Prithvi Shaw: ପୃଥ୍ୱୀ ଶ’ଙ୍କୁ ୧୦୦ ଟଙ୍କାର ଜୋରିମାନା, ସପନା ଗିଲ କରିଥିଲେ ଅସଦାଚରଣ ଅଭିଯୋଗ

୨୦୨୪ ଏପ୍ରିଲ ମାସରେ ଡିଣ୍ଡୋଶି ସେସନ୍ସ କୋର୍ଟର ମାଜିଷ୍ଟ୍ରେଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସପନା ଗିଲ ଗୋଟିଏ ଅପରାଧିକ ରିଭିଜନ ପିଟିସନ ଦାଖଲ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ପୃଥ୍ୱୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମନା କର

10 September 2025 04:55 PM IST
Prithvi Shaw: ପୃଥ୍ୱୀ ଶ’ଙ୍କୁ ୧୦୦ ଟଙ୍କାର ଜୋରିମାନା, ସପନା ଗିଲ କରିଥିଲେ ଅସଦାଚରଣ ଅଭିଯୋଗ

୨୦୨୪ ଏପ୍ରିଲ ମାସରେ ଡିଣ୍ଡୋଶି ସେସନ୍ସ କୋର୍ଟର ମାଜିଷ୍ଟ୍ରେଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସପନା ଗିଲ ଗୋଟିଏ ଅପରାଧିକ ରିଭିଜନ ପିଟିସନ ଦାଖଲ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ପୃଥ୍ୱୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମନା କରିଥିଲେ ଓ ପୁଲିସ୍‌କୁ ପ୍ରାଥମିକ ଯାଞ୍ଚ କରିବାକୁ କହିଥିଲେ।

ଅଣଦେଖା ହୋଇ ଚାଲିଥିବା ଭାରତୀୟ କ୍ରିକେଟ ଟିମ ବ୍ୟାଟର ପୃଥ୍ୱୀ ଶ’ଙ୍କ ଉପରେ ଲାଗିଛି ୧୦୦ ଟଙ୍କାର ଫାଇନ। ସୋଶାଲ ମିଡିଆରେ ଚର୍ଚ୍ଚିତ ଚେହେରା ସପନା ଗିଲ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ହେଲେ ପୃଥ୍ୱୀ ଜବାବ ଦାଖଲ କରିବାରେ ବିଫଳ ହେବାରୁ ତାଙ୍କ ଉପରେ ୧୦୦ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି କୋର୍ଟ।

୨୦୨୪ ଏପ୍ରିଲ ମାସରେ ଡିଣ୍ଡୋଶି ସେସନ୍ସ କୋର୍ଟର ମାଜିଷ୍ଟ୍ରେଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସପନା ଗିଲ ଗୋଟିଏ ଅପରାଧିକ ରିଭିଜନ ପିଟିସନ ଦାଖଲ କରିଥିଲେ। ମାଜିଷ୍ଟ୍ରେଟ କୋର୍ଟ ପୃଥ୍ୱୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମନା କରିଥିଲେ ଓ ପୁଲିସ୍‌କୁ ପ୍ରାଥମିକ ଯାଞ୍ଚ କରିବାକୁ କହିଥିଲେ।

fine fine
ଏହା ବିରୋଧରେ ସପନା ରିଭିଜନ ପିଟିସନ ଦାଖଲ କରିଥିଲେ। ପୃଥ୍ୱୀଙ୍କୁ ଏହା ଉପରେ ଜବାବ ରଖିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ଜବାବ ଦାଖଲ କରି ନାହାନ୍ତି। ଏବେ କୋର୍ଟ ତାଙ୍କୁ ପୁଣିଥରେ ଜବାବ ରଖିବାକୁ ସୁଯୋଗ ଦେଇଛନ୍ତି ଓ ଏଥିସହ ଜବାବ ଦାଖଲ କରିବା ବେଳେ ପୃଥ୍ୱୀ ୧୦୦ ଟଙ୍କାର ଜୋରିମାନା ଭରିବେ ବୋଲି କହିଛନ୍ତି।

ସପନା ଗିଲଙ୍କ ଓକିଲ ଅଲୀ କାଶିଫ ଖାନ କହିଛନ୍ତି, ମାମଲାକୁ ପରିଚାଳନା କରିବାରେ ଏହା ପୃଥ୍ୱୀ ଶ’ଙ୍କ ନିୟମିତ ଅଭ୍ୟାସ। ଏକାଧିକ ଥର ସମନ ସତ୍ତ୍ୱେ ସେ କୌଣସି ଜବାବ ଦେଉ ନାହାନ୍ତି। ୨୦୨୩ରେ ମୁମ୍ବାଇରେ ହୋଇଥିବା ଝଗଡ଼ାକୁ ନେଇ ସପନା ଗିଲ କ୍ରିକେଟର ପୃଥ୍ୱୀଙ୍କ ବିରୋଧରେ ମାମଲା କରିଥିଲେ।

finefine

ଗିଲ ଦାବି କରିଥିଲେ ଯେ ପୃଥ୍ୱୀ ତାଙ୍କ ସହ ସେଲିଫ ନେବାକୁ ମନା କରିଥିଲେ ଓ ତାଙ୍କ ବନ୍ଧୁଙ୍କ ଫୋନ ଛଡ଼ାଇ ନେଇଥିଲେ। ଏଥିରେ ସପନା ହସ୍ତକ୍ଷେପ କରିବାରୁ ପୃଥ୍ୱୀ ତାଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। ଏନେଇ ସପନା ଗିଲ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ସେ ଅଭିଯୋଗ କରି ମାଜିଷ୍ଟ୍ରେଟ କୋର୍ଟରେ ପହଞ୍ଚିଥିଲେ।

ମାଜିଷ୍ଟ୍ରେଟ କୋର୍ଟ ଏହାର ଶୁଣାଣି କରି ସାନ୍ତାକ୍ରୁଜ ପୁଲିସ୍‌ ଷ୍ଟେସନକୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଏହି ନିଷ୍ପତ୍ତିକୁ ସପନା ଗିଲ ଚ୍ୟାଲେଞ୍ଜ କରିବା ପୁଲିସ୍‌ କାହିଁକି ଏଫଆଇଆର ରୁଜୁ କରୁ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏବେ ଏହାର ଶୁଣାଣି ୨୦୨୫ ମସିହା ଡିସେମ୍ବର ୧୬ରେ ହେବ।

ପୁଲିସ୍‌ର କହିବା କଥା ସପନା ଗିଲଙ୍କ ବନ୍ଧୁ ଶୋବିତ ଠାକୁରଙ୍କ ସହ ପୃଥ୍ୱୀଙ୍କ ଝଗଡ଼ା ହୋଇଥିଲା। ପୃଥ୍ୱୀ ଓ ତାଙ୍କ ବନ୍ଧୁ ଆଶିଷ ସୁରେନ୍ଦର ଯାଦବ ଘଟଣା ସ୍ଥଳରୁ ଯିବାକୁ ଚାହିଁବା ବେଳେ ବିବାଦ ବଢ଼ିଥିଲା। ଠାକୁର ଗୋଟିଏ ବେସବଲ ବ୍ୟାଟରେ ପୃଥ୍ୱୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ହେଲେ ସେ ବର୍ତ୍ତି ଯାଇଥିଲେ। ଯାଦବ ଅଭିଯୋଗ କରିଥିଲେ ଯେ ଠାକୁର ଓ ଗିଲଙ୍କ ସମେତ ୬ ଜଣ ଲୋକ ସେମାନଙ୍କ ପିଛା କରି ଆକ୍ରମର କରିବାକୁ ଉଦ୍ୟମ କରିଥିଲେ। ଏହି ଅଭିଯୋଗ ପରେ ସପନା ଗିଲଙ୍କୁ ପୁଲିସ ଗିରଫ କରିଥିଲା। ୩ ଦିନ ପରେ ସେ ଜାମିନରେ ମୁକୁଳିଥିଲେ।

Disclaimer: This content has been automatically aggregated from television for informational purposes. To read the original article, please visit television.