Puri Sees Unabated Influx of Devotees: ଆଜି ବି ଭକ୍ତଙ୍କ ଭକ୍ତିରେ ଭିଜିବ ବଡ଼ଦାଣ୍ଡ, ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ

Jul 17, 2026 - 09:23
Puri Sees Unabated Influx of Devotees: ଆଜି ବି ଭକ୍ତଙ୍କ ଭକ୍ତିରେ ଭିଜିବ ବଡ଼ଦାଣ୍ଡ, ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ

ଶ୍ରୀକ୍ଷେତ୍ରରେ ଆଜି ବି ଭକ୍ତଙ୍କ ଭକ୍ତିରେ ଭିଜିବ ବଡ଼ଦାଣ୍ଡ। ସକାଳ ସାଢେ ୯ରୁ ପୁଣି ଆରମ୍ଭ ହେବ ରଥ ଟଣା। ଏଥିପାଇଁ ସକାଳୁ ସକାଳୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ। ସକାଳେ ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ପରେ ସାଢେ ୯ରୁ ରଥ ଟଣା ଆରମ୍ଭ ହେବ।

ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଫାୟାର ଷ୍ଟେସନ୍ ଛକରେ ଅଟକି ରହିଥିିଲା। ସେହିଭଳି ମରିଚିକୋଟ ଛକରେ ଅଟକି ରହିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଏପଟେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାର କିଛି ବାଟ ଯାଇ ଅଟକିଯାଇଛି। ଆଜି ସକାଳ ସାଢେ ୯ଟାରେ ତିନି ଠାକୁରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେବେ ଭକ୍ତ। ସରଧାବାଲିରେ ତିନି ରଥ ଲାଗିବା ପରେ ଆସନ୍ତାକାଲି ଆଡପ ବିଜେ ନୀତି ଅନୁଷ୍ଠିତ ହେବ।...

ଆଜି ସକାଳ ସାଢେ ୯ରୁ ପୁଣି ରଥ ଟଣା

ଶ୍ରୀକ୍ଷେତ୍ରରେ ବଢିଲାଣି ଭକ୍ତଙ୍କ ସୁଅ
ମାର୍କେଟ୍ ଛକରେ ଅଟକିଛି ତାଳଧ୍ବଜ ରଥ  
ମରିଚିକୋଟ ଛକରେ ରହିଛି ଦର୍ପଦଳନ ରଥ
ସିଂହଦ୍ବାର ନିକଟରେ ଅଟକିଛି ମହାପ୍ରଭୁଙ୍କ ନନ୍ଦିଘୋଷ
ଆଜି ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିବେ ଭକ୍ତ
ଆସନ୍ତାକାଲି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।