ଶ ଦେଇଥିଲେ। ବିରାଟଙ୍କ ଏହି କଥା ସିନ୍ଧୁଙ୍କ ଚିନ୍ତାଧାରା ବଦଳାଇ ଦେଇଥିଲା।କୋଚ୍ ଇରୱାନସିଆ ଓ ଫିଟନେସ୍ ଟ୍ରେନରଙ୍କ ସହ କାମ କରି ସିନ୍ଧୁ ୩.୫ କିଲୋ ଓଜନ କମାଇବା ସହ ଡାଟା-ଭିତ୍ତିକ ଟ୍ରେନିଂ ଏବଂ ନେଟ୍-ପ୍ଲେ'ରେ ବ୍ୟାପକ ସୁଧାର ଆଣିଛନ୍ତି।
ନୂଆଦିଲ୍ଲୀରେ ହେବାକୁ ଥିବା ୱାର୍ଲ୍ଡ ଚାମ୍ପିୟନସିପ୍ ଏବଂ ଏସିଆନ୍ ଗେମ୍ସ ପୂର୍ବରୁ ଏହି ବିଜୟ ସିନ୍ଧୁଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିଛି। ସିନ୍ଧୁ କହିଛନ୍ତି, "ମୋର ନିଜ ଉପରେ ବିଶ୍ୱାସ ଥିଲା, କାହାଣୀ ଏତିକିରେ ଶେଷ ହୋଇନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।