Puri Srimandir: ଗଳାବାଟରେ ଦର୍ଶନ କରାଇବା ନାଁରେ ଶ୍ରଦ୍ଧାଳୁଙ୍କୁ ଲୁଟୁଛନ୍ତି ପଣ୍ଡା

ମହାପ୍ରଭୁଙ୍କ ଦୁଆର ମୁହଁରେ ମହା ଅବ୍ୟବସ୍ଥା କରୁଛନ୍ତି ପଣ୍ଡା ଓ ଗୁମାସ୍ତାମାନେ। ଗଳାବାଟ ଦେଇ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଖୋଳ। ପାଖରେ ପୋଲିସ ଠିଆ ହୋଇଥିଲେ ମଧ୍ୟ ପାଲଟିଯାଇଛନ୍ତି ଅନ୍ଧ ଆଉ ମୁକ। ପ୍ରଶାସନର ଆଖି ଆଗ

27 August 2025 05:34 AM IST
Puri Srimandir: ଗଳାବାଟରେ ଦର୍ଶନ କରାଇବା ନାଁରେ ଶ୍ରଦ୍ଧାଳୁଙ୍କୁ ଲୁଟୁଛନ୍ତି ପଣ୍ଡା

ମହାପ୍ରଭୁଙ୍କ ଦୁଆର ମୁହଁରେ ମହା ଅବ୍ୟବସ୍ଥା କରୁଛନ୍ତି ପଣ୍ଡା ଓ ଗୁମାସ୍ତାମାନେ। ଗଳାବାଟ ଦେଇ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଖୋଳ। ପାଖରେ ପୋଲିସ ଠିଆ ହୋଇଥିଲେ ମଧ୍ୟ ପାଲଟିଯାଇଛନ୍ତି ଅନ୍ଧ ଆଉ ମୁକ। ପ୍ରଶାସନର ଆଖି ଆଗରେ ବେଧଡ଼କ ଶ୍ରଦ୍ଧାଳୁଙ୍କୁ କରାଯାଉଛି ଲୁଟ।

ପୁଣି ଅବ୍ୟବସ୍ଥା, ପୁଣି ଭକ୍ତଙ୍କୁ ଶୋଷଣ । ଜଗା ଦର୍ଶନ ପାଇଁ ପଣ୍ଡା ନେଉଛନ୍ତି ଟଙ୍କା ।  ଗଳାବାଟରେ ଦର୍ଶନ କରାଇବା ନାଁରେ ଶ୍ରଦ୍ଧାଳୁଙ୍କୁ ଲୁଟୁଛନ୍ତି ।  ଏଥର ଖାଲି ଅଭିଯୋଗ ନୁହେଁ ସିସି ଟିଭିରେ କଏଦ ହୋଇଛି ପୁରା ଘଟଣା । ଭକ୍ତଙ୍କୁ ଯାତ୍ରୀପଣ୍ଡାମାନେ ଖୁଲମଖୁଲା ଲୁଟୁଛନ୍ତି। ମହାପ୍ରଭୁଙ୍କ ଦୁଆର ମୁହଁରେ ମହା ଅବ୍ୟବସ୍ଥା କରୁଛନ୍ତି ପଣ୍ଡା ଓ ଗୁମାସ୍ତାମାନେ। ଗଳାବାଟ ଦେଇ ଦର୍ଶନ କରାଇଦେବା ନାଁରେ ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଖୋଳ। ପାଖରେ ପୋଲିସ ଠିଆ ହୋଇଥିଲେ ମଧ୍ୟ ପାଲଟିଯାଇଛନ୍ତି ଅନ୍ଧ ଆଉ ମୁକ। ପ୍ରଶାସନର ଆଖି ଆଗରେ ବେଧଡ଼କ ଶ୍ରଦ୍ଧାଳୁଙ୍କୁ କରାଯାଉଛି ଲୁଟ୍‌। କାଳିଆ ଦର୍ଶନ ଆଳରେ ଚାଲିଛି ଟଙ୍କା କାରବାର। ଏହାକୁ ନେଇ ଏବେ ଚାରିଆଡେ ଅସନ୍ତୋଷ ବୃଦ୍ଧି ପାଇଛି।

ପୁଣି ପ୍ରଶ୍ନ ଘେରରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଶୈଳୀ। ଘଣ୍ଟା ଘଣ୍ଟା ଧରି ଧାଡିରେ ଠଆ ହେବାକୁ ଅମଙ୍ଗ ହେଉଥିବା ଭକ୍ତଙ୍କୁ ଗଳାବାଟରେ ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ନିଆଯାଉଛି ଟଙ୍କା। ସାଧାରଣ ଦର୍ଶନକୁ ମଧ୍ୟ ବିକ୍ରି କରିବାକୁ ଲାଗିଛନ୍ତି କିଛି ଯାତ୍ରୀପଣ୍ଡା ଓ ଯାତ୍ରୀଗୁମାସ୍ତା। ସିଂହଦ୍ବାର ସାମ୍ନାରେ, ପୋଲିସ ଉପସ୍ଥିତ ଥିଲେ ମଧ୍ୟ କିଛି ଖାତିର୍‌ କରୁନାହାନ୍ତି।

ଶ୍ରୀଜିଉଙ୍କ ଦର୍ଶନକୁ ନେଇ ଚାଲିଥିବା ଏହି ବେଧଡ଼କ କାରବାର ମୋବାଇଲ୍ କ୍ୟାମେରାରେ କଏଦ୍‌ ହୋଇଛି। ଭିଡିଓରେ ଯାତ୍ରୀପଣ୍ଡାଙ୍କ ସହ କିଛି ଯାତ୍ରୀଗୁମାସ୍ତା ଭକ୍ତଙ୍କଠୁ ସିଧାସଳଖ ଟଙ୍କା ନେଉଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ପୁରୀ ଜିଲ୍ଲାପାଳ।

ଏହାପୂର୍ବରୁ ମୋଦକ ଚୋରି, ବଡ ଦାଣ୍ଡରେ ଖଜା ବିକ୍ରିରେ ଠକେଇ, ସ୍ପାଏ କ୍ୟାମେରା ପଶିବା ଭଳି ନେକ ସଙ୍ଗୀନ ଅଭିଯୋଗ ଆସିଛି। କିଛିଦିନ ତଳେ ଜଣେ JTP, ଭକ୍ତଙ୍କଠାରୁ ଟଙ୍କା ନେଇ ଧରାପଡିଥିବା ପରେ, ତାଙ୍କୁ ବହିଷ୍କାର କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଏବେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଟଙ୍କା କାରବାର, କେବଳ ଶ୍ରୀମନ୍ଦିରର ପରମ୍ପରାକୁ ଅପମାନ କରୁନି, ଭକ୍ତମାନଙ୍କ ଭାବନାକୁ ମଧ୍ୟ ଆଘାତ କରୁଛି। ପ୍ରଶାସନର ଦୃଢ କାର୍ଯ୍ୟପଦ୍ଧତିକୁ ନେଇ ପ୍ରଶ୍ନ ଠିଆ କରିଛି। ଏବେ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି। କେଉଁ ଏସ୍‌ଓପି ଆଣୁଛି। ତାହା ଉପରେ ନଜର।

Disclaimer: This content has been automatically aggregated from television for informational purposes. To read the original article, please visit television.